ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ସାରା ଦେଶରେ କୋରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଓମିକ୍ରନ ଭାଇରସ ରେ ଅନେକ ଲୋକ ମାନେ ଆକ୍ରାନ୍ତ ହୋଇ ସାରିଲେଣି । ଯାହା ବର୍ତ୍ତମାନ ଚିନ୍ତା ଜନକ ବିଷୟ ହୋଇ ପଡିଛି । କୋରୋନା ରେ ଆକ୍ରାନ୍ତ ହେଲେ କିଛି ଲକ୍ଷଣ ଯେପରି ପୂର୍ବରୁ ଦେଖା ଯାଉଥିଲା ଠିକ ସେହିଭଳି ଓମିକ୍ରନ ରେ ଆକ୍ରାନ୍ତ ହେଲେ ମଧ୍ୟ ଲକ୍ଷଣ ଦେଖା ଯାଉଛି ।

ତେବେ ପୂର୍ବରୁ କୋରୋନା ରେ ଆକ୍ରାନ୍ତ ହେଉଥିଲେ ଲୋକ ମାନଙ୍କ ଠାରେ ଥଣ୍ଡା, କାଶ, ଜ୍ଵର, ଇଂମ୍ୟୁନିଟି ପାୱାର କଣ ହେବା ଭଳି ଲକ୍ଷଣ ଦେଖା ଯାଉଥିଲା । ବିଶେଷଜ୍ଞଙ୍କ କହିବା ଅନୁସାରେ ଓମିକ୍ରନରେ ଆକ୍ରାନ୍ତ ହେଲେ ଥଣ୍ଡା, ମୁନ୍ଧ ବ୍ୟଥା, ତଣ୍ଟି ଦରଜ, ନାକରୁ ପାଣି ବାହାରିବା, କ୍ଳାନ୍ତ ଅନୁଭବ କରିବା ସହ ଛିଙ୍କ ଭଳି ଲକ୍ଷଣ ଦେଖା ଯାଇପାରେ ।
ଆକ୍ରାନ୍ତ ମାନେ ଆଶ୍ଵସ୍ତି ଅନୁଭବ କରିବା ପାଇଁ ମୁଣ୍ଡ ବିନ୍ଧା ହେବା ସହ ଶରୀରର ତାପମାତ୍ରା ବୃଦ୍ଧି ପାଇଥାଏ । କ୍ଳାନ୍ତ ଅନୁଭବ ହେବା ସହ ଭୋକ କମିଯାଏ । ଉଭୟ ଟୀକା ନେଇଥିବା ବ୍ୟକ୍ତି ଓ ଟୀକା ନେଇ ନ ଥିବା ବ୍ୟକ୍ତି ଏପରିକି ଥରେ କୋରୋନା ସଂକ୍ରମିତ ହୋଇ ସାରିଥିଲେ ପୁଣି ଥରେ ଓମିକ୍ରନରେ ଆକ୍ରାନ୍ତ ହୋଇ ପାରନ୍ତି ।

ତେଣୁ ଏପରି ଲକ୍ଷଣ ଦେଖାଗଲେ ହାଲକା ଭାବେ ନ ନେଇ ତୁରନ୍ତ ଟେଷ୍ଟ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷ ରୁ ସୂଚନା ଜାରି ହୋଇଛି । ତେବେ ଯେଉଁ ମାନେ ଟୀକା ନ ନେଇଛନ୍ତି ସେମାନେ ତୁରନ୍ତ ଟୀକା ନେବା ପାଇଁ ବିଶେଷଜ୍ଞ ମାନେ ସୂଚନା ଦେଇଛନ୍ତି ।
ଏହା ସହ ଉପରେ ଲିଖିତ କୌଣସି ବି ଲକ୍ଷଣ ଦେଖାଗଲେ ତୁରନ୍ତ ଟେଷ୍ଟ କରିବା ସହ ଚିକିତ୍ସା କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷ ରୁ କୁହା ଯାଇଛି । କାରଣ ଓମିକ୍ରନ ପୁରା ଦେଶରେ ଏତେ ମାତ୍ରା ବୃଦ୍ଧି ପାଇବାରେ ଲାଗିଛି ଯାହା କଳ୍ପନା ବାହାରେ । ତେବେ ପୂର୍ବ ଭଳି ମୁହଁ ରେ ମାସ୍କ ଲଗାଇବା ସହ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଗାଇଡ ଲାଇନ ଜାରି ହୋଇଛି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।
