Omicronକୁ ନଜରରେ ରଖି ପୁଣି ଫେରିବ ଲକଡାଉନ ! ଦେଖନ୍ତୁ ସମ୍ପୂର୍ଣ୍ଣ ଖବର

ଯେମିତି କି ଧୀରେ ଧୀରେ ଓମିକ୍ରନରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି ସେମିତି ହିଁ ସମସ୍ତଙ୍କ ମନରେ ଲକଡାଉନକୁ ନେଇ ପ୍ରଶ୍ନ ସୃଷ୍ଟି ହେବାରେ ଲାଗିଛି । ସମସ୍ତେ ସନ୍ଦେହ କରୁଛନ୍ତି କି ଭାରତରେ ପୁଣି ଥରେ ଲକଡାଉନ ହୋଇପାରେ । କାରଣ ପୂର୍ବ ବର୍ଷ ଭଳି ଏହି ବର୍ଷ ବି ସେହିଭଳି କିଛି ପରିସ୍ଥିତି ସାମ୍ନାକୁ ଆସୁଛି । କିଛି କିଛି ରାଜ୍ୟରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ବଢିବାରେ ଲାଗିଛି ।

ଏମିତିରେ ଭାରତର ସରକାର ଚିନ୍ତିତ ଅଛନ୍ତି ସେଥିପାଇଁ ସେ ସମସ୍ତ ରାଜ୍ୟକୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ମଧ୍ୟରେ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ସଚିବ ଓମିକ୍ରନର ଦ୍ରୁତ ସଂକ୍ରମଣ ଓ ସେହି କାରଣରୁ ସ୍ୱାସ୍ଥ୍ୟ ସଙ୍କଟ ପାଇଁ ସଜାଗ ଓ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୁରକ୍ଷା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ଗ୍ରହଣ କରିବା ପାଇଁ ବି କହିଛନ୍ତି ।

କେନ୍ଦ୍ର ସରକାରଙ୍କ ତରଫରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକୁ ଚିଠି ଲେଖି କୁହାଯାଇଛି କି ସତର୍କମୂଳକ ପଦକ୍ଷେପ ସ୍ୱରୂପ ସମସ୍ତେ ପୂର୍ବରୁ ହିଁ ମେଡିକାଲ ଗୁଡିକୁ ପ୍ରସ୍ତୁତ ରଖନ୍ତୁ । ସମସ୍ତଙ୍କୁ ସଠିକ ରୂପରେ ଯେମିତି ସ୍ୱାସ୍ଥ୍ୟ ସୁବିଧା ମିଳିବ ସେଥି ପ୍ରତି ଧ୍ୟାନ ଦେବା ପାଇଁ ବି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆ ଯାଇଛି ।

ଯଦି ଲକଡାଉନ ହୁଏ ତେବେ ଲୋକମାନେ ଘରେ ହିଁ ରହିବେ ସେଥିପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଏଥପ୍ରତି ସମସ୍ତ ପ୍ରକାରର ବ୍ୟବସ୍ଥା ଓ ପଦକ୍ଷେପ ନେବା ପାଇଁ ବି କହିଛନ୍ତି । ସମସ୍ତ କାର୍ଯ୍ୟକୁ ସୁଚାରୂ ରୂପେ କରିବା ପାଇଁ ସବୁ ବିଭାଗରେ ଏକ ସ୍ଵତନ୍ତ୍ର ଟିମ ଗଠନ କରିବା ପାଇଁ ବି କୁହାଯାଇଛି ।

ଟେଷ୍ଟିଙ୍ଗ, ହସ୍ପିଟାଲ ବେଡ, ରୋଗୀ ନବା ଆଣିବା ପାଇଁ ଆମ୍ବୁଲାନ୍ସ ଗାଡି ଇତ୍ୟାଦି ସବୁକୁ ପ୍ରତୁତ ରଖିବା ପାଇଁ ଓ ସମସ୍ତେ ଯେମିତି ସଠିକ ଚିକିତ୍ସା ପାଇବେ ସେଥିପାଇଁ ସମସ୍ତ ଜିଲ୍ଲା ଓ ଅଞ୍ଚଳ ଗୁଡିକରେ କଣ୍ଟ୍ରୋଲ ରୁମ ଖୋଲିବା ପାଇଁ ବି କେନ୍ଦ୍ରର ସରକାର ରାଜ୍ୟ ସରକାରଙ୍କୁ କହିଛନ୍ତି ।

ପୂର୍ବରୁ ଅସ୍ଥାୟୀ ରୂପରେ ଓ ସ୍ଥାୟୀ ରୂପରେ ଥିବା କୋଭିଡ ହସ୍ପିଟାଲ ଗୁଡକୁ ପୁଣି ଥରେ କାର୍ଯ୍ୟକାରୀ କରିବା ପାଇଁ କହିଛନ୍ତି । ଓମିକ୍ରନର ସଂକ୍ରମଣକୁ ରୋକିବା ପାଇଁ ସମସ୍ତ କଣ୍ଟେନମେଣ୍ଟ ଅଞ୍ଚଳ ପ୍ରତି ସଜାଗ ରହିବା ପାଇଁ ଓ ଅଧିକ ଗୁରୁତ୍ଵ ଦବା ପାଇଁ କୁହାଯାଇଛି ।

Leave a Reply

Your email address will not be published. Required fields are marked *