ବନ୍ଧୁଗଣ ଧାର୍ମିକ ଶାସ୍ତ୍ର ଅନୁସାରେ ତୁଳସୀ ଗଛ ବହୁତ ପବିତ୍ର ଓ ଷାକାରାତ୍ମକ ମାନା ଯାଇଥାଏ । ଏହି କାରଣରୁ ହିନ୍ଦୁ ଧର୍ମରେ ଜଡିତ ସମସ୍ତ ସଦସ୍ୟ ତୁଳସୀ ଗଛ କୁ ପୂଜା କରିଥାନ୍ତି । ତୁଳସୀ ଗଛ ଘରେ ରହିବା ଅନିବାର୍ଯ୍ୟ ଅଟେ । କାରଣ ଏହା ଦ୍ଵାରା ଘରର ଉନ୍ନତି ହେବା ସହ ଏହା ସହ ଘରେ ସୁଖ ଶାନ୍ତି ବଜାୟ ରୁହେ । ତେଣୁ ପ୍ରତିଦିନ ତୁଳସି ଗଛ ସକାଳୁ ପୂଜା କରିବା ଉଚିତ ।
ଶାସ୍ତ୍ର ରେ ଏମିତି କିଛି ଦିନ କୁହା ଯାଇଛି ଯେଉଁ ଦିନ ତୁଳସୀ ପତ୍ର ତୋଳିବା ଅଶୁଭ ମାନା ଯାଇଛି । ତେବେ ଆସନ୍ତୁ ଜାଣିବା ତାହା ବିଷୟରେ ବିସ୍ତାର ଭାବେ । ମାନାଯାଏ କି ଏକାଦଶୀ, ରବିବାର, ସୂର୍ଯ୍ୟ ଗ୍ରହଣ ଓ ଚନ୍ଦ୍ର ଗ୍ରହଣ ସମୟରେ ତୁଳସୀ ପତ୍ର ତୋଳିବା କଥା ନୁହେଁ । ଏହି ଠାରେ କହି ରଖୁଛୁ ଯେ ରାତି ସମୟରେ ମଧ୍ୟ ତୁଳସୀ ପତ୍ର ସ୍ପର୍ଶ କରିବା କି ତୋଳିବା ଉଚିତ ନୁହେଁ ।
ଏହା ଛଡା ବିନା କୌଣସି କାରଣରେ ତୁଳସୀ ପତ୍ର ଛିଡାଇବା ଅଶୁଭ ଓ ପାପ ମାନା ଯାଇଥାଏ । ତୁଳସୀ ପତ୍ର କୁ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ମାନା ଯାଇଥାଏ । ତେଣୁ ତୁଳସୀ ପତ୍ରକୁ ନ ଚୋବାଇ ତାହାକୁ ଗିଳି ଦେଲେ ଅଧିକ ଲାଭଦାୟକ ହୋଇଥାଏ । ତୁଳସୀ ପତ୍ରରେ ପାରା ଧାତୁ ରହିଥାଏ ଯାହା ଆପଣଙ୍କ ଦାନ୍ତ କୁ କ୍ଷତି ପହଞ୍ଚାଇ ପାରେ । ଶିବ ପୁରାଣ ଅନୁଯାୟୀ ତୁଳସୀ ଦୈତ୍ୟ ଙ୍କ ରାଜା ଜଳନ୍ଧର ଙ୍କ ସ୍ତ୍ରୀ ଥିଲେ ।
ଯେହେତୁ ମହାଦେବ ଜଳନ୍ଧର ଙ୍କର ବଧ କରିଥିଲେ ସେଥିପାଇଁ ମହାଦେବ ଙ୍କୁ ପୂଜା କରିବା ପାଇଁ ତୁଳସୀ ପତ୍ର ବ୍ୟବହାର କାରାଏ ନାହି । ଏହା ଛଡା ଶାସ୍ତ୍ର ଅନୁସାରେ ଯେଉଁ ଘରେ ପ୍ରତି ଦିନ ତୁଳସୀ ଗଛ ପୂଜା ହୋଇଥାଏ ଏବଂ ସକାଳ ସନ୍ଧ୍ୟା ରେ ତୁଳସୀ ଗଛ ମୂଳରେ ଦୀପ ଜଳାଯାଏ ସେହି ଘରେ ମା ଲକ୍ଷ୍ମୀ ଙ୍କ କୃପା ଦ୍ରୁଷ୍ଟି ପଡିଥାଏ । ଏହା ସହ ଘରେ ସୁଖ, ଶାନ୍ତି ସମୃଦ୍ଧି ବଜାୟ ରହିଥାଏ ।
ଏହି ଠାରେ କହି ରଖୁଛୁ ତୁଳସୀ ଦ୍ଵାରା ବହୁ ପ୍ରକାରର ବାସ୍ତୁ ଦୋଷ ଦୂର ହୋଇଥାଏ । ଏହା ଦ୍ଵାରା ଘରେ ଆର୍ଥିକ ସ୍ଥିତିର ସୁଧାର ଆସିଥାଏ । ଯେଉଁ ଘରେ ତୁଳସୀ ଗଛ ରହିଥାଏ ସେହି ଘରେ କେବେ ବି ଖରାପ ନଜର ଲାଗେ ନାହି । ଏହା ଦ୍ଵାରା ନେଗେଟିଭ ଉର୍ଜାର ବିନାଶ ହୋଇ ପଜେଟିଭ ଊର୍ଜାର ସଂଚାର ହୋଇଥାଏ । ଏହା ସହ ଏମିତି ମାନାଯାଏ ତୁଳସୀ ଦ୍ଵାରା ଘରର ବାତାବରଣରେ ଥିବା ଜୀବାଣୁ ନଷ୍ଟ ହୋଇଯାଏ ।
ଏହା ଦ୍ଵାରା ଘର ପବିତ୍ର ହୋଇଯାଏ । ଯାହା ଦ୍ଵାରା ମା ଲକ୍ଷ୍ମୀ ଙ୍କ ଆଗମନ ହୋଇଥାଏ । ଯଦି ଆପଣଙ୍କ ଘରେ ତୁଳସୀ ଗଛ ଅଛି ତେବେ ଆପଣଙ୍କୁ ଏହି ସବୁ ବିଷୟରେ ମୁଖ୍ୟତ ଧ୍ୟାନ ଦେବା ଉଚିତ । ତେଣୁ ତୁଳସୀ ପତ୍ର ତୋଳିବା ସମୟରେ ଏହି ନିୟମକୁ ଧ୍ୟାନ ରଖିବା ଜରୁରୀ ଅଟେ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।