କଣ ହୋଇଥିଲା August 14 ସ୍ୱାଧୀନତାର ପୂର୍ବ ଦିନ ରାତିରେ, କେମିତି ଥିଲା ରାଇସିନା ହିଲ୍ସର ଦୃଶ୍ୟ? ଦେଖନ୍ତୁ Video

ବନ୍ଧୁଗଣ ୧୯୪୭ ଅଗଷ୍ଟ ୧୪ ତାରିଖ ଦିନ କଣ ଘଟିଥିଲା କେମିତି ଥିଲା ରାଇସିନା ହିଲ୍ସର ଦ୍ରୁଶ୍ଯ ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହାକୁ ଭାରତର ପ୍ରତେକ ନାଗରିକ ଜାଣିବାକୁ ଇଚ୍ଛା କରିଥାନ୍ତି । ଅଗଷ୍ଟ ୧୪ ର ରାତି ଏମିତି ଏକ ରାତି ଯାହା ଭାରତର ଇତିହାସ, ଭୁଗୋଳ, ଭବିଷ୍ୟତ ଓ ଚିନ୍ତାଧାରାକୁ ବଦାଳଇ ଦେଲା । ସେହି ରାତି ଥିଲା ସ୍ବାଧିନତାର ରାତି । ଅଗଷ୍ଟ ୧୪ ୧୯୪୭ରେ ଦିଲ୍ଲୀରେ ଅପରାହ୍ନରୁ ପ୍ରବଳ ବର୍ଷା ହେଉଥିଲା । ରାତି ୯ଟା ବେଳକୁ ରାଇସିନା ହିଲ୍ସରେ ପ୍ରାୟ ୫ଲକ୍ଷ ଲୋକ ଜମା ହୋଇଥିଲେ ଆଉ ଅପେକ୍ଷା କରିଥିଲେ ସ୍ବାଧିନତାର ନୂଆ ସକାଳକୁ ।

କେବେ ସକାଳ ହେବ ଆଉ ଏରଇସିନା ହିଲ୍ସରେ ତ୍ରିରଙ୍ଗା ଉଡିବ । ରାତି ୧୦ଟା ବେଳକୁ ସର୍ଦାର ପଟେଲ, ଜବାରହାରଲାଲ ନେହେରୁ, ଡାକ୍ତର ରାଜେନ୍ଦ୍ର ପ୍ରସାଦ, ମାଉଣ୍ଟ ବ୍ୟାଟେନ ଏକ ସହ ପହଞ୍ଚିଥିଲେ ରାଇସିନାରେ । ରାଈ ୧୨ଟା ବାଜିବାକୁ କିଛି ସମୟ ପୂର୍ବରୁ ଜବାହାରଲାଲ ନେହେରୁ ନିଜର ଭାଷଣ ଦେଇଥିଲେ ।

ସେ କହିଥିଲେ ରାତିର ଅନ୍ଧକାରରେ ଯେବେ ସାରା ବିଶ୍ଵ ସୋଇଥିବ ଠିକ ସେହି ସମୟରେ ଭାରତ ଉଠିବ ନୂଆ ଜୀବନ ଓ ସ୍ଵାଧୀନତା ନେଇ । ତାଙ୍କର ଏହି ଭାଷଣ ଭାରତୀୟଙ୍କ ପାଇଁ ଖୁସି ଆଣିଥିଲା । କାରଣ ଦୀର୍ଘ ୨୦୦ ବର୍ଷ ପରେ ଭାରତର ବ୍ରିଟିଶ ଶାସନରୁ ମୁକ୍ତ ହୋଇଥିଲା । କିନ୍ତୁ ଏହି ଖୁସି ସହ ଭାରତୀୟଙ୍କୁ ବଡ ଦୁଖର ସାମନା କରିବାକୁ ପଡିଥିଲା ।

ଭାରତର ୩ଲକ୍ଷ ୪୬ ହଜାର ୭୩୭ ସ୍କୋୟାର କିମି ସ୍ଥାନ ଓ ୮କୋଟିରୁ ଅଧିକ ଲୋକଙ୍କୁ ହରାଇଥିଲା । ଏହାର ଅର୍ଥ ଭାରତ ଅଲଗା ହୋଇ ପାକିସ୍ତାନ ନାମକ ଦେଶ ତିଆରି ହୋଇଥିଲା । ଭାରତରେ ଏମିତିରେ ବି ସ୍ଵାଧୀନତା ପାଇ ନ ଥିଲା କିନ୍ତୁ ଅନେକ ସଂଘର୍ଷ କରିଛି । ଅଗଷ୍ଟ ୧୫ର ବହୁତ ପୂର୍ବରୁ ବ୍ରିଟିଶ ଶାସନ ଆରମ୍ଭ ହୋଇଥିଲା ।

ମହାତ୍ମାଗାନ୍ଧୀଙ୍କ ଜନ ଆନ୍ଦୋଳନରୁ ହିଁ ଦେଶରେ ନୂଆ କ୍ରାନ୍ତିକାରି ଆରମ୍ଭ ହୋଇଥିଲା । ଅନ୍ୟ ପାଖରେ ସୁଭାଷଚନ୍ଦ୍ର ବୋଷଙ୍କର ଆଜାଦ ହିନ୍ଦ ଫୌଜ ଇଂରେଜ ମାନଙ୍କ ପାଇଁ ସମସ୍ଯା ଆଣିଥିଲା । ଦେଖିବାକୁ ଗଲେ ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ଇଂରେଜଙ୍କ ପାଖରେ ଏତେ ସାମର୍ଥ୍ୟ ନ ଥିଲା ଯେ ସେମାନେ ଭାରତ ଉପରେ ତାଙ୍କର ଶାସନ ଚଳାଇପାରିବେ ।

ସେଥିପାଇଁ ମାଉଣ୍ଟ ବ୍ୟାଟିନଙ୍କୁ ଭାରତର ଶେଷ ଭାଇସରଏ କରି ପଠାଯାଇଥିଲା କାରଣ ଦେଶକୁ ସ୍ବାଧିନତା ଦେବା । ଇଂରେଜମାନେ ଭାରତକୁ ପ୍ରଥମେ ୧୯୪୮ ଜୁନ ୩ରେ ସ୍ଵାଧୀନତା ଘୋଷଣା କରିବାକୁ ନିସ୍ପତି ନେଇଥିଲେ କିନ୍ତୁ ମହମଦ ଅଲ୍ଲୀ ଜିନା ଅଲଗା ଦେଶ ପାକିସ୍ତାନ କରିବା ପାଇଁ  ଜିଦ କରିଥିଲେ ।

ଯାହା ଫଳରେ ଦେଶରେ ହିଂସା ଦେଖାଗଲା ଯାହା ପରେ ମାଉଣ୍ଟ ବ୍ୟାଟିନ ଭାରତକୁ ସ୍ଵାଧୀନତା ଘୋଷଣା କରିବାକୁ ଚାହୁଁଥିଲେ । ଭାରତ ପାଇଁ ଅଗଷ୍ଟ ୧୫ ସ୍ଵାଭା ସମୟ ଥିବାରୁ ସ୍ଥିର କରାଯାଇଥିଲା କି ନେହେରୁ ତାଙ୍କର ଭାରତ ୧୨ଟା ପୂର୍ବରୁ ଶେଷ କରିବେ ।

ରାତି ୧୨ଟା ପରେ ସାଙ୍ଗ ନାଦରେ ଭାରତୀୟ ଲୋକତନ୍ତ୍ରର ଆରମ୍ଭ ହେବ ଯାହା ହୋଇଥିଲା । ଏହା ପରେ ଅଗଷ୍ଟ ୧୫ ସକାଳ ୮ଟାରେ ନେହେରୁ ଓ ତାଙ୍କର କ୍ଯାବିନେଟ ପଦ ଓ ଗୋପନୀୟତାର ଶପଥ ନେଇଥିଲେ । ବନ୍ଧୁଗଣ ଆପଣଙ୍କର ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *