ଆତ୍ମହତ୍ୟା ଭାବନା ମନକୁ କାହିଁକି ଆସିଥାଏ ? କେମିତି ଏହାକୁ କରିବେ ଦୂର, ଦେଖାନ୍ତୁ କଣ କହୁଛନ୍ତି Dr Samrat Kar

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଆତ୍ମହତ୍ୟା ର ଭାବନା ମନରେ କଣ ପାଇଁ ଆସିଥାଏ ସେହି ବିଷୟରେ କହିବାକୁ ଯାଉଛୁ । ଆମେ ଯେବେ ଯାହାକୁ ଅଧିକ ଭଲ ପାଇଥାଉ ସେ ଯେବେ ଦୂରେଇ ଯାଇଥାଏ ଆମେ ମାନସିକ ଚାପ ରେ ରହିଠୁ । ଯାହା ପାଇଁ ଆତ୍ମହତ୍ୟା ଭଳି ଭାବନା ମନରେ ଆସିଥାଏ । ଉଦାହରଣ ଯଦି ପୁଅ ଠାରୁ ମା ମୋବାଇଲ ଛଡେଇ ନେଇଯାଏ ତେବେ ସେ ରାଗିଜାଇ ମାନସିକ ଚାପ ରେ ଆସିଯାଏ । କାରଣ ମୋବାଇଲ ହେଉଛି ତା ପାଇଁ ଅଧିକ ଜରୁରୀ ।

କିନ୍ତୁ ଯେବେ ୧୮ ରୁ ୨୫ ବର୍ଷ ମଧ୍ୟରେ ପିଲା ମାନେ କାହାକୁ ଭଲ ପାଉଛନ୍ତି ଆଉ ସେ ଯଦି ଛାଡିକି ପଳାଇ ଯାଉଛନ୍ତି ତେବେ ମନ ଦୁଖ ହେଉଛି । ପ୍ରେମ କରିକି ବିବାହ କରିଥିବେ ଆଉ ବାହାଘର କିଛି ଦିନ ପରେ ଆତ୍ମହତ୍ୟା କରୁଛନ୍ତି । ରିଲେସନ ରେ ବ୍ରେକଅପ ହେଲେ ମଧ୍ୟ ଆତ୍ମହତ୍ୟା କରୁଛନ୍ତି ଆଜିର ପିଲା ମାନେ । ତେବେ ଏହି କ୍ଷେତ୍ରରେ ଆପଣଙ୍କ ବାପା ମା ବା ନିକଟତର ବନ୍ଧୁ ଆପଣଙ୍କର ଦୁଖ ବୁଝି ପାରିବେ । ଏହି ସମୟରେ ପଜେଟିଭ ଗୀତ ଶୁଣନ୍ତୁ ବା ଅନ୍ୟ କୌଣସି କାମରେ ବ୍ୟସ୍ତ ରେ ରୁହନ୍ତୁ ।

ଯେମିତି ଯଦି କେହି ଖେଳିବାକୁ ବା ଗୀତ ଶୁଣିବାକୁ ଚାହୁଁଛି କରି ପାରିବେ । ଯଦି ଆପଣ ଡିପ୍ରେସନ ରେ ଅଛନ୍ତି ତେବେ ସେଥିରୁ ବାହାରିବା ପାଇଁ ପଜେଟିଭ ଚିନ୍ତାଧାରା ମନରେ ଆଣନ୍ତୁ । ଯଦି ଆପଣ ପ୍ରେମ କରିଛନ୍ତି ଆଉ ବ୍ରେକପ ହୋଇଛି ତେବେ ବଡ ଚିନ୍ତାଧାରା ମନରେ ଆଣନ୍ତୁ । ଯେମିତିକି କିଛି ଲକ୍ଷ୍ୟ ରହିଛି ଯାହାକୁ ପୁରା କରିବା ପାଇଁ ଜୋର ଲାଗନ୍ତୁ । ଉଦାହରଣ ଶାହାଜାନ ତାଙ୍କ ସ୍ତ୍ରୀଙ୍କର ମୃତ୍ୟୁ ପରେ ତାଜମହଲ ତିଆରି କରିଥିଲେ କାରଣ ଏହା ତାଙ୍କର ପ୍ରେମ ଥିଲା । ଅନେକ ସମୟରେ ସ୍ଵାମୀ ସ୍ତ୍ରୀ ମଧ୍ୟରେ ଝଗଡା ହେଉଛି ଆଉ ସବୁ କିଛି ଶେଷ ହୋଇଛି ବୋଲି ଭବିଥାନ୍ତି ।

କାରଣ ସୁଖ ପରେ ଦୁଖ ଆସିଥାଏ । ଆଉ ଦୁଖ ଚିରସ୍ଥାୟୀ ନୁହେଁ । ତେଣୁ ସବୁବେଳେ ମେଣ୍ଟାଲି ପ୍ରିପର ହେବ ଉଚିତ ଆଉ ମନରେ ପଜେଟିଭ ଚିନ୍ତାଧାରା ଆଣିବା ଉଚିତ । ଛୋଟ ଛୋଟ କଥାରେ ରାଗିବା ଅନୁଚିତ । ଯଦି ଚାକିରି ରେ ରହୁଛନ୍ତି ଯାହା ପାଇଁ ପ୍ରେସର କାରଣରୁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଛନ୍ତି । ତେଣୁ ମନ ପସନ୍ଦର ଚାକିରି କରନ୍ତୁ ଆଉ ଯେଉଁ ଜିନିଷକୁ ଏଞ୍ଜୋଏ କରିଥାନ୍ତି ତାହା କରନ୍ତୁ । ୬୦ରୁ ୭୦ ବର୍ଷ ବୟସରେ ସ୍ଵାମୀ ବା ସ୍ତ୍ରୀ ମଧ୍ୟରୁ କାହାର ମୃତ୍ୟୁ ହୋଇଗଲେ ମନ ଦୁଖ କରନ୍ତୁ ନାହି ।

ବରଂ ଦୈନିକ କାର୍ଯ୍ୟ କରିବା ସହ ସାମାଜିକ ଆକ୍ଟିଭୀଟିରେ ବ୍ୟସ୍ତ ରୁହନ୍ତୁ । ସେଟା ଜୀବନର ଅନ୍ୟ ଅଧ୍ୟାୟ ବୋଲି ମାନେ କରନ୍ତୁ । ତେଣୁ କେହି ଆପଣଙ୍କ ପାଖକୁ ଆତ୍ମହତ୍ୟା କରିବା ବୋଲି ଆସି କହିଲେ ଆଗ ତାର କଥା ଶୁଣନ୍ତୁ ସେଥିରେ ଅଧା ସମସ୍ଯା ଦୂର ହେବ । ଏହା ବଡ ଡାକ୍ତରଙ୍କ ସହ ପରାମର୍ଶ କରିବା ଦ୍ଵାରା ଆତ୍ମହତ୍ୟା ଭଳି ସମସ୍ଯା ଆଉ ରହିବ ନାହି । ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତାମତ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *