କେମିତି ଗୋଟେ ଭଲ ମା ହେବେ ? କଣ କରିବେ ଯେତେବେଳେ ଛୁଆଙ୍କ ଉପରେ ଆସିଥାଏ ରାଗ ?

ମା ଓ ସନ୍ତାନ ସମ୍ପର୍କ ଏମିତି ହୋଇଥାଏ ଯାହା ଭଗବାନ ସବୁଠାରୁ ସୁନ୍ଦର ସମ୍ପର୍କ କରିଥାନ୍ତି, ସନ୍ତାନ ଜନ୍ମ ହେଲା ପରେ କିଛି ବର୍ଷ ପର୍ଯ୍ୟନ୍ତ କଥା କହି ପରାନ୍ତି ନାହିଁ ତଥାପି ମା ତା କଥା ବୁଝି ପାରନ୍ତି, ସନ୍ତାନକୁ କେତେବେଳେ କଷ୍ଟ ହେଲା କଣ ପାଇଁ ହେଲା ? ତାକୁ କଣ ଦରକାର ? ସେ କେଉଁ ଜିନିଷ ପାଇଁ କାନ୍ଦୁଛି ? ଏହି ସବୁ ପ୍ରକାର ଉତ୍ତର ମା ଜାଣି ପାରନ୍ତି ।

ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣ ବହୁତ ଭଲ ମା ହୋଇପାରିବେ ।

Image Courtesy: Google

ତେବେ ମା ମାନେ ରାଗିଲେ ନିଜ ଛୁଆଙ୍କ ବାଡେଇ ଦିଅନ୍ତି କିନ୍ତୁ ପରେ ଲୁଚି ଲୁଚି କାନ୍ଦି ଥାନ୍ତି, ମା ମନ ମମତା ଛୁଆ ସହ ଜନ୍ମ ହୋଇଥାଏ, ଯେତେବେଳେ କୌଣସି ସ୍ତ୍ରୀ ଗର୍ଭବତୀ ହୋଇଥାନ୍ତି ତାଙ୍କ ଭିତରେ ବହୁତ ପ୍ରକାର ପରିବର୍ତନ ଦେଖିବାକୁ ମିଳିଥାଏ । ଆଜି ଆମେ ଆପାନଙ୍କୁ ପ୍ରଥମ କଥା ଏହା କହିବାକୁ ଚାହୁଁଛୁ ଯେ ଆପଣଙ୍କୁ କେବେ ଅନ୍ୟ ରାଗ ବା ଅନ୍ୟ ମାନଙ୍କ କଥା ଶୁଣି ନିଜ ଛୁଆ ଉପରେ ହାତ ଉଠାଇବା ଉଚିତ ନୁହ ଯଦି ଆପଣ ଏମିତି କରୁଛନ୍ତି ତେବେ ଆପଣଙ୍କ ସନ୍ତାନ ସହ ଆପଣାଙ୍କ ସମ୍ପର୍କ ଖରାପ ହବ ।

Image Courtesy: Google

ତେବେ କୌଣସି ମାକୁ ନିଜ ଛୁଆ ସମ୍ପର୍କକୁ ଦୁନିଆ ଅନ୍ୟ ସମ୍ପର୍କ ଉପରେ ରଖିବା ଉଚିତ ଯଦି ଏହା ପାଇଁ ଆପଣଙ୍କୁ ଅନ୍ୟ ଆଗରେ ଖରାପ ହବାକୁ ପଡୁଛି ତେବେ ଏହା ଉଚିତ କାହିଁକିନା ଆପଣଙ୍କ ସନ୍ତାନ ସହ ଆପଣଙ୍କ ସମ୍ପର୍କ ଭଲ ଅଛି ଓ ଆପଣଙ୍କ ସନ୍ତାନ ଧୀରେ ଧୀରେ ଏହି ଜିନିଷ ଦେଖିବାକୁ ପାଇବ ଯେ ଆପଣ ତାକୁ କେତେ ପ୍ରାୟୋରୀଟି ଦଉଛନ୍ତି ।

Image Courtesy: Google

ତେବେ ଆସନ୍ତୁ ଜାଣିବା ନିଜ ରାଗ ନିୟନ୍ତ୍ରଣ କେମିତି କରିବା :

୧. ବହୁତ ମହିଳାମାନେ ଏମିତି ହୋଇଥାନ୍ତି ଯିଏ ଘର ସମସ୍ତ ଲୋକଙ୍କୁ ଖୁସି କରିବା ପାଇଁ ଚେଷ୍ଟା କରନ୍ତି, ତେବେ ଏହି ଭୁଲ ଆପଣ କରନ୍ତୁ ନାହିଁ କାହିଁକିନା ଭଗବାନ ଏମିତି କିଛି ଲୋକ ବନେଇଛନ୍ତି ଯାହା ପାଇଁ ଆପଣ କିଛି ବି କଲେ ସେ ଖୁସି ହୁଅନ୍ତି ନାହିଁ, ତେବେ ସେହି ଭଳି ଲୋକଙ୍କ ପାଇଁ ଆପଣଙ୍କ ରାଗ ବଢିଥାଏ ଯାହା ଶିକାର ଆପଣଙ୍କ ଛୁଆହୋଇଥାନ୍ତି ସେଥିପାଇଁ ଏହି ଭଳି ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ ଆପଣଙ୍କ ରାଗ ଶାନ୍ତ ରହିବ ଓ ମୁଡ ଭଲ ରହିବ ।

Image Courtesy: Google

୨. ସବୁ ଦିନ ଛୁଆଙ୍କ ସହ ସମୟ ବିତାନ୍ତୁ ଦେଖନ୍ତୁ ଆପଣଙ୍କ ଛୁଆ କେଉଁ ଜିନିଷରେ ଆଗ ଅଛି, ତେବେ ସବୁ ଦିନ ପ୍ରମିଷ ଗେମ ଖେଳାନ୍ତୁ, ଆପଣ ନିଜ ଛୁଆକୁ ପ୍ରମିଷ କରନ୍ତୁ ଯେ ଆଜି ଆପଣ ରାଗିବେ ନାହିଁ ଓ ଛୁଆକୁ ଗୋଟେ ପ୍ରମିଷ କରିବା ପାଇଁ କୁହନ୍ତୁ ଏହା ଦ୍ଵାରା ଆପଣଙ୍କ ଛୁଆ ଭଲ ଗୁଣ ଶିଖିଥାଏ ।

Image Courtesy: Google

୩. ସବୁଠାରୁ ବଡ କାମ ହେଲା ନିଜ ଧ୍ୟାନ ରଖନ୍ତୁ ଦୁନିଆ ୯୯% ମହିଳାମାନେ ନିଜ ଘର ପରିବାର ଅଫିସ ସବୁ ପାଇଁ ସବୁ କିଛି କରନ୍ତି କିନ୍ତୁ ନିଜ ଧ୍ୟାନ ରଖନ୍ତି ନାହିଁ । ଆପଣ ଏହି ଭୁଲ କରନ୍ତୁ ନାହିଁ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହେଲେ ପୁରା ଘର ଅସୁବିଧାରେ ପଡିଯିବ ସେଥିପାଇଁ ସମତାଙ୍କ ସହ ନିଜ ଧ୍ୟାନ ରଖିବା ଭୁଲନ୍ତୁ ନାହିଁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *