କେବେ ଓ କେମିତି ଅନୁଭଵ ହେଲା କି Prerana ଓ Ashiwn ଦୁହେଁ ଦୁହିଁକୁ ଭଲ ପାଉଛନ୍ତି ? ସବୁ ଖୋଲି କହିଲେ Prerana, ଦେଖନ୍ତୁ Video

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଓଡିଆ ଅଭିନେତା ଅଶ୍ଵିନୀ ଓ ଅଭିନେତ୍ରୀ ପ୍ରେରଣା ଙ୍କ ବିବାହ ଖୁବ ଧୂମ ଧାମ ରେ ସେସ ହୋଇଛି ଯାହାକୁ ନେଇ ଏବେ ଓଲିଉଡ ଜଗତରେ ଚର୍ଚ୍ଚା ଜୋର ଧରିଛି । ତେବେ ଏହାରି ମଧ୍ୟରେ ନିଜର ଓ ଅଶ୍ଵିନୀ ଙ୍କ ପ୍ରେମ କେଉଁଠି ଆରମ୍ଭ ହୋଇଥିଲା ଓ ଦୁହିଙ୍କର ସାକ୍ଷାତ କେମିତି ହୋଇଥିଲା ସେହି ବିଷୟରେ ଗଣ ମାଧ୍ୟମକୁ ନିଜର ବୟାନ ଦେଇଛନ୍ତି ପ୍ରେରଣା । ସେ କହିଛନ୍ତି ଯେ “ମୁଁ ଆଜି ସକାଳେ ମୋ ଶ୍ଵଶୁରଙ୍କ ଏକ ବାଇଟ ଦେଖିବାକୁ ପାଇଲି ବହୁତ ଖୁସି ଲାଗିଲା ।

ନା ବଦଳିଛି କି ସର ନେମ ବଦଳିଛି ସେ କଥା ମୁଁ ଜାଣି ନାହି । ଏତିକି ସମୟ ମଧ୍ୟରେ ତାହା ତ ଜାଣି କିନ୍ତୁ ମନର ମଣିଷ ପାଇଛି । ତାଙ୍କ ବ୍ଯକ୍ତିତ୍ବ ମୋତେ ବହୁତ ପସନ୍ଦ ଆଉ ସେଥିପାଇଁ ମୁଁ ତାଙ୍କ ହାତ ଧରିବାର ନିସ୍ପତି ନେଇଥିଲି । ଅଶ୍ଵିନୀଙ୍କର ଗୋଟେ ଗୁଣ ନୁହେଁ ବହୁତ ଗୁଣ ରହିଛି ଯାହା ମୋତେ ବହୁତ ଭଲ ଲାଗେ । ସେ ଯେଉଁ କାମ ନିଅନ୍ତି ତାକୁ ଦାୟିତ୍ଵ ସହକାରେ ପୁରା କରନ୍ତି । ପ୍ରୋଫେସ୍ନାଲି ସେ ଯେଉଁ କାମ ନିଅନ୍ତି ତାକୁ ସୁଚାରୁପେ କରିବାକୁ ଚେଷ୍ଟା କରନ୍ତି । ଆମେ ଦୁହେଁ ସ୍କ୍ରିନ ଉପରେ ଦେଖିକୁ ଚିହ୍ନି ଥିଲୁ ।

ପରେ ଗୋଟେ ସମୟ ଆସିଲା ଆମେ ଏକାଠି କାମ କରିଲୁ ଆଉ ତା ପରେ ଦର୍ଶକ ମାନେ ଆମକୁ ଆପଣେଇ ନେଲେ । ତା ପରେ ଏମିତି ଗୋଟେ ସମୟ ଆସିଲା ଆମେ ଦୁହେଁ ଆମ ରିଲେସନ ଅନୁଭବ କରିବା ପୂର୍ବରୁ ଲୋକେ ତାହାକୁ ଅନୁଭବ କରିବାକୁ ଲାଗିଲେ । ଭିନ୍ନ ପ୍ରକାରର କମେଣ୍ଟ ଆସିବା ଆରମ୍ଭ ହେଲା ଯାହା ପରେ ଆମ ମନକୁ ଆସିଲା କାହିଁକି ଲୋକେ ଏମିତି ଭାବୁଛନ୍ତି କହୁଛନ୍ତି । ମ୍ୟାଜିକ ସୋରେ ଲୋକ ମାନଙ୍କ କମେଣ୍ଟରୁ ଆମକୁ ଅନୁଭଵ ହେଲା କି ଆମେ ଦୁହେଁ ଦୁହିଁକୁ ଭଲ ପାଉଛୁ ବୋଲି ପରସ୍ପରକୁ ।

ଆମର ଲଭ ହେବାର କିଛି ପରଫେକ୍ଟ ଡେଟ ନାହି କି ସମୟ ନାହି । ଯେବେ ଠାରୁ ଆମ ବାହାଘର କଥା ଉଠିଛି ସେବେ ଠାରୁ ଆମ  ଘରେ କାନ୍ଦ ବୋବାଳି ଆରମ୍ଭ ହୋଇଥିଲା । କାରଣ ସେ ମୂହୁର୍ତ୍ତ ଟା ସେୟା ହୋଇଥାଏ । ମୁଁ ଗୋଟେ ଜଏଣ୍ଟ ପରିବାରୁ ଆସିଛି । ବାହାଘର ବେଳେ ଆମେ ଦୁହେଁ ହାରି ଯାଇଛୁ କେହି ବି ୱିନ କରିନୁ । ଆମେ ଦୁଇ ଜଣ ପରସ୍ପରକୁ ହରାଇକି ଜିତି ଯାଇଛୁ । ଆମ ଦୁଇ ଜଣଙ୍କର ପ୍ରୋଫେସନାଲ ଓ ବ୍ୟକ୍ତିଗତ କଥାକୁ ନେଇ ଚିନ୍ତାଧାରା ଓ ବୁଝାମଣା ମ୍ଯାଚ କରେ ।

ଆମେ ଦୁହେଁ ପରସ୍ପରକୁ ବହୁତ କମ୍ପଲେମାଇଣ୍ଟ କରିଥାଉ । ଓଡିଆ ଘରେ ସମସ୍ତଙ୍କର କମ୍ପ୍ଲିମେଣ୍ଟ ପାଇବା ବହୁତ କଷ୍ଟକର ଅଟେ । ଶ୍ଵଶୁରଙ୍କ ବାଇଟ ଦେଖିଲି ଖୁସି ହେଲି କାରଣ ସେ କହିଛନ୍ତି ଆମେ ଝିଅ ନୁହେଁ ବୋହୂ ଆଣିଛୁ” । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *