୨୦.୧୪ ଲକ୍ଷ ଚାଷୀଙ୍କୁ ପ୍ରତି ବର୍ଷ ୩୬୦୦୦ ଟଙ୍କା ପ୍ରାପ୍ତ ହବ, ଆପଣ ମଧ୍ୟ ଏହି ସ୍କିମର ଲାଭ ନେଇ ପାରନ୍ତି

ଚାଷୀଙ୍କ ପାଇଁ କରା ଯାଇଥିବା ପେନସନ ସ୍କିମ ପିଏମ ମାନଧନ ଯୋଜନା ରେ ଏବେ ପର୍ଯ୍ୟନ୍ତ ୨୦,୧୪,୩୩୦ ଚାଷୀଙ୍କୁ ରେଜିଷ୍ଟ୍ରେଶନ କରା ଯାଇଛି, ପିଏମ ଚାଷୀ ମାନଧନ ଅନୁଯାଇ ୬୦ ବର୍ଷ ପରେ ଖାତାଧାରକ ଚାଷୀଙ୍କୁ ୩୦୦୦ ଟଙ୍କା ମାସିକା ପେନସନ ରୂପରେ ପ୍ରାପ୍ତ ହବ, ଯାହା ଗୋଟେ ବର୍ଷକୁ ୩୬,୦୦୦ ଅଟେ । ଏହି ଯୋଜନା ସେହି ଚାଷୀଙ୍କ ବୁଢା ଦିନ ସାହାରା ଅଟେ ଯିଏ ନିଜ ଜୀବନ ପାଇଁ ପ୍ରତିଦିନ କାମ କରନ୍ତି ଓ ତାଙ୍କ ପାଇଁ ଅନ୍ୟ କୌଣସି ସାଧନ ନାହିଁ । ପେନସନ ପାଇବା ସ୍କିମ ରେ ସବୁଠାରୁ ଆଗ ହରିୟାନା ଚାଷୀ- କେନ୍ଦ୍ରୀୟ କୃଷି ମନ୍ତ୍ରାଳୟ ଅନୁଯାଇ ପିଏମ କିଶାନ ମାନଧନ ଯୋଜନା ରେ ସବୁଠାରୁ ଅଧିମ ୪,୨୨,୪୮୭ ଚାଷୀ ହରିୟାନାରେ ଯୋଡା ହୋଇଛନ୍ତି, ଏହା ପରେ ବିହାର ନଂ ଆସୁଛି, ତେବେ ବିହାର ରେ ୨,୮୫,୯୬୦ ଚାଷୀଙ୍କୁ ଏହି ସ୍କିମ ଦିଆ ଯାଇଛି ।

Image Courtesy: Google

ଝାରଖଣ୍ଡ ରେ ୨,୪୬,୪୪୭ ଏନରୋଲମେଣ୍ଟ କରା ଯାଇଛି, ଉତ୍ତର ପ୍ରଦେଶ ୨,୪୫,୫୧୬ ଚାଷୀଙ୍କ ନାମ ଆସିଛି ଏବଂ ଛତିଶଗଡ ରୁ ୨,୦୨,୭୧୦ ଲୋକଙ୍କ ନାମ ଆସିଛି । ଦିଲ୍ଲୀ ରେ ବର୍ତମାନ ପାଇଁ କେବଳ ୧୧୨ଟି ଚାଷୀଙ୍କ ନାମ ଏହି ସ୍କିମ ରେ ଯୋଡା ଯାଇଛି, ମହାରାଷ୍ଟ୍ର ରେ ୭୫,୬୩୬ ଚାଷୀ ଏହି ସ୍କିମରେ ଭରସା ଦେଖେଇଛନ୍ତି ।

ଫ୍ରି ରେ କରି ପାରନ୍ତି ରେଜିଷ୍ଟ୍ରେଶନ :

କେନ୍ଦ୍ରୀୟ କୃଷି ମନ୍ତ୍ରାଳୟ ଅଧିକାରୀ ଅନୁଯାଇ ରେଜିଷ୍ଟ୍ରେଶନ ପାଇଁ କୌଣସି ପ୍ରକାର ଫିସ ଲାଗିବ ନାହିଁ, ଯଦି କୌଣସି ଚାଷୀ ପିଏମ କିଶାନ ସମ୍ମାନ ନିଧି ଲାଭ ନଉଛନ୍ତି ତେବେ ତାଙ୍କୁ କୌଣସି କାଗଜ ପତ୍ର ଦରକାର ନାହିଁ ।

କେତେ ଟଙ୍କା ଦବାକୁ ହବ :

Image Courtesy: Google

ଯେତେ ପ୍ରିମିୟମ ଚାଷୀ ଦେଇ ପାରିବେ ସେତିକି ରାଶି ସରକାର ମଧ୍ୟ ପ୍ରଦାନ କରିବ, ଏହାର ସବୁଠାରୁ କମ ପ୍ରିମିୟମ ୫୫ ଏବଂ ସବୁଠାରୁ ଅଧିକ ପ୍ରିମିୟମ ୨୦୦ଟଙ୍କା ଅଟେ । ଯଦି କାହାକୁ ଦରକାର ଏବଂ ସେ ମଧ୍ୟରୁ ପଲିଶି ଛାଡିବା ପାଇଁ ଚାହନ୍ତି ତେବେ ଜମା ହୋଇଥିବା ରାଶି ବ୍ୟାଜ ସହ ସେହି ଚାଷୀଙ୍କୁ ଫେରେଇ ଦିଆ ଯିବ, ଯଦି ଏହି ପଲିଶି କରିଥିବା ଚାଷୀ ମୃତ୍ୟୁ ହୋଇଯାଉଛି ତେବେ ସେହି ଚାଷୀ ସ୍ତ୍ରୀକୁ ପ୍ରତି ମାସ ୧୫୦୦ ଟଙ୍କା ଦିଅ ଯିବ ।

କେଉଁଠି କରିବେ ରେଜିଷ୍ଟ୍ରେଶନ :

Image Courtesy: Google

ପେନସନ ଯୋଜନା ଲାଭ ଉଠେଇବା ପାଇଁ ଚାଷୀଙ୍କୁ କମନ ସର୍ଭିସ ସେଣ୍ଟର ଯାଇ ନିଜ ରେଜିଷ୍ଟ୍ରେଶନ କରିବା ଉଚିତ । ରେଜିଷ୍ଟ୍ରେଶନ ପାଇଁ ଆଧାର କାର୍ଡ ଏବଂ ଜମି କାଗଜ ଯେରୋକ୍ସ ନେଇ ଯାଅନ୍ତୁ । ରେଜିଷ୍ଟ୍ରେଶନ ପାଇଁ ୨ଟି ଫଟୋ ଏବଂ ବ୍ଯାଙ୍କ ପାସବୁକ ବହୁତ ଆବଶ୍ୟକ ଅଟେ, ରେଜିଷ୍ଟ୍ରେଶନ ପାଇଁ କୌଣସି ପ୍ରକାର ଫିସ ଦବା ଦରକାର ନାହିଁ, ରେଜିଷ୍ଟ୍ରେଶନ ସମୟରେ ଚାଷୀ ର ଚାଷୀ ପେନସନ ୟୁନିକ ନଂ ଏବଂ ପେନସନ କାର୍ଡ ବନା ଯାଇଥିଲା ।

Leave a Reply

Your email address will not be published. Required fields are marked *