ବାଳ ଝଡିବା, ରୂପୀ ଓ କୁଣ୍ଡେଇ ହେବାକୁ ଦୂର କରିବ ଏହି 5ଟି ରାମବାଣ ଉପାୟ- Swami Ramdev

ପ୍ରଦୂଷଣ ପାଇଁ ହେଉ କିମ୍ବା ଆମ ଅବହେଳା ରୁ ହେଉ ଆମ ମୁଣ୍ଡରେ ସବୁ ବେଳେ ରୂପୀ ରହି ଥାଏ । ଏହା ଆମ ଶରୀରରେ ଥିବା ଏକ ପ୍ରକାର ମୃତ ଚରମ କହି ପାରିବା । ଅଧିକାଂଶ ଏହା ଆମ ମୁଣ୍ଡରେ ଦେଖିବା ପାଇଁ ମିଳେ । କାରଣ ଆମେ ଅନେକ ସମୟରେ ଆମେ ଆମ ମୁଣ୍ଡ ଚୁଟିର ଯତ୍ନ ନେଇ ନଥାଉ । କିନ୍ତୁ ଦେଖିବା ପାଇଁ ଗଲେ ଏହାକୁ ଆମେ ଅଧିକ ବଢେଇ ଦେଇ ଥାଉ ବାର ବାର ସାମ୍ପୁ ଲଗେଇବା ଦ୍ଵାରା । ତେବେ ଆମେ ବଜାରରେ ମିଳୁଥିବା ସାମ୍ପୁ କୁ ସବୁ ବେଳେ ବ୍ୟବହାର କରିବା ଦ୍ଵାରା ଏହି ଭଳି ହୋଇ ଥାଏ ।

ଏହାକୁ ସମ୍ପୂର୍ଣ ରୂପେ ଭଲ କରିବା ପାଇଁ ଆପଣ ଖାତା ଛାଚ ରେ ଏହାକୁ ଧୋଇନେବେ କିମ୍ବା ଏହାକୁ ମୁଲତାନି ମାଟି ଓ ଏହି ଖଟା ଛାଚ ଦ୍ଵାରା ଧୋଇ ପାରିବା । ଆପଣ ମୁଣ୍ଡକୁ ଏକ ଚାମଚ ସୁହାଗୀ ର କ୍ଷୀର ରେ ଧୋଇ ପାରିବେ ।

ଏହାକୁ ଏକ ଚାମଚ ନଡିଆ ତେଲ ଓ ଦୁଇ ଚାମଚ ଖଟା ଦହି ନେଇକି ଏହିରେ କିଛି ଶୁଖିଲା ନିମ୍ବ ପତ୍ର କୁ ମିଶେଇକି ଏହାକୁ ଭଲ ଭାବେ ମୁଣ୍ଡରେ ମିଶାଇ ଦେବେ । ଯାହା ପରେ ଆପଣ ନିଜ ହାତ ସାହାଯ୍ୟରେ ଭଲ ଭାବେ ମୁନନ୍ଦାକୁ ମସାଜ କରନ୍ତୁ ଓ ଏହା ପରେ ଆପଣ କେଶକାନ୍ତି ଦ୍ଵାରା ଏହାକୁ ଧୋଇ ନେବେ ।

ଅନ୍ୟ ସାମ୍ପୁ ଅପେକ୍ଷା ଜଦି ଆମେ କିଛି ଭଲ ଜିନିଷ କୁ ବ୍ୟବହାର କରିବୁ ତେବେ ଏହା କେବଳ ଆମର କେଶ ରେ ଥିବା ରୂପୀ ଭଲ କରିବ ତାହା ନୁହେଁ ଏହା ଆମ କେଶକୁ ଖୁବ ସୁନ୍ଦର ମଧ୍ୟ କରେ ଓ ମଜବୁତ ରଖିଥାଏ । ଆପଣ ସପ୍ତାହରେ କମ ରୁ କମ ଥରେ ମାତ୍ର ନିଜ ମ୍ମୁଣ୍ଡକୁ ଧୋଇ ନେବେ କାରଣ ଏହା ଦ୍ଵାରା ଆପଣ ଙ୍କ ମୁଣ୍ଡର ଚରମ କେବେ ଭି ଶୁଖିଲା ରହିବନି । ଆଜି କଳାଇ ସବୁ ଲୋକ ଫ୍ୟାଶନ ପାଇଁ ମୁଣ୍ଡରେ ତେଲ ଦେଉ ନାହାଁନ୍ତି କିନ୍ତୁ ଆପଣ ସବୁ ଦିନ ସପ୍ତାହରେ ଦୁଇ ଦିନ ତେଲ ନିଶ୍ଚୟ ଦେବେ । ଆପଣ ମୁଣ୍ଡରେ ନଡିଆ ତେଲ ହେଉ କିମ୍ବା ସୋରିଷ ତେଲ ହେଉ ଲଗାଇ ପାରିବେ ।

ଏହା ସହ ଆପଣ ଯେମିତି ଭି ହେଉ ଅଁଳା କୁ ସେବନ କରିବେ । ଏହା କରିବା ଦ୍ଵାରା ଆପଣ ଙ୍କ କେଶ ଖୁବ ମଜବୁତ ରହି ଥାଏ ଓ ଏହା କେଶକୁ ମଧ୍ୟ ଖୁବ ଭଲ ରଖିଥାଏ । ଯଦି ଅସମୟରେ ଆପଣଙ୍କ କେଶ ଧଳା ହୋଇ ଯାଉଛି ତେବେ ଆପଣ ନିଶ୍ଚିତ ଭାବେ ନିଜର ହାତର ବୁଢା ଆଙ୍ଗୁଳି କୁ ଛାଡିକି ଅନ୍ୟ ଚାରଟି ଆଙ୍ଗୁଳି କୁ ଭଲ ଭାବେ ଘାସିବେ ଯାହା ଦ୍ଵାରା ଆପଣଙ୍କ କେଶ ଧଳା ହେବା ବନ୍ଦ ହୋଇଯିବ । ଆପଣ କେଶକୁ ରଙ୍ଗୀନ କରିବା ଦ୍ଵାରା ଏହା ଆମକୁ କ୍ୟାଂଶର କରେଇ ପାରେ ଓ କିଛି ଲୋକଙ୍କ ଦେହରେ ଏହା ସଠିକ ଭାବେ କାମ ନକରିବାରୁ ସେମାନେ ଅନ୍ଧ ହୋଇ ଯାଇଥାନ୍ତି ।

Leave a Reply

Your email address will not be published. Required fields are marked *