ବ୍ୟକ୍ତିଙ୍କର ଚାଲି ଚଳନ, ସ୍ଵଭାବ, ଆଚାର ବ୍ୟବହାର, ବିଦ୍ୟା ବୁଦ୍ଧି, ଜ୍ଞାନୀ, ପଣ୍ଡିତ, କ୍ରୋଧୀ ଆଦି ସେମାନେ କିପରି ହୋଇଥାନ୍ତି ବା ତାଙ୍କର ବ୍ୟକ୍ତିତ୍ବ କିପରି ହୋଇଥାଏ ତାହା ସେମାନଙ୍କ ଜନ୍ମ ବରରୁ ଜଣା ପଡିଥାଏ । କେଉଁ ବାରରେ ଜନ୍ମ ହେଲେ ବ୍ୟକ୍ତି କେଉଁ ପ୍ରକାରର ହୋଇଥାଏ ଆଜି ଆମେ ସେହି ବିଷୟରେ ଜାଣିବା । ତେବେ ଚାଲନ୍ତୁ ଜାଣିବା ସେହି ସମ୍ବନ୍ଧରେ ।
ରବିବାର- ରବିବାରରେ ଜନ୍ମ ହୋଇଥିବା ବ୍ୟକ୍ତି ଅଭିମାନୀ, କ୍ରୋଧୀ, କାମାତୁର, ସ୍ତ୍ରୀକୁ ବହୁତ ଭଲ ପାଆନ୍ତି, ମିଷ୍ଟ ଭାଷାରେ ସମସ୍ତଙ୍କୁ ମୁଗ୍ଧ କରିବା ସହିତ, ଭ୍ରମଣ ପ୍ରିୟ, ଧାର୍ମିକ ତଥା ଭକ୍ତିମନ୍ତ ହୋଇଥାଏ ।
ସୋମବାର- ଯେଉଁ ବ୍ୟକ୍ତି ସୋମବାରରେ ଜନ୍ମ ଗ୍ରହଣ କରିଥାନ୍ତି ସେ ବହୁତ ଅଳସୁଆ, ଭୋଗବିଳାସ ପ୍ରିୟା, ଧୀର ନୀତି, ପ୍ରିୟା ଭାଷା, ରୀତିକାର୍ଯ୍ୟରେ ଉତ୍ତେଜିତ, ନ୍ୟାୟପାରାୟଣ, ତଥା ଶାନ୍ତ ଶିଷ୍ଟ ସ୍ଵଭାବର ହୋଇଥାନ୍ତି ।
ମଙ୍ଗଳବାର- ଯେଉଁ ବ୍ୟକ୍ତି ଏହି ବାରରେ ଜନ୍ମ ଗ୍ରହଣ କରିଥାନ୍ତି, ସେମାନେ ସାହସୀ, ଚଞ୍ଚଳମତି, କ୍ଷଣ କୋପୀ, ଶତ୍ରୁ ବିରୋଧୀ, ବୁଦ୍ଧିମନ୍ତ, ବିଦ୍ୟାପ୍ରବିଣ, ରତିମନ୍ତ, କାର୍ଯ୍ୟ କରିବାରେ କୌଶଳୀ ତଥା ଚିନ୍ତାଶୀଳ ହୋଇଥାନ୍ତି ।
ବୁଧବାର-
ଯେଉଁ ବ୍ୟକ୍ତି ଏହି ବାରରେ ଜନ୍ମ ସେମାନେ ଗଭୀର ଚିତ୍ତରେ ଚିନ୍ତାଶୀଳ, ନ୍ୟାୟବନ୍ତ, ଗୁଣୀ, ଅତି ଚତୁର, ଭୋଗବିଳାସ ପ୍ରିୟା, ଧର୍ମ କାର୍ଯ୍ୟରେ ଆଗ୍ରହୀ, ଅନେକ ସ୍ତ୍ରୀ ସହିତ ସମ୍ପର୍କ ରଖିଥାନ୍ତି ।
ଗୁରୁବାର-
ଏହି ବାରରେ ଜନ୍ମିତ ବ୍ୟକ୍ତି ବହୁ ଗୁଣର ଅଧିକାରୀ ହୋଇଥାଏ, ସେ ବୁଦ୍ଧି ବିଦ୍ୟାରେ ବିଚକ୍ଷଣ ହେବା ସହିତ ପଶୁ ପରି ସ୍ଵଭାବ ଦେଖାଇ ଥାନ୍ତି । ଧାର୍ମିକ ଓ କ୍ଷମାବନ୍ତ ମଧ୍ୟ ଅଟନ୍ତି ।
ଶୁକ୍ରବାର-
ଯେଉଁ ବ୍ୟକ୍ତି ଶୁକ୍ର ବାର ଦିନ ଜନ୍ମ ଗ୍ରହଣ କରିଥାନ୍ତି, ସେହି ବ୍ୟକ୍ତି ନୀତି ନିୟମକୁ ମାନି ଚଳନ୍ତି, ସେ ପରୋପକାରୀ, ଭ୍ରମଣ ପ୍ରିୟା ଏବଂ କାମ ବିଳାସୀ ହୋଇଥାନ୍ତି ।
ଶନିବାର-
ଯେଉଁ ସବୁ ବ୍ୟକ୍ତି ଏହି ବାରରେ ଜନ୍ମ ହୋଇଥାନ୍ତି ସେମାନେ କ୍ଷଣ କୋପୀ, ଚଞ୍ଚଳ ମନା, ବହୁତ ଅହଂଙ୍କାରୀ, ତାମସିକ ବିଦ୍ୟାରେ ପ୍ରବୀଣ, ପର ଧନରେ ଲୋଭ ତଥା ଯଶସ୍ଵୀ ଅଟନ୍ତି ।