ବିନା Workout- Diet ରେ 91 ରୁ 76 କିଲୋ କେମତି ହେଲେ Bharti Singh ? ଜାଣନ୍ତୁ ଏହା ପଛର Secret

ବଲୀଉଡ ଟିଭି ଇଣ୍ଡଷ୍ଟ୍ରିର କମେଡିୟାନ ଭାରତୀ ସିଂହ ନିଜର କମେଡି ଦ୍ଵାରା ଲୋକମାନଙ୍କୁ ମନୋରଞ୍ଜନ କରିଥାନ୍ତି । କିନ୍ତୁ ବର୍ତ୍ତମାନ ଭାରତୀ ସିଂହ ନିଜର କମେଡି ଶୋ ପାଇଁ ନୁହେଁ ଅନ୍ୟ କିଛି କାରଣ ଯୋଗୁ ଲାଇମଲାଇଟରେ ଅଛନ୍ତି । ଭାରତୀଙ୍କ ନୂଆ ରୂପ ଦେଖି ସମସ୍ତ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ସେ ଆଗ ଅପେକ୍ଷା ବହୁତ ପତଳା ଦେଖା ଯାଉଛନ୍ତି । ସେ ପୂର୍ବେ ବହୁତ ମୋଟା ନଜର ଆସୁଥିଲେ । କିନ୍ତୁ ବର୍ତ୍ତମାନ ଆପଣ ତାଙ୍କର ସ୍ଲିମ ଫିଗର ଦେଖି ପାରିବେ ।

ସବୁଠୁ ଖାସ କଥା ହେଉଛି କି ଭାରତୀ ବିନା କୌଣସି ସ୍ପେଶାଲ ଡାଏଟ ଓ ୱାର୍କଆଉଟରେ ନିଜର ଓଜନ କମ କରିଛନ୍ତି । ଏହା ପଛରେ ଅସଲ କାରାଣ କଣ ସମସ୍ତେ ଜାଣିବାକୁ ଚେଷ୍ଟା କରୁଛନ୍ତି । ଏହା ବିଷୟରେ ଭାରତୀ ନିଜେ ହିଁ କହିଲେ ।

ଭାରତୀଙ୍କ ନୂଆ ଫଟୋ ସବୁ ପ୍ରମାଣିତ କରୁଛି କି ସେ ଆଗ ଅପେକ୍ଷା ବହୁତ ବଦଳି ଯାଇଛନ୍ତି । ତେବେ ଚାଳନ୍ତୁ ଜାଣିବା ନିଜର ଓଜନ କମ କରିବା ପାଇଁ ଭାରତୀ କେଉଁ ସବୁ ଟିପ୍ସର ସାହାରା ନେଲେ । ବର୍ତ୍ତମାନ ସମୟରେ ପ୍ରାୟତଃ ଲୋକମାନେ ମୋଟାପାର ଶିକାର ହୋଇଛନ୍ତି ଓ ସମସ୍ତେ ଡାଏଟ ପ୍ଳାନ ଓ ୱାର୍କଆଉଟର ସାହାର ନେଉଛନ୍ତି । କିନ୍ତୁ ଭାରତୀ ଏହିଭଳି କୌଣସି ବି ଜିନିଷର ସାହାରା ନେଇ ନାହାନ୍ତି । ଭାରତୀ ସିଂହ ନିଜର ଓଜନ କମ କରିବା ପାଇଁ କୌଣସି ବି ପ୍ରକାରର ସ୍ପେଶାଲ ଡାଏଟ ନେଇ ନାହାନ୍ତି ।

ଏହା ପରିବର୍ତ୍ତେ ସେ intermittent fastingକୁ ବାଛିଛନ୍ତି । ଭାରତୀ ସିଂହ ପ୍ରଥମେ ୯୦ କେଜିର ଥିଲେ କିନ୍ତୁ ଆଜି ସେ ୭୬ କେଜିର ହୋଇ ଯାଇଛନ୍ତି । ଭାରତୀ ନିଜର ଏହି ନୂତନ ରୂପକୁ ନେଇ ବହୁତ ଖୁସି ଅଛନ୍ତି । intermittent fasting ଜରିଆରେ ଭାରତୀ ନିଜର ରେଗୁଲାର ଡାଏଟ ଫଲୋ କରୁଥିଲେ । ଭାରତୀ ନିଜର ଦୁଇ ମିଲ ମଧ୍ୟରେ ୧୭ ଘଣ୍ଟା ପାର୍ଥକ୍ୟ ରଖୁଥିଲେ । ଅର୍ଥାତ ଏହି ୧୭ ଘଣ୍ଟା ମଧ୍ୟରେ ସେ କିଛି ବି ଖାଉ ନ ଥିଲେ ।

ସନ୍ଧ୍ୟା ୭ ରୁ ଆସନ୍ତା ଦିନ ୧୨ ପର୍ଯ୍ୟନ୍ତ ସେ କୌଣସି ବି ପ୍ରକାରର ଭୋଜନ କରୁ ନ ଥିଲେ । ଏହାକୁ ଫ୍ଲୋ କରି ସେ ୧୫ କିଲୋ ଓଜନ କମ କରିଛନ୍ତି । ଆପଣଙ୍କୁ କହିଦେଉଛୁ କି ସେ ଆସ୍ଥାମା ଓ ସୁଗାର ଭଳି ଦୁଇଟି ରୋଗରେ ପୀଡିତ ଥିଲେ, ଯେଉଁ କାରଣରୁ ସିଢି ଚଢିବା ସମୟରେ ଓ ଓଲହାଇବା ସମୟରେ ତାଙ୍କର ନିଶ୍ଵାସ ଫୁଲି ଯାଉ ଥିଲା । ବର୍ତ୍ତମାନ ସେଥିରେ ଅଳ୍ପ ଆରାମ ମିଳିଛି । ଡାୟେବିଟିଜ ଓ ଆସ୍ଥମାରେ ବି ବହୁତ ଆରାମ ଅଛି ।

ଏଥିପାଇଁ ସେ କହିଲେ କି ସେ intermittent fastingକୁ ଫଲୋ କରିଛନ୍ତି । ଭାରତୀଙ୍କ ଓଜନ କମ ହେବାକୁ ନେଇ ତାଙ୍କ ସ୍ଵାମୀ ହର୍ଷ ଓ ତାଙ୍କର ଫ୍ୟାନମାନେ ବହୁତ ଖୁସି ଅଛନ୍ତି । ଏହି ନୂଆ ଫଟୋରେ ଭାରତୀ ବହୁତ ଆକର୍ଷକ ବି ନଜର ଆସୁଛନ୍ତି ।

Leave a Reply

Your email address will not be published. Required fields are marked *