E.C.M.O ଚିକିତ୍ସା କେମିତି କରାଯାଏ? କେମିତି ଏହା କରୋନା ରୋଗୀଙ୍କୁ ବଞ୍ଚାଏ… ଜାଣନ୍ତୁ ସମ୍ପୁର୍ଣ୍ଣ ତଥ୍ୟ

ବର୍ତ୍ତମାନ ସାରା ବିଶ୍ଵରେ କରୋନା ମହାମାରୀ ନିଜର କାୟା ବିସ୍ତାର କରିଚାଲିଛି । ଏହି ମହାମାରୀ ଭାରତର ମଧ୍ୟ ବହୁତ ଜୀବନ ନେଇସାରିଛି । କିନ୍ତୁ ଆଶ୍ଵସ୍ତି କର ଖବର ଏହା ହେଉଛି କି ଭ୍ୟାକସିନ ନେବା ସହିତ ବର୍ତ୍ତମାନ କରୋନାର କେତେକ ଔଷଧ ଓ ଆଧୁନିକ ମେସିନ ମାଧ୍ୟମରେ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି ।

ଅନ୍ୟ କେତେକ ଦେଶରେ ବି ବର୍ତ୍ତମାନ କରୋନାର ସ୍ଥିତିରେ ସୁଧାର ଆସି ଯାଇଛି । କହିବାକୁ ଗଲେ ବର୍ତ୍ତମାନ କରୋନା ରୋଗୀଙ୍କୁ ସୁସ୍ଥ କରିବା ପାଇଁ ବିଭିନ୍ନ ପ୍ରକାରର ନୂଆ ନୂଆ ଟେକ୍ନୋଲୋଜି ବାହାରିଛି ଓ ସେଥି ମଧ୍ୟରୁ ଗୋଟିଏ ହେଉଛି ECMO । ଏମିତିରେ ଏହି ମେସିନ କେମିତି କାମ କରେ ଓ ଏହାର ପ୍ରତଦିନର ଖର୍ଚ କେତେ ଆସନ୍ତୁ ଜାଣିବା । କହିବାକୁ ଗଲେ ଏହି ECMO ଚିକିତ୍ସା ସେହି ସମୟରେ ଲୋକ ଲୋଚନକୁ ଆସିଲା ଯେତେବେଳେ ଅଭିଷେକ କରୋନାରେ ପୀଡିତ ହେବା ପରେ କଲିକତାରେ ECMO ଚିକିତ୍ସା ପାଇଁ ଗଲେ ।

ସେହି ସମୟରୁ ଲୋକମାନେ ଏହି ECMO ଚିକିତ୍ସା ବିଷୟରେ ଜାଣିବା ପାଇଁ ଚେଷ୍ଟା କରୁଛନ୍ତି । କହିଦେଉଛୁ କି କରୋନାରେ ଆକ୍ରାନ୍ତ ବ୍ୟକ୍ତିକୁ ଯେତେବେଳେ ଅମ୍ଳଜାନ ଆବଶ୍ୟକ ହୋଇଥାଏ, ତେବେ ସେହି ସମୟରେ ଡାକ୍ତରମାନେ ତାଙ୍କୁ ମୁହଁରେ ଭେଣ୍ଟିଲେଟ ଲଗାଇ ଦିଅନ୍ତି, କିନ୍ତୁ ଏହା ସତ୍ବେ ବି ଯେତେବେଳେ ରୋଗୀର ଫୁସଫୁସ ଅଧିକ ଦୁର୍ବଳ ହୋଇଯାଏ ତେବେ ଏହି ପରିସ୍ଥିତିରେ ଡାକ୍ତରମାନେ ECMO ମେସିନର ବ୍ୟବହାର କରିଥାନ୍ତି ।

ଏହା ମେସିନ ଏକ ପ୍ରକାରର କୃତ୍ରିମ ହୃଦୟ ଓ ଫୁସଫୁସ ଅଟେ । ଯାହା ଶରୀରର ବାହାରେ ରହି ଆପଣଙ୍କର ହୃଦୟ ଓ ଫୁସଫୁସ ଭଳି କାମ କରିଥାଏ । ଯାହା ରୋଗୀର ଶରୀରକୁ ଯାଉଥିବା ଅକ୍ସିଜେନରୁ ଅଙ୍ଗାରକାମ୍ଳକୁ ବାହାର କରି ଅମ୍ଳଜାନ ଯୋଗାଇଥାଏ । ଏହି ମେସିନକୁ ରୋଗଗିର ଛାତିରେ ଓ ଗଲା ହିତରେ ଲଗାଯାଇଥାଏ । ଏହା ରୋଗୀର ଶରୀରରେ ରକ୍ତକୁ ଚଳ ପ୍ରଚଳ କରିବାରେ ସାହାରାଜ୍ୟ କରିଥାଏ ଓ ରୋଗୀକୁ ନିଶ୍ଵାସ ନେବାରେ ମଧ୍ୟ ସହାୟତା କରିଥାଏ ।

ଏହି ମେସିନ ସାହାର୍ଯ୍ୟରେ ରୋଗୀ ଶୁଦ୍ଧ ଅମ୍ଳଜାନ ନେଇଥାଏ । ଯେତେବେଳେ କୌଣସି ରୋଗୀ ଅତି ଗୁରୁତ୍ଵର ହୋଇଯାଏ ତେବେ ଏହି ମେସିନ ସେହି ସମୟରେ ବ୍ୟବହାର କରାଯାଏ । କହିଦେଉଛୁ କି କରୋନାରେ ପୀଡିତ ବ୍ୟକ୍ତିଙ୍କ ପାଇଁ ହିଁ ଏହି ମେସିନ ଉଦ୍ଦିଷ୍ଟ ଅଟେ । ଏହା ସହିତ ଯେତେବେଳେ କୌଣସି ରୋଗୀର ହାର୍ଟ ଓ ଫୁସଫୁସ ଟ୍ରାନ୍ସପ୍ଳାଣ୍ଟ କରାଯାଏ ତେବେ ସେହି ସମୟରେ ବି ଏହି ମେସିନର ବ୍ୟଭାର ହୋଇଥାଏ । ସବୁଠୁ ବଡ ଆଶ୍ଚର୍ଯ୍ୟ କର କଥା ଏହା ଅଟେ କି ଏହି ମେସିନର ମୂଲ୍ୟ ବହୁତ ଅଧିକ ଅଟେ ।

ଏହା ସହିତ ଏହି ମେସିନର ପ୍ରତିଦିନର ଖର୍ଚ ବି ଅଧିକ ଅଟେ । କିନ୍ତୁ ଓଡିଶାରେ ଏହି ମେସିନ ଉପଲବ୍ଧ ନାହିଁ । ଯେଉଁ କାରଣରୁ ଏହି ମେସିନର ଚିକିତ୍ସା ପାଇଁ ସମସ୍ତଙ୍କୁ ଅନ୍ୟ ରାଜ୍ୟକୁ ଯିବାକୁ ପଡିଥାଏ । କହିଦେଉଛୁ କି ଏହି ମେସିନ ବ୍ୟବହାର କରିବା ପାଇଁ ଦିନକୁ ୧.୭୫ ଲକ୍ଷ ରୁ ୩ ଲକ୍ଷ ଟଙ୍କା ମଧ୍ୟରେ ଖର୍ଚ ହୋଇଥାଏ ଓ ନଚେତ ୮୦ ହଜାରରୁ ୧ ଲକ୍ଷ ଟଙ୍କା ମଧ୍ୟରେ ବି ଖର୍ଚ ହୋଇଥାଏ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *