କେବଳ ୧ ମାସ କଦଳୀ ଖାଇ ଶରୀରକୁ କରିପାରିବେ ବଳଶାଳୀ, ଖାଇବାର ସମୟ ଏବଂ ତରିକା ଜାଣିନୀୟନ୍ତୁ

ଓଜନ ବଢିବାର କେତେକ କାରଣ ହୋଇପାରେ । ଏମିତି କେବଳ କଦଳୀ ଖାଇବା ଦ୍ଵାରା ହୋଇନଥାଏ । କେତେ ଥର ମୋଟାପଣ କାରଣରୁ ଅନୁବାଂଶିକ ବି ହୋଇପାରେ । କିଛି ମାମଲାରେ ଏହା ଜୀବନଶୈଳୀର କାରଣ ବି ହୋଇଥାଏ । କଦଳୀ ଖାଇବା ଦ୍ଵାରା ଆପଣଙ୍କ ଜୀବନକୁ ସ୍ୱାସ୍ଥ୍ୟ ଦୃଷ୍ଟିରୁ ବହୁତ ଭଲ କରିପାରେ । ଏଥିପାଇଁ ଆପଣଙ୍କୁ ପ୍ରତିଦିନ ଗୋଟିଏ କଦଳୀ ଖାଇବାର ଆବଶ୍ୟକତା ଅଛି । କଦଳୀ ଖାଇବା ଶରୀର ପାଇଁ ବହୁତ ଉପଯୋଗୀ ହୋଇଥାଏ । ବହୁତ ଲୋକଙ୍କୁ ଲାଗିଥାଏ କି କଦଳୀ ଖାଇବା ଦ୍ଵାରା ସେମାନେ ମୋଟା ହୋଇଯାନ୍ତି ।

କିନ୍ତୁ କଦଳୀ ଖାଇବାର ଉପକାରିତା କେତେ ତାହା ଜାଣି ବିଶ୍ଵାସ କରିପାରିବେ ନାହିଁ ।

ଚାଲନ୍ତୁ ଜାଣିବା କଦଳୀର ଖାଇବାର ଉପକାରିତା

-କଦଳୀରୁ ପ୍ରଚୁଆର ମାତ୍ରାରେ ଫାଇବର ମିଳିଥାଏ ଯାହା ପାଚକ କ୍ରିୟାକୁ ଭଲ କରିଥାଏ । ଯଦି ଆପଣ ପ୍ରତିଦିନ କଦଳୀ ଖାଉଛନ୍ତି ତାହେଲେ ଆପଣଙ୍କ ପାଚକ କ୍ରିୟା ସୁସ୍ଥ ରହିବ ।

-ଆମ ଶରୀରକୁ ଅଧିକ ମାତ୍ରାରେ ଭିଟାମିନ ବି ସି ର ଜରୁରତ ହୋଇଥାଏ । ଯେମିତି କି ହିମୋଗ୍ଲୋବିନ ଏବଂ ଇଂସୁଲିନର ନିର୍ମାଣ ହେଇପାରେ । କଦଳୀରେ ପୋଷକ ତତ୍ଵ ଥିବାରୁ ଶରୀରର ଏହି ଆବଶ୍ୟକତା ପୂର୍ଣ ହୋଇଥାଏ ।

-ଯଦି ଆପଣ ଶରୀରକୁ ଶକ୍ତିଶାଳୀ କରିବାକୁ ଚାହୁଁଛନ୍ତି ତାହେଲେ ସକାଳେ ୨ଟି କଦଳୀ ଖାଇ ଉଷୁମ କ୍ଷୀର ପିଅନ୍ତୁ । ପ୍ରତିଦିନ କଦଳୀ ଖାଉଥିବା ବ୍ୟକ୍ତି ସବୁବେଳେ ସୁସ୍ଥ ରହିଥାଏ । ପତଳା ଲୋକ କଦଳୀ ଖାଇବା ଅଧିକ ଲାଭଦାୟକ ହୋଇଥାଏ ।

-ଯଦି ପ୍ରତିଦିନ ଖାଇବା ପରେ ୨ଟି କଦଳୀ ଖିଆଯାଏ ତାହେଲେ ଏହା ଖାଦ୍ୟକୁ ଭଲଭାବରେ ହଜମ କରିବାରେ ଆପଣଙ୍କର ସାହାଯ୍ୟ କରିଥାଏ ଏବଂ ବଳ ବି ବଢାଇ ଥାଏ । ଏହାଦ୍ବାରା ପାଚକ ଶକ୍ତି ମଝବୁତ ହୋଇଥାଏ ।

-ଏକ ଗ୍ଳାସ କ୍ଷୀରରେ ଏକ ଚାମଚ ଘିଅ ,ଏକ ଚୁଟକି ପେସାଯାଇଥିବା ଅଳେଇଚ ମିଶାନ୍ତୁ । ଏହାପରେ ଏକ ଏକ ଖଣ୍ଡ କଦଳୀ ଖାଆନ୍ତୁ ଏବଂ ତାହା ସହିତ ଏକ ଏକ ଢୋକ କ୍ଷୀର ପିଅନ୍ତୁ । ଏହି ପରି ପ୍ରତିଦିନ ୨ଟି କଦଳୀ ଖାଇବା ଦ୍ଵାରା ଶରୀର ମୋଟା ହୋଇଥାଏ ।

-ଯଦି ଆପଣ ନିଜର ଓଜନ ବଢାଇବାକୁ ଚାହୁଁଛନ୍ତି ତାହେଲେ କଦଳୀ ବା କଦଳୀର ଜୁଷ କରି ପିଇବା ଦରକାର । ଏଥିରେ ଭିଟାମିନ ବି ସି ଥାଏ । ଯାହାଦ୍ୱାରା ଆମ ଶରୀରର ରକ୍ତ ସଞ୍ଚାଳନା ଭଲ ରହିଥାଏ ଏବଂ ଏଥିରେ ଅଧିକ ଲାଲ କୋଷର ନିର୍ମାଣ ହୋଇଥାଏ ଏବଂ ଶରୀରକୁ ଶକ୍ତିଶାଳୀ କରିବାରେ ସାହାଯ୍ୟ କରିଥାଏ ।

Leave a Reply

Your email address will not be published. Required fields are marked *