ଆପଣମାନେ ସମସ୍ତେ କିଛି ମାତ୍ରାରେ ଆସୁଥିବା ବାତ୍ୟା ‘ୟଶ’ ବିଷୟରେ ଅବଗତ ହୋଇଥିବେ । ତେବେ ଏଥିରେ ଅଧିକ ଭୟବିତ ନ ହୋଇ ଏହାକୁ କିପରି ଦୃଢ ମନରେ ସାମ୍ନା କରିବା ସେ ବିଷୟରେ ଭାବିବା ଉଚିତ ।
ତେବେ ଏହା ସେତେବେଳେ ସମ୍ଭବ ଯେତେବେଳେ ଆମେ ବାତ୍ୟା ବିଷୟରେ ସଠିକ ତଥ୍ୟ ପାଇ ପାରିବା । ତେବେ ଆଜି ଏହି ବାତ୍ୟା ‘ୟଶ’ ବିଷୟରେ କିଛି ଗୁରୁତ୍ଵପୂର୍ଣ ତଥ୍ୟ ପ୍ରଦାନ କରିଛନ୍ତି ଭାରତୀୟ ପାଣିପାଗ ବିଭାଗର ଡିଜି ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ ମହାପାତ୍ର । ତେବେ କଣ ରହିଛି ବାତ୍ୟାର ସ୍ଥିତି ଆସନ୍ତୁ ଜାଣିବା । ପୂର୍ବ କେନ୍ଦ୍ରୀୟ ବଂଗୋପ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଆଜି ସକାଳେ ସୃଷ୍ଟି ହେଇଥିବା ଲଘୁଚାପ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆସନ୍ତା କାଲୀ ଅବପାତରେ ପରିଣତ ହେବ ।
୨୪ ତାରିଖ ସକାଳେ ଏହା ବାତ୍ୟାରେ ରୂପାନ୍ତରିତ ହେବ । ୨୬ ତାରିଖ ସନ୍ଧ୍ୟାରେ ଅତି ଭୀଷଣ ଭାବେ ଉପକୂଳ ଅତିକ୍ରମ କରିବା ବୋଲି ଭାରତୀୟ ପାଣିପାଗ ବିଭାଗୀୟ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ବାତ୍ୟା ‘ୟଶ’ ଉପକୂଳ ଛୁଇଁବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୨୦ କିଲୋମିଟର ରହିବା ବୋଲି ସୂଚନା ମିଳିଛି । ସ୍ଥଳ ବିଶେଷରେ ମଝିରେ ମଝିରେ ପବନ ବେଗ ଘଣ୍ଟା ପ୍ରତି ୧୮୫ କିଲୋମିଟର ମଧ୍ୟ ଛୁଇଁ ପରେ ।
ଉତ୍ତର ଓଡିଶା, ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ନିର୍ଦ୍ଧିଷ୍ଟ କେଉଁ ସ୍ଥାନରେ ଷ୍ଟଲ ଭାଗ ଛୁଇଁବ ତାହା କାଲୀ ଅବପାତ ହେବା ପରେ ସ୍ପଷ୍ଟ ଜଣାପଡିବା ବୋଲି ସୂଚନା ଦେଇଛନ୍ତି ପାଣିପାଗ ବିଭାଗ ଡିଜି ।
ଏହି ବାତ୍ୟା ପ୍ରଭାବରୁ ୨୫ ତାରିଖ ସନ୍ଧ୍ୟାରୁ ଉତ୍ତର ଓଡିଶା ତଥା ଉପକୂଳବର୍ତୀ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଯିବ । ୨୪ ତାରିଖ ସନଧ୍ୟରୁ ଉପକୂଳ ଓଡିଶାରେ ୪୦-୫୦ କିଲୋମିଟର ବେଗରେ ପବନ ବୋହିବ । ୨୫ ତାରିଖ ସକାଳୁ ୫୦-୬୦ କିମି ଓ ୨୬ ରେ ପବନର ବେଗ ବଢିବ ବୋଲି ପାଣିପାଗ ବିଭାଗ ଡିଜି ସୂଚନା ଦେଇଛନ୍ତି ।
ସେପଟେ ବାତ୍ୟା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଅଧକ୍ଷତାରେ ବୈଠକ ବସି ଚୁଡାନ୍ତ ନିସ୍ପତି ନିଆଯାଇଛି । ସବୁ ବିଭାଗରୁ ପ୍ରସ୍ତୁତି ଜୋର୍ଦାର ଚାଲିଛି । ୧୭ଟି ଏନଡିଆରଫ ଦଳ, ୨୦ ଟି ଓଡ୍ରାଫ ଓ ୧୫୦ଟି ଅଗ୍ନିସମ ଟିମ ପ୍ରସ୍ତୁତ ରହିଛନ୍ତି । ଆଜି ସେମାନଙ୍କୁ ବିଭିର୍ନ ଜିଲାକୁ ପଠା ଯାଇଛି । ବାତ୍ୟା ପରେ ଗଛ କାଟିବା ଲାଗି ବନ ବିଭାଗକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଜଳସେଚନ, ଗ୍ରାମଉର୍ନୟନ, ପୁର୍ତ ବିଭାଗ ସମନ୍ଵୟ ରକ୍ଷା କରି କାର୍ଯ୍ୟ କରୁଛନ୍ତି ବୋଲି ରିଲିଫ କମିଶନର ପ୍ରଦୀପ ସୂଚନା ଦେଇଛନ୍ତି ।