କେବଳ ଜିଲ୍ଲା-ଜିଲ୍ଲା ଭିତରେ ଚାଲିବ ବସ୍, କେଉଁ ଜିଲ୍ଲାରେ ଗଡ଼ିବ ବସ୍?

ବନ୍ଧୁଗଣ, ଗତବର୍ଷ ଠାରୁ ଚଳିତ ବର୍ଷ କୋରୋନା ମହାମାରୀ ସାରା ରାଜ୍ୟରେ ବହୁଳ ଭାବରେ ପ୍ରଭାବ ପକାଇ ଚାଲିଛି । ଏହି ସଂକ୍ରମଣ ବର୍ତ୍ତମାନ ଏଭଳି ଭାବରେ ଦିନକୁ ଦିନ ବଢିବାରେ ଲାଗିଛି ଯେ, ଏହା ରାଜ୍ୟ ସରକାର ଙ୍କ ନିମନ୍ତେ ମୁଣ୍ଡ ବ୍ୟଥାର କାରଣ ପାଲଟିଛି ।

କାରଣ ରାଜ୍ୟ ସରକାର ଙ୍କ ନିୟମ ଅନୁଯାୟୀ ବର୍ତ୍ତମାନ ବିଭିନ୍ନ ସହର ମାନଙ୍କରେ ସଟଡାଉନ ତଥା ଲକ ଡାଉନ ର ପ୍ରକ୍ରିୟା ଚାଲିଛି । ମାତ୍ର ଏହା ଅନେକ ଦିନ ଧରି ବଢି ଚାଲି ଥିବାରୁ ଜନତା ଅସନ୍ତୋଷ ପ୍ରକାଶ କରିଛନ୍ତି । କାରଣ ଏହି ବିପଦ ଜଣକ ମହାମାରୀ ରେ ଘରେ ରହି ଦିନ ମଜୁରିଆ ତଥା ମଧ୍ୟମ ଧରଣର ବ୍ୟକ୍ତି ନିଜର ଗୁଜୁରାଣ ମେଣ୍ଟାଇ ପାରୁ ନାହାନ୍ତି । ଅନେକ ଦିନ ସମସ୍ତ ଜାନ ବାହାନ ସହିତ ଅତ୍ୟଧିକ ଜନଗହଳ ବାତିଲ କରାଯାଇଥିବା ବେଳେ ବ୍ୟକ୍ତି ବିଶେଷ ଙ୍କ ନିମନ୍ତେ ତାହା ଦାଉ ସାଧିଲା ଭଳି ବାତାବରଣ ସୃଷ୍ଟି ହୋଇଅଛି ।

ବନ୍ଧୁଗଣ ବର୍ତ୍ତମାନ ଜୁଲାଇ ମାସର ଗାଇଡ ଲାଇନ କଣ ରହିଅଛି ତାହାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଅଛି । ରାଜ୍ୟ ସରକାର ବର୍ତ୍ତମାନ ଘୋଷଣା କରିଛନ୍ତି ଯେ, କ୍ୟାଟେଗୋରୀ-ଏ ଜିଲ୍ଲାରେ ବସ ଚଳାଚଳ ପାଇଁ ଅନୁମତି ଦିଆଯିବ । ମାତ୍ର ବାଲେଶ୍ଵର, ମୟୂରଭଞ୍ଜ, ଜଗସିଂହପୁର, କେନ୍ଦ୍ରପଡା, ପୁରୀ, କଟକ, ଖୋର୍ଦ୍ଧା, ମୟୂରଭଞ୍ଜ, ଆଦି ସ୍ଥାନରେ ବସ ଚଳାଚଳ କରି ପାରିବ ନାହିଁ ।

ବନ୍ଧୁଗଣ ଏଭଳି ସ୍ଥିତିରେ ରାଜ୍ୟରେ ଅନେକ ବସ ମାଲିକ ଙ୍କ ତରଫରୁ ଆନ୍ଦୋଳନ କରାଯାଇଥିଲା । ଏହାକୁ ନଜରରେ ରାଖୀ ବାକି ଯେଉଁ ୨୦ଟି ଜିଲ୍ଲା ରହିଅଛି ଗ୍ରୀନ ଜୋନ ରୁ ଗ୍ରୀନ ଜୋନ ମଧ୍ୟରେ ସେମାନେ ବସ ଚଳାଚଳ କରି ପାରିବେ । ମାତ୍ର କଟକଣା ରଖାଯାଇଛି ଯେ, ବସ ରେ ଯେତିକି ସିଟ ରହିଅଛି ଯାତ୍ରୀ ନିମନ୍ତେ, ସେତିକି ମାତ୍ରାରେ ଯାତ୍ରୀ ବସ ରେ ଯାଇ ପାରିବେ । ଏହା ଠାରୁ ଅଧିକ ଯାତ୍ରୀ ଯାଇ ପାରିବେ ନାହିଁ । ଏହା ସହିତ ଟ୍ୟାକ୍ସି ଏବଂ ଅଟୋଚାଳକ ମାନଙ୍କୁ ଅନୁମତି ଦିଆଯାଇଛି ଯେ, ଅଟୋ ଗ୍ରାଇଭର ଏବଂ ଯାତ୍ରା କେବଳ ୨ ଜଣ ଯାଇ ପାରିବେ ।

ବନ୍ଧୁଗଣ ସୂଚନା ଅନୁଯାୟୀ ଏଥିରେ ମଧ୍ୟ ସାମାନ୍ୟତ୍ତମ କୋହଳ କରାଯାଇଅଛି । ବନ୍ଧୁଗଣ ଉଠା ଦୋକାନୀ ତଥା ଚାହା ଦୋକାନୀ ନିଜର ଦୋକାନ ଖୋଲି ପାରିବେ । ମାତ୍ର ସେଠାରେ ଅଧିକ ଭିଡ କରି ପାରିବେ ନାହିଁ । ବନ୍ଧୁଗଣ ଫିଲ୍ମ ନିର୍ମାଣ କରିବା ନିମନ୍ତେ କାଟାଗୋରୀ-ବି ରେ ଅନୁମତି ଦିଆଯାଇଛି । ବନ୍ଧୁଗଣ ଆସନ୍ତୁ ଜାଣିବା ଯେ, କଣ କଣ ବନ୍ଧା ରହିଅଛି ? ଦୂର ଯାତ୍ରା ଏହି ସମୟରେ ହୋଇ ପାରିବ ନାହିଁ, ଭୋଜିଭାତ ହୋଇପାରିବ ନାହିଁ ଅଥବା ପଲିଟିକାଲ ଜ୍ଞାଦେରିଙ୍ଗ ହେଇପାରିବ ନାହିଁ । ବାହାଘର କରିବାରେ ଯେଉଁ ସବୁ କଟକଣା ଥିଲା ତାହା ସବୁ ବଳବତ୍ତର ରହିବ ବୋଲି କୁହା ଯାଉଅଛି ।

ଏତତ ବ୍ୟତୀତ ମନ୍ଦିର, ମତ୍ସଜିତ, ଗୁରୁଦ୍ୱାରା ଆଦି ବନ୍ଧ ରହିବ । ମାତ୍ର ଦେବାଦେବୀ ମାନଙ୍କର ନୀତି ହୋଇପାରିବ । ସମସ୍ତ ସ୍ଥାନରେ ମାସ୍କ କୁ ବାଧ୍ୟତା ମୂଳକ କରାଯିବ । ରାଜ୍ୟ ସରକାର କହିଛନ୍ତି ଯଦି ସଂକ୍ରମଣ କମିଯିବ ତେବେ ଅନ୍ୟ ସମସ୍ତ ସ୍ଥାନରେ କଟକଣା କୁ କୋହଳ କରାଯିବ । ବନ୍ଧୁଗଣ ଆପଣ ମାନଙ୍କର ମତାମତ ଏହି ବିଶେଷ ଟିପ୍ପଣୀ କୁ ନେଇ କଣ ଅଟେ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *