Special Report: ଆପଣଙ୍କର Aadhar Card ସୁରକ୍ଷିତ ଅଛି କି ନାହିଁ କେମିତି ଜାଣିବେ ?

ନମସ୍କାର ବନ୍ଧୁଗଣ, ଆଧାହର କାର୍ଡ ଆଜିର ସମୟରେ ଏହି ପରିଚୟ ପ୍ରମାଣ ପତ୍ରର ଉପଲବ୍ଧ ହୋଇଥିଲେ ଆପଣ ମାନେ ବେଶ ଭଲ ଭାବେ ଜାଣିଥିବେ । କୌଣସି କାମ ପାଇଁ ଆଧାର କାର୍ଡ ବହୁତ ଜରୁରୀ ଅଟେ । ହେଲେ ଆପଣଙ୍କର ସେହି ଆଧାର କାର୍ଡ ଟି ସୁରକ୍ଷିତ ଅଛି ତ ଓ ଅନ୍ୟ କେହି ଆପଣଙ୍କର ଆଧାର କାର୍ଡ ର ଖରାପ ବ୍ୟବହାର କରୁ ନାହାନ୍ତି ତ ? କିଛି ଦିନ ହେଲା ଭାରତରେ ଅନେକ ନକଲି ଆଧାର କାର୍ଡ ଦେଖିବାକୁ ମିଳିଛି । ଅନେକ ଲୋକ ମାନେ ଲୋକ ମାନଙ୍କର ଡୁପ୍ଳିକେଟ ଆଧାର କାର୍ଡ ତିଆରି କରି ଏହାକୁ ଖରାପ କାମରେ ବ୍ୟବହାର କରୁଛନ୍ତି ।

ତେଣୁ ଏହା ଉପରେ ତୁରନ୍ତ ଆକ୍ସନ ନେବା ସହ UIBI ପ୍ରାୟ ୬ ଲକ୍ଷ ନକଲି ଆଧାର କାର୍ଡ କ୍ୟାନ୍ସଲ କରିଛି । ଲୋକସଭାରେ ଏ ନେଇ ଇଲେକ୍ଟ୍ରୋନିକ ରାଜ୍ୟ ମନ୍ତ୍ରୀ ଚନ୍ଦ୍ରଶେଖର ସୂଚନା ଦେଇଛନ୍ତି । ଆଧାର କାର୍ଡ ସମସ୍ତଙ୍କ ପାଇଁ ଏବେ ଜରୁରୀ ପ୍ରମାଣ ପାତ୍ର ହୋଇ ସାରିଛି । ଏଣୁ ଏହାକୁ କେମତି ସୁରକ୍ଷିତ ରଖାଯାଇ ପାରିବ ଏହାର କେମିତି ସଦୁପୋଯୋଗ ହୋଇ ପାରିବ ସେଥିପାଇଁ ଧ୍ୟାନ ଦେବାକୁ ପଡିଛି ।

ତେଣୁ ଆପଣଙ୍କର ଆଧାର କାର୍ଡ ସୁରକ୍ଷିତ ଅଛି କି ନାହି ତାହା ଆପଣ କିଛି ସମୟ ଭିତରେ ଜାଣିପାରିବେ । ଏଥିପାଇଁ ଆପଣଙ୍କୁ କୌଣସି ଅଫିସରେ ଲାଇନ ଲଗାଇବାକୁ ପଡିବ ନାହି । ଘରେ ବସି ଆପଣ ନିଜର ଆଧାର କାର୍ଡ ସୁରକ୍ଷିତ ଅଛି କି ନାହି ତାହା ଚେକ କରିପାରିବେ । ତେବେ ଆସନ୍ତୁ ଜାଣିବା କେମିତି କରିବେ ଆଧାର କାର୍ଡ ଚେକିଙ୍ଗ । ଆଧାର କାର୍ଡ ଭେରୀଫାଏ କରିବା ଅତ୍ୟନ୍ତ ସହଜ କାମ ଅଟେ ।

ଏହାକୁ ଆପଣ ଘରେ ବସି ନିଜ ସ୍ମାର୍ଟଫୋନ ସାହାଯ୍ୟରେ କରିପାରିବେ । ଏଥିପାଇଁ ଆପଣଙ୍କୁ ପ୍ରଥମେ www.uidai.gov । in ୱେବ ସାଇଟ କୁ ଯିବାକୁ ପଡିବ । ୱେବ ସାଇଟକୁ ଯିବା ପରେ ସେଠାରେ ଆପଣଙ୍କୁ ଭେରୀଫାଏ ଆଧାର ଅପସନ ଦେଖାଯିବ ।

ସେଠାରେ କ୍ଲିକ କରିବା ପରେ ଆପଣଙ୍କୁ ଆପଣଙ୍କର ୧୨ ନମ୍ବର ବିଶିଷ୍ଟ ଆଧାର ଅମ୍ବର ଦେବାକୁ ପଡିବ । ଆଧାର ନମ୍ବର ଦେବା ପରେ ସେଠାରେ ଆପଣଙ୍କର ଆଧାର କାର୍ଡ ଭେରୀଫାଏ ହୋଇ ରହିଛି କି ନାହି ଥା ଜଣା ପଡିବ । ଯଦି ଆପଣଙ୍କର ଆଧାର କାର୍ଡ ଭେରୀଫାଏ କରିବା ଅସଫଳ ହେବ ତେବେ ୱେବ ସାଇଟରେ ଆପଣଙ୍କ ଆଧାର କାର୍ଡ ମହଜୁଦ ନାହି ବୋଲି ଦେଖାଇବ ।

ଆପଣଙ୍କର ଧାରା କାର୍ଡ ଯଦି ଭେରୀଫାଏ ନ ଦେଖାଉଛି ଏବେ ତୁରନ୍ତ ନିଜର ଜରୁରୀ ଡକୁମେଣ୍ଟ ସହ ନିକଟସ୍ଥ ଆଧାର ସେନ୍ଟରରେ ଏହାକୁ କରାଇ ନିଅନ୍ତୁ । ଯାହା ଦ୍ଵାରା ଆପଣଙ୍କର ଆଧାର କାର୍ଡ ସୁରକ୍ଷିତ ରହିବା ସହ ଏହାର କୌଣସି ଖରାପ ବ୍ୟବହାର ହୋଇ ପାରିବ ନାହି । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *