1ବି ବାଳ ଝଡିବନି, ବାଳ ଧୋଇବା ପୂର୍ବରୁ ଲଗାନ୍ତୁ… Indian ଲମ୍ବା ବାଳର ରାଜ

ଆଜିକାଲି କେଶ ସମସ୍ୟା ଏକ ଚିନ୍ତାଜନକ କଥା ହୋଇ ଗଲାଣି । କେଶ ଝଡିବା ସମସ୍ଯା ପୁରୁଷ ଓ ମହିଳା ଉଭୟ ଙ୍କ ଠାରେ ଦେଖା ଯାଉଛି । କିନ୍ତୁ ପ୍ରାୟତ ଝିଅ ମାନଙ୍କ କ୍ଷେତ୍ର ରେ କେଶ ଝଡିବା ବା କେଶ ଲମ୍ବା ନ ହେବା ଭଳି ସମସ୍ଯା ଦେଖା ଯାଉଛି । ଏଥିପାଇଁ ଝିଅ ମାନେ ଅନେକ ଶ୍ୟାମ୍ପୋ ବା ଅନ୍ୟ କୌଣସି ରେମେଡିର ପ୍ରୟୋଗ ନିଜ କେଶରେ କରିଥାନ୍ତି । କିନ୍ତୁ ଏଥିରେ କିଛି ବି ସୁଫଳ ମିଳେ ନାହି । ବରଂ କେଶ ଝଡିବା ସମସ୍ଯା ଆହୁରି ଅଧିକ ହୋଇଯାଏ ।

ଆଜି ଆମେ ଆପଣ ମାନଙ୍କ ଏମିତି ଏକ ହୋମ ରେମେଡି ନେଇ ଆସିଛୁ ଯାହାର ପ୍ରୟୋଗ ଜରିଲେ କେଶ ସହ ଜଡିତ ସବୁ ସମସ୍ୟାର ନିବାରଣ ହୋଇ ପାରିବ । ତେବେ ହି ହୋମ ରେମଡି ପ୍ରସ୍ତୁତ କରିବା ପାଇଁ ଏକ ଗ୍ଳାସ ପଣି ଏକ ପାତ୍ର ରେ ନିଅନ୍ତୁ ।

ଏହା ପରେ କିଛି ନିମ ପତ୍ର ନିଅନ୍ତୁ । ନିମ ପତ୍ର କେଶ ପାଇଁ ବହୁତ ଲାଭଦାୟକ ହେବ ସହ ଆମ ଶରୀର ପାଇଁ ମଧ୍ୟ ଅନେକ ଫାଇଦା ହୋଇଥାଏ । ନିମ ପତ୍ର କୁ ପାଣି ରେ ପକାଇ କିଛି ସମୟ ଭଲ ଭାବେ ଫୁଟାନ୍ତୁ । ଏହା ପରେ କିଛି ରସୁଣ ନେଇ ଏହର ଭଲ ଭାବେ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହା ପରେ ଯେଉଁ ନିମ ପତ୍ର ପାଣି ରହିଛି ତାହାକୁ ରସୁଣ ପେଷ୍ଟ ରେ ଭଲ ଭାବେ ମିଶ୍ରଣ କରନ୍ତୁ ।

ଏହା ପରେ ଏହି ମିଶ୍ରଣ କୁ ଆପଣ ନିଜ କେଶ ରେ ଏକ ଡ୍ରପର ସାହାଜ୍ଯରେ ଲଗାଇ ପାରିବେ । ଏହି ମିଶ୍ରଣ କୁ ଭଲ ଭାବେ କେସର ମୂଳରେ ଲଗାନ୍ତୁ । ଏହାକାଉ ରାତି ରେ ଶୋଇବା ପୂର୍ବ ରୁ ଲଗାଇ ତା ପର ଦିନ କେଶ ଧୋଇ ପାରିବେ । ଏହି ରେମେଡି କୁ ଆପଣ ପ୍ରତି ମାସରେ ୩ ରୁ ୪ଥର ବ୍ୟବହାର କରି ପାରିବେ । ଯଦି ଆପଣଙ୍କ କେଶ ଅଧିକ ମାତ୍ରାରେ ଝଡୁଥାଏ ତେବେ ଏହାର ପ୍ରୟୋଗ ଅଧିକ ଥର କରି ପାରିବେ ।

ଏହା କୌଣସି ହେୟାର ମାସ୍କ ବା ହେୟାର ଅଏଲ ନୁହେଁ ବରଂ ଏହା ଏକ ହେୟାର ଟନିକ ଅଟେ । ଯାହା କେଶ ଜନିତ ସମସ୍ୟା କୁ ଦୂର କରିବାରେ ସହାୟକ ହୋଇଥାଏ । ଏହାର ପ୍ରୟୋଗ କିଛି ଦିନ କରିଲେ ଆପଣ ଦେଖିବାକୁ ପାଇବେ ଯେ ଆପଣଙ୍କ କେଶ ଝଡିବା ବନ୍ଦ ହେବା ସହ କେଶ ଲମ୍ବା ମଧ୍ୟ ହୋଇଯିବ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ

Leave a Reply

Your email address will not be published. Required fields are marked *