ବ୍ଲାକ ଫଙ୍ଗସ କୌଣସି ନୂଆ ରୋଗ ନୁହେଁ । ଏହା ମୁଖ୍ୟତଃ ଗଲା, ନାକ, ଆଖି ଓ ମସ୍ତିଷ୍କକୁ ଆକ୍ରାନ୍ତ କରିଥାଏ । ଯାହାର ଡାଏବେଟିସ ଲେବୁଲ ଅଧିକ ଥିବ, କ୍ୟାନ୍ସରରେ ଚିକିତ୍ସିତ ହେଉଥିବା ବ୍ୟକ୍ତି, ଷ୍ଟେରୋଇଡ ଥେରାପି ନେଉଥିବା ବ୍ୟକ୍ତି
ଓ ଯାହାର ଶରୀରରେ ନୂଆ ଅଙ୍ଗ ଟ୍ରାନ୍ସଫର କରାଯାଇଛି ଏହିଭଳି ବ୍ୟକ୍ତିଙ୍କୁ ବ୍ଲାକ ଫଙ୍ଗସ ହେବାର ଭୟ ଅଧିକ ଥାଏ । କରୋନର ଦ୍ଵିତୀୟ ଲହରୀରେ ପ୍ରାୟତଃ କରୋନା ରୋଗୀଙ୍କୁ ଅକ୍ସିଜେନରେ ଦରକାର ହେଉଛି ଓ ଷ୍ଟେରୋଇଡ ବି ଦିଆଯାଉଛି । ଏମିତିରେ ଏମାନଙ୍କୁ ବି ବ୍ଲାକ ଫଙ୍ଗସ ହେବାର ଭୟ ଥାଏ । ଯଦି କୌଣସି ବ୍ୟକ୍ତି ବ୍ଲାକ ଫଙ୍ଗସର ଶିକାର ହେଉଛି ତେବେ ତାହାର ଶରୀରରେ ଏହିଭଳି କିଛି ଲକ୍ଷଣ ନଜର ଆସିବ । ଯେମିତି କି ଆଖି ନାଲି ପଡିଯିବା, ଆଖି ବ୍ୟଥା ହେବା, ଆଖି ଫୁଲିଯିବା, ଅନ୍ଧାର ଅନ୍ଧାର ଦେଖାଯିବା, ଆଖି ବାହାରକୁ ବାହାରି ଆସିବା ଭଳି ଜଣା ପଡିବା ।
ଏହା ସହିତ ଯଦି ମସ୍ତିଷ୍କକୁ ଆକ୍ରମଣ କରୁଛି ତେବେ ବ୍ୟକ୍ତିର ମାନସିକ ସ୍ଥିତି ବି ବଦଳି ଯାଇ ପାରେ ଓ ସେ ବେହୋସ ହୋଇ ଯାଇ ପାରନ୍ତି । ଏହା ଛଡା ଏହି ସବୁ ଲକ୍ଷଣ ନ ଆସିବା ସତ୍ବେ ବି ଯଦି ଶରୀରର କୌଣସି ସ୍ଥାନରେ ବ୍ଲାକ ସପ୍ଟ ନଜର ଆସୁଛି ବିଶେଷ କରି ମୁହଁରେ ତେବେ ଜାଣି ନିଅନ୍ତୁ କି ଆପଣ ବ୍ଲାକ ଫଙ୍ଗସର ଶିକାର ହୋଇ ସାରିଛନ୍ତି । ଯଦି ଏହା ପାଟିକୁ ଆକ୍ରାନ୍ତ କରୁଛି ତେବେ ଦାନ୍ତରେ ବିନ୍ଧା ହୋଇଥାଏ, ଗଲା ବ୍ୟଥା ହୋଇଥାଏ, ଦାନ୍ତ ମାଢିରେ ବି ବ୍ୟଥା ହୋଇପାରେ ।
କାସ ବି ହୋଇପାରେ । ଯଦି ଆପଣଙ୍କର କାସରେ ରକ୍ତ ସହ କଳା କଳା କିଛି ବାହାରୁଛି ତେବେ ଏହା ବ୍ଲାକ ଫଙ୍ଗସର ଲକ୍ଷଣ ଅଟେ । ନାକରୁ ବି ରକ୍ତ ବାହାରି ପାରେ । କହିଦେଉଛୁ କି ବ୍ଲାକ ଫଙ୍ଗସ ହେଲେ ପାଟିରୁ କଳା କଳା ପାଣି ବାହାରେ ସେଥିପାଇଁ ଏହାକୁ ବ୍ଲାକ ଫଙ୍ଗସ କୁହାଯାଏ । ଏହା ଫୁସଫୁସକୁ ବି ଆକ୍ରାନ୍ତ କରିଥାଏ । ଏହି ରୋଗ ସେହି ଲୋକମାନଙ୍କୁ ହୋଇଥାଏ ଯେଉଁମାନେ କରୋନାରୁ ସୁସ୍ଥ ହୋଇସାରିଛନ୍ତି କିମ୍ବା ତାଙ୍କୁ ବି ହୋଇପାରେ ଯେଉଁମାନେ ଅଲଗା ଅଲଗା ରୋଗରେ ଆକ୍ରାନ୍ତ ହୋଇଛନ୍ତି ।
ସେଥିପାଇଁ ଏହି ସମସ୍ତ ରୋଗୀ ସବୁବେଳେ ସଚେତନ ରୁହନ୍ତୁ ।ବ୍ଲାକ ଫଙ୍ଗସର ଚିକିତ୍ସା ସମ୍ଭବ । ଯଦି ଏହି ରୋଗ ଜଲ୍ଦି ଧରା ପଡିଯିବ ତେବେ ବ୍ୟକ୍ତି ଜଣକ ବହୁତ ଜଲ୍ଦି ଠିକ ହୋଇଯିବ । ଅନିୟନ୍ତ୍ରିତ ଡାଏବେଟିସ, ଷ୍ଟେରୋଇଡ ଥେରାପି, ଆଇସିଇଉରେ ଅଧିକ ସମୟ ପର୍ଯ୍ୟନ୍ତ ରହିବା କିମ୍ବା କ୍ୟାନ୍ସର ରୋଗୀ ହୋଇଥିବେ ତେବେ ସେହି ସମସ୍ତ ରୋଗୀମାନେ ସତର୍କ ରୁହନ୍ତୁ । ଏମିତିରେ ଉପୋରକ୍ତ କୌଣସି ବି ଲକ୍ଷଣ ନଜର ଆସୁଛି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ପ୍ରାଥମିକ ଅବସ୍ଥାରେ ରୋଗକୁ ଚିହ୍ନଟ କରି ଯଦି ଚିକିତ୍ସା କରାଯିବ ତେବେ ଆମେ ଏହି ରୋଗକୁ ନିୟନ୍ତ୍ରଣ କରିବା ସହ ରୋଗୀର ଜୀବନ ବି ବଞ୍ଚାଇ ପାରିବା । କହିଦେଉଛୁ କି ବ୍ଲାକ ଫଙ୍ଗସରୁ ବଞ୍ଚିବା ପାଇଁ କିଛି କଥା ପ୍ରତି ଧ୍ୟାନ ରଖନ୍ତୁ । ଯେମିତି କି ଅଧିକ ଦିନ ପର୍ଯ୍ୟନ୍ତ ଥିବା ବାସୀ ଖାଦ୍ୟକୁ ସେବନ କରିବେ ନାହିଁ । ମାସ୍କ ପିନ୍ଧାନ୍ତୁ ଓ ନିଜର ହାତ ସହିତ ନିଜର ଶରୀରକୁ ସବୁବେଳେ ପରିଷ୍କାର ରଖନ୍ତୁ ।