କେବଳ 1ଦିନରେ Dandruffକୁ କରନ୍ତୁ ବାଏ ବାଏ, ବାସ କରନ୍ତୁ ଏହି ୨ଟି ଉପାୟ- Acharya Balkrishna

ବନ୍ଧୁଗଣ ଆଜି ଆମେ ଆଲୋଚନା କରିବା କେସ ରେ ହେଉଥିବା ରୁପି ବା ଦେଣ୍ଡରଫ ବିଷୟରେ । ଆଜି ର ସମୟରେ ଏହା ବହୁତ ଲୋକଙ୍କର ଚିନ୍ତା ର କାରଣ ଅଟେ ଏହି ସମସ୍ୟା । ଏହା ଶିତ ଦିନ ର ଏକ ବହୁତ ବଡ ସମସ୍ୟା ଭାବେ ଦେଖାଦେଇଥାଏ । କେତେ ଲୋକଙ୍କୁ ଏହା ଶିତ ଦିନ ରେ ହୋଇଥାଏ ଓ ଔ କେତେ ଲୋକଙ୍କର ଏହା ସବୁବେଳେ ଦେଖା ଯାଇଥାଏ । ଡେଣ୍ଡରଫ ହେବାର ମୂଳ କାରଣ ଅଟେ ତେଲ । ବହୁତ ଲୋକ ଏହା ଭବିଠନ୍ତି ଯେ କେଶ ରେ ବହୁତ ଅଧିକ ତେଲ ଲଗାଇବା ଦ୍ଵାରା ତାଙ୍କ କେଶ ମଜବୁତ ହୋଇଥାଏ ଶୀଘ୍ର କେଶ ବଢିଥାଏ ।

କିନ୍ତୁ ବନ୍ଧୁଗଣ ସପ୍ତାହ ରେ ୨ଥର ତେଲ ଲଗାଇବା କେଶରେ ନିହାତି ଆବଶ୍ୟକତା ହୋଇଥାଏ । କିନ୍ତୁ ସବୁବେଳେ ତେଲ ଲଗେଇକି ରଖିବା ଆମ କେଶ ପାଇଁ ଆଦୌ ବି ଉଚିତ ନୁହେଁ । ବହୁତ ଜଣ ଏହା ମଧ୍ୟ ଭବିଠନ୍ତି କି ତାଙ୍କ କେଶ ମୂଳ ର ପ୍ରୋବ୍ଲେମ ପାଇଁ ଏହି ସମସ୍ୟା ର ସମ୍ମୁଖୀନ ହୋଇଥାନ୍ତି ।

ଡେଣ୍ଡରଫ ରେ ଥିବା ବାକ୍ଟେରିଆ ଙ୍କ ଖାଦ୍ୟ ହେଉଛି ତେଲ । ତେଣୁ   ଡେଣ୍ଡରଫ ସମୟରେ ତେଲ ଲଗାଇବା ଦ୍ଵାରା କେଶରେ ଏହାର ପରିମାଣ ବଢିଯାଇଥାଏ ।  ଡେଣ୍ଡରଫ ପାଇଁ ଆଜି ଆମେ କିଛି ଘରୋଇ ଉପଚାର ଦ୍ଵାରା ଏକ ତେଲ ପ୍ରସ୍ତୁତ କରିବା । ଯାହା ଦ୍ଵାରା ଆମ କେଶରେ ଥିବା ଡେଣ୍ଡରଫ କମିଯିବେ । ପ୍ରଥମେ ଆମେ କେଶ ପାଇଁ ପ୍ରସ୍ତୁତ କରିବା ନିମ୍ବ ପତ୍ର ତେଲ । ଏହା ପ୍ରସ୍ତୁତ ନିମନ୍ତେ କିଛି ସମୟ ଲାଗିଥାଏ କିନ୍ତୁ ଏହାକୁ ଆପଣ ମାସ ମାସ ଧରି ଷ୍ଟୋର କରି ରଖିପାରିବେ ।

ନିମ୍ବ ପତ୍ର ଆମକୁ ବହୁତ ସାରା ସ୍ୱାସ୍ଥ୍ୟ ପ୍ରୋବ୍ଲେମ ରୁ ମଧ୍ୟ ରକ୍ଷା କରିଥାଏ । ତେଣୁ ଏହ ଏକ ଉପକାରୀ ଜିନିଷ ଅଟେ । ପ୍ରଥମେ ନିମ୍ବ ପତ୍ର କୁ ଭଲ ଭାବରେ ଧୋଇ ଦିଅନ୍ତୁ । ତା ପରେ ତା ପତ୍ରକୁ ବାହାର କରି ଅଳ୍ପ ପାଣି ଦେଇ ତାକୁ ବାଟି ଦିଅନ୍ତୁ । ତ ପରେ ଏକ ପ୍ୟାନ ନେଇ ତାକୁ ଗରମ କରନ୍ତୁ । ଏବଂ ସେଥିରେ ତିନି ଚାମଚ ନଡିଆ ତେଲ ପକାନ୍ତୁ । ତେଲ ଗରମ ହେବ ପରେ ସେଥିରେ ବାଟି ରଖିଥିବା ନିମ୍ବ ପତ୍ର ଜୁସ କୁ ପକାଇଦିଅନ୍ତୁ । ଏହା ପରେ ତାକୁ ଥଣ୍ଡା କରି ତାକୁ ଛାଣି ତେଲ ବାହାର କରିଦିଅନ୍ତୁ । ଏହି ତେଲକୁ ପ୍ରଥମେ କେଶର ମୂଳ ରେ ମସାଜ କଲା ଭଳି ଲଗାନ୍ତୁ ଏବଂ ଏହା ପରେ ପୁରା କେଶରେ ଏହାକୁ ଲଗାଇ ଦିଅନ୍ତୁ ।

ଏହାକୁ ପୁରା ରାତି ଲଗାଇକି ରଖି ସକାଳେ ସାମ୍ପୂ କରିଦିଅନ୍ତୁ । ଏହାର ପରିଣାମ ବହୁତ ଶୀଘ୍ର ମିଳିଯାଇଥାଏ । ଡେଣ୍ଡରଫ ଦୂର କରିବା ସହ ଏହା ଆପଣଙ୍କ କେଶ ବୃଦ୍ଧି କରିଥାଏ ଓ ଏହା ସହ କେଶର ସବୁ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଯଦି ଆପଣ ତେଲ ଲଗାଇବାକୁ ଚାହୁଁ ନାହାନ୍ତି ତେବେ ଆପଣ ହେୟାର ମାସ୍କ ମଧ୍ୟ ପ୍ରସ୍ତୁତ କରି ପାରିବେ ନିମ୍ବ ପତ୍ର ରେ । ଏହାକୁ ବନେଇବା ଅତି ସହଜ ହୋଇଥାଏ । ଏହାକୁ ପ୍ରସ୍ତୁତ ନିମତେ ୨ଟି ଜିନିଷ ର ଆବଶ୍ୟକତା ରହିଥାଏ । ଗୋଟେ ହେଉଛି ନିମ୍ବ ପତ୍ର କୁ ବାଟି ତା ଜୁସ ଓ ଆଉ ଗୋଟେ ଜିନିଷ ହେଉଛି ଦହି ।

ଗୋଟେ ଛୋଟ ଗିନା ରେ ନିମ୍ବ ପତ୍ର ବଟା କୁ ନିଅନ୍ତୁ ଓ ସେଥିରେ ୨ଚାମଚ ଦହି ମିଶାନ୍ତୁ । ଯେତିକି ପରିମାଣ ର ନିମ୍ବ ପତ୍ର ନେଇଥିବେ ସେଠିକି ପରିମାଣ ର ଦହି ନିଅନ୍ତୁ । ତା ପରେ ଏହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ପ୍ରଥମେ ଏହାକୁ କେଶ ମୂଳ ରେ ଭଲ ଭାବରେ ଲଗାନ୍ତୁ ଓ ତା ପରେ ପୁରା କେଶ ରେ ଲଗାଇ ଦିଅନ୍ତୁ । ଏହାକୁ ୨-୩ ଘଣ୍ଟା ରଖି ତା ପରେ କେଶ ଧୋଇ ଦିଅନ୍ତୁ । ଏହାକୁ ପ୍ରଥମେ ଖାଲି ପାଣି ରେ ଧୁଅନ୍ତୁ । ଓ ତା ପରେ ସାମ୍ପୂ ସାହାଜ୍ଯ ରେ ଭଲ ଭାବରେ ଧୋଇ ଦିଅନ୍ତୁ । ଏହାକୁ ସପ୍ତାହ ରେ ୨ଥର କରନ୍ତୁ । ଏହି ପ୍ରକାର କରିବା ଦ୍ଵାରା ଡେଣ୍ଡରଫ ବହୁତ ଶୀଘ୍ର ଦୂର ହୋଇଥାଏ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *