କୋଭିଡ ସମୟରେ ଇନଫ୍ଲାମେସନ ବିଷୟରେ କେମିତି ଜାଣିବେ ? Dr. Bimal Chhajer

ଆଜି ଆମେ ଆପଣଙ୍କୁ କହିବୁ କି ଇନଫ୍ଲାମେସନ କଣ ହୋଇଥାଏ ? ଆପଣ ନିଜ ଶରୀରରେ କେଉଁଠି ନା କେଉଁଠି ଇନଫ୍ଲାମେସନ ନିଶ୍ଚିତ ଦେଖିଥିବେ । ଯେମିତି କି ଯଦି ଆପଣଙ୍କ ଦାନ୍ତରେ ଇନଫେକସନ ହୋଇ ଯାଉଛି,

ତେବେ ଆପଣ ଡାକ୍ତରଙ୍କ ପାଖକୁ ଯାଇ ଦାନ୍ତ ବାହାର କରିବାକୁ କୁହନ୍ତି । କିନ୍ତୁ ଡାକ୍ତର ଦାନ୍ତ ଓପାଡି ନ ଥାଏ । କାରଣ ସେହି ସମୟରେ ଆପଣଙ୍କ ଇନଫ୍ଲା ହୋଇଥାଏ ଅର୍ଥାତ ଦାନ୍ତ ବ୍ୟଥା କରୁଥାଏ । ଏମିତିରେ ଡାକ୍ତର ଆପଣଙ୍କୁ ଆଣ୍ଟି ଇନଫ୍ଲାମେଟରୀ ଔଷଧ ଦିଅନ୍ତି । ଏହା ଦ୍ଵାରା ବ୍ୟଥା କମ ହୋଇଥାଏ ତେବେ ଯାଇ ଡାକ୍ତର ଦାନ୍ତ ଓପାଡି ଥାନ୍ତି । ଏହା ଛଡା ଯଦି କୌଣସି ଜାଗାରେ ଆଘାତ ଲାଗି ଯାଉଛି ତେବେ କିଛି ଦିନ ପରେ ଦେଖିବେ ସେହି ସ୍ଥାନଟି ନାଲି ରଙ୍ଗ ପଡି ଯାଇଛି । ଏହାକୁ ହିଁ କୁହନ୍ତି ଇନଫ୍ଲାମେସନ ।

କହିବାକୁ ଗଲେ ଯେଉଁଠି ବି ଇନଫେକସନ ହେବ ସେଠି ଆମର ୱ୍ହାଇଟ ବ୍ଲଡ ସେଲ ଯାଇ ଇନଫେକସନ ସ୍ଥାନରେ ଥିବା ସମସ୍ତ ଜୀବାଣୁକୁ ମାରିବାକୁ ଚେଷ୍ଟା କରିଥାଏ । ଠିକ ଏହିଭଲି କରୋନା ସମୟରେ ବି ହୋଇଥାଏ । କରୋନା ଭାଇରସ ଶରୀର ଭିତରକୁ ଯିବା ପରେ କରୋନା ଭାଇରସକୁ ମାରିବା ପାଇଁ ଆମର ୱ୍ହାଇଟ ବ୍ଲଡ ସେଲ ସେହି ସ୍ଥାନକୁ ଆସିଥାଏ । ଏହା ପରେ ଭାଇରସ ଓ ୱ୍ହାଇଟ ବ୍ଲଡ ମଧ୍ୟରେ ଯୁଧ୍ୟ ଚାଲେ । ଏହା ପରେ ସାହାର୍ଯ୍ୟ ପାଇଁ ୱ୍ହାଇଟ ବ୍ଲଡ ସାଇଟୋକାଇନକୁ ବି ଡାକନ୍ତି ଓ ଏହି ସାଇଟୋକାଇନ କରୋନାକୁ କମଜୋର କରିଥାଏ ଓ WBCକୁ ଜିତିବା ପାଇଁ ସାହାର୍ଯ୍ୟ କରିଥାଏ ।

ଏହି ସମୟରେ ସେହି ସ୍ଥାନରେ ବହୁତ ପାଣି ବି ଜମା ହୋଇଯାଏ । ଫୁସଫୁସକୁ ପୂର୍ବରୁ ହିଁ ନିମୋନିଆ ହୋଇଯାଇଥାଏ ଓ ନିମୋନିଆ କଣ୍ଟ୍ରୋଲରେ ରହି ପାରେ ନାହିଁ । ଏହା ସମୟରେ ଇନଫ୍ଲାମେସନ ଆସିଥାଏ ଓ ଏହି କାରଣରୁ ଅତ୍ୟଧିକ ପରିମାଣରେ ଅକ୍ସିଜେନ ଦରକାର ହୋଇଥାଏ । ଏହି କାରଣ ଅଟେ କରୋନା ରୋଗୀ ମୃତ୍ୟୁ ବରଣ କରୁଛନ୍ତି । ଏମିତିରେ ଇନଫ୍ଲାମେସନ ଭଲ ଅଟେ । କିନ୍ତୁ ଅତ୍ୟଧିକ ହୋଇଗଲେ ତେବେ ବହୁତ ଖରାପ । ସେଥିପାଇଁ ଷ୍ଟେରୋଇଡ୍ସ ଦିଆଯାଇଥାଏ ।

ଏମିତିରେ ଇନଫ୍ଲାମେସନର ଲକ୍ଷଣ ବିଷୟରେ ଜାଣି ନିଅନ୍ତୁ । ଜର, କାସ ଓ ଶରୀରରେ ଅକ୍ସିଜେନର ଅଭାବ ଇତ୍ୟାଦି ଇନଫ୍ଲାମେସନର ଲକ୍ଷଣ ଅଟେ । ଯଦି ଇନଫ୍ଲାମେସନ ଦରକାର ଠାରୁ ଅଧିକ ବଢି ଯାଉଛି ତେବେ ସେହି ସମୟରେ ରୋଗୀକୁ ଇନଫ୍ଲାମେସନ କମ କରିବାର ଔଷଧ ଦେବା ଉଚିତ । ନଚେତ ରୋଗୀର ମୃତ୍ୟୁ ହୋଇପାରେ । ଇନଫ୍ଲାମେସନର ଲାଭ ବି ଅଟେ । କିନ୍ତୁ ଖରାପ ଆହୁରି ଅଧିକ ଅଟେ ।

ଏମିତିରେ ଡାକ୍ତରମାନଙ୍କୁ ଜାଣିବାର ଅଛି କି ଇନଫ୍ଲାମେସନର ଔଷଧ କେତେବେଳେ ଦେବା ଉଚିତ ଓ କେତେବେଳେ ନୁହେଁ । ସେଥିପାଇଁ ଦିନ ହିସାବ କରିବା ଉଚିତ । ଯଦି ଷଷ୍ଠ, ସପ୍ତମ ଓ ଅଷ୍ଟମ ଦିନ ପର୍ଯ୍ୟନ୍ତ ଆପଣ ଠିକ ଅଛନ୍ତି ତେବେ ଆପଣଙ୍କର ଇନଫ୍ଲାମେସନ ବୁଦ୍ଧି ହୁଏ ନାହିଁ । ଇନଫ୍ଲାମେସନ ଯଦି ପ୍ରଥମରୁ ଜଣା ପଡିଯିବ ତେବେ ତାକୁ ଆମେ କମ କରି ପାରିବ । କହିବାକୁ ଗଲେ ଭାଇରସ ତ ୧୦ ଦିନ ମଧ୍ୟରେ ମରିଯିବ କିନ୍ତୁ ଇନଫ୍ଲାମେସନ ବିଷୟରେ ଜାଣିବା ଉଚିତ । ଯଦି କୌଣସି ରୋଗୀର ଶରୀରରେ ଇନଫ୍ଲାମେସନ କମ ହେଉଛି ତେବେ ବୁଝି ଯାଆନ୍ତୁ କି ରୋଗୀ ସୁସ୍ଥ ହେଉଛି ।

Leave a Reply

Your email address will not be published. Required fields are marked *