କେଉଁ ମାସରେ ଜାତ କନ୍ୟା ଲକ୍ଷ୍ମୀ ସ୍ଵରୁପା ହୋଇଥାନ୍ତି ? ଭଗବାନ କେଉଁଭଳି ଘରକୁ ଗୋଟିଏ ଝିଅ ପାଇଁ ବାଛନ୍ତି ?

ବନ୍ଧୁଗଣ ଆଜି ବି ଆମେ ପୁରୁଷ ସମଯରେ ବଞ୍ଚୁଛୁ । ସେଥିପାଇଁ ଯଦି କାହା ଘରେ କନ୍ୟା ସନ୍ତାନ ଜନ୍ମ ହେଉଛି ସେହି ଘରର ଲୋକେ ନିରାଶ ହେଉଛନ୍ତି । ଏସବୁ ମଣିଷର ଅଜ୍ଞାନତା କାରଣରୁ ହେଉଛି ଯିଏକି ଏବେବି ଝିଅଙ୍କୁ ବୋଝ ଦୃଷ୍ଟିରେ ଦେଖୁଛନ୍ତି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କନ୍ୟା ସନ୍ତାନ ସମସ୍ତଙ୍କ ଘରେ ଜନ୍ମ ନିଅନ୍ତି ନାହି । କନ୍ୟା ସେହି ଘରେ ଜନ୍ମ ନିଏ ଯିଏ ଭାଗ୍ୟ ଲକ୍ଷ ଯୁକ୍ତ ହୋଇଥାନ୍ତି ଓ ଯିଏ ପୂର୍ବ ଜନ୍ମରେ ଭଲ କର୍ମ କରିଥାନ୍ତି । ଆଜି ଆମେ ଆପଣଙ୍କୁ କହିବୁ କେଉଁ ଘରେ କନ୍ୟା ସନ୍ତାନ ଜାତ ହୋଇଥାନ୍ତି । ଭଗବାନ ଶ୍ରୀକୃଷ୍ଣ କହିଛନ୍ତି କନ୍ୟା ସନ୍ତାନ ଭାଗ୍ୟ ବଳରେ ମିଳିଥାଏ । ଯେଉଁ ସ୍ଵାମୀ-ସ୍ତ୍ରୀ ଅଧିକ ଧର୍ମ ଓ ପୂଣ୍ୟ ଅର୍ଜନ କାରିଥାନ୍ତି ସେମାନଙ୍କ ଘରେ କନ୍ୟା ସନ୍ତାନ ଜାତ ହୋଇଥାଏ ।

ଧର୍ମ ଶାସ୍ତ୍ର ଅନୁଯାୟୀ ଭଗବାନ ଝିଅ ଜନ୍ମ ପାଇଁ ଏପରି ଗୃହକୁ ଚୟନ କରନ୍ତି ଯେଉଁ ମାନେ କନ୍ୟା ରତ୍ନର ଭାରକୁ ସହିଥାନ୍ତି । କାରଣ 3 ଲୋକରେ କନ୍ୟା ଏମିତି ଯାହାର ଦାୟିତ୍ଵ ଭାର ସମସ୍ତେ ଉଠାଇପାରନ୍ତି ନାହି । ଗୋଟେ ନାରୀ ପାଇଁ ସୃଷ୍ଟି ସର୍ବଦା ଚଳଚଞ୍ଚଳ ହେଉଛି । ପୁଅ ବାପା-ମା ଙ୍କ ଦାୟିତ୍ଵ ନେଇଥାନ୍ତି କିନ୍ତୁ ଝିଅ ବାହାଘର ପରେ ଶାଶୁଘରକୁ ଯାଇ ପୁରା ପରିବାରର ଦାୟିତ୍ଵ ନିର୍ବାହ କରିଥାଏ ।

ଧର୍ମ ଶସ୍ତ୍ର ଅନୁଯାୟୀ ଝିଅ ଚାହିଁଲେ ବାପା-ମା ଙ୍କୁ ଶାଶୁଘରେ ପୁଅ ନ ଥିଲେ ପିଣ୍ଡ ଦାନ କରିପାରିବ । ସେଥିପାଇଁ ଝିଅଟି ଦୁଇ କୁଳକୁ ଉଧାର କରିଥାଏ । ଯେଉଁ ମାନଙ୍କ ଗୃହରେ ଝିଅ ଥାନ୍ତି ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି । ସେଥିପାଇଁ ଝିଅଙ୍କୁ ଲକ୍ଷ୍ମୀଙ୍କ ଆଖ୍ୟା ଦିଆଯାଇଛି । ଶାସ୍ତ୍ର ଅନୁଯାୟୀ ସବୁ ଦାନ ମଧ୍ୟରୁ 5ଟି ଦାନ ଶ୍ରେଷ୍ଠ ଯଥା ଅର୍ଣ୍ଣଦାନ, ଭୂମିଦାନ, କନ୍ୟାଦନ, ବିଦ୍ୟାଦାନ ଓ ଗୋଦାନ ।

କିଛି ଲୋକ ଏପରି ଅଛନ୍ତି ଯେଉଁମାନଙ୍କ ଘରେ କନ୍ୟା ସନ୍ତାନ ଜାତ ହେଲେ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି । ଦୁର୍ଗାପୂଜା, ନବରାତ୍ରି ସମୟରେ କନ୍ୟା ପୂଜନ କରିବାର ବିଶେଷ ବିଧି ରହିଥାଏ । ଓଡିଆ ମାସର ଗଣନା ଅନୁଯାୟୀ ମକର ମାସର 15 ଦିନ ଠାରୁ କୁମ୍ଭ ମାସର 15 ଦିନ ଅର୍ଥାତ ମାଘ ମାସର ଶୁକ୍ଳ ପକ୍ଷରୁ ଫାଲ୍ଗୁନ ମାସର କୃଷ୍ଣ ପାଖ ମଧ୍ୟରେ କନ୍ୟା ଜାତ ହେଲେ ସେ ଲକ୍ଷ୍ମୀ ସ୍ଵରୁପା ହୋଇଥାଏ ।

ମୀନ ମାସର 15 ଦିନରୁ ମେଷ ମାସର 15 ଦିନ ଭିତରେ ଅର୍ଥାତ ଚୈତ୍ର ମାସର ଶୁକ୍ଲ ପକ୍ଷରୁ ବୈଶାଖ ମାସର କୃଷ୍ଣ ପକ୍ଷ ଯାଏଁ ଜାତ ହୋଇଥିବା କନ୍ୟା ସୌଭାଗ୍ୟଶାଳୀ ହୋଇଥାଏ । ବୃଷ ମାସର 15 ଦିନରୁ ମିଥୁନ ମାସର 15 ଦିନ ଯାଏଁ ଅର୍ଥାତ ଜ୍ୟଷ୍ଠ ମାସର ଶୁକ୍ଲ ପକ୍ଷରୁ ଆଷାଢ ମାସର କୃଷ୍ଣ ପକ୍ଷରେ ଜାତ କନ୍ୟା ଲକ୍ଷ୍ମୀ ସ୍ଵରୁପା ହୋଇଥାନ୍ତି । ସିଂହ ମାସର 15 ଦିନରୁ କନ୍ୟା ମାସର 15 ଦିନ ଭିତରେ ଅର୍ଥାତ ଭାଦ୍ରବ ମାସର ଶୁକ୍ଲ ପକ୍ଷରୁ ଆଷାଢ ମାସର କୃଷ୍ଣ ପକ୍ଷରେ ଜାତ କନ୍ୟା ଲକ୍ଷ୍ମୀ ସ୍ଵରୁପା ହୋଇଥାନ୍ତି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *