ଆସୁଛି ବାତ୍ୟା…. କେଉଁ ଜିଲ୍ଲାରେ କେବେ ବର୍ଷିବ? ଦେଖନ୍ତୁ ସମ୍ପୁର୍ଣ୍ଣ ରିପୋର୍ଟ

ନମସ୍କାର ବନ୍ଧୁଗଣ । ଦକ୍ଷିଣ ଆଣ୍ଡାମନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ଯାହା ବାତ୍ୟାର ରୂପ ନେଇପାରେ ବୋଲି ପୂର୍ବ ଅନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ପ୍ରତିବର୍ଷ ବାତ୍ୟା ସେପ୍ଟେମ୍ବର ଓ ନଭେମ୍ବର ମାସରେ ଦେଖା ଯାଇଥାଏ । କିନ୍ତୁ ଚଳିତ ବର୍ଷ ଡିସେମ୍ବର ୨ରୁ ବର୍ଷାର ପରିମାଣ ଅଧିକ ମାତ୍ରାରେ ଦେଖାଯିବ । ଆସନ୍ତା କାଲି ସୁଧା ଲଘୁଚାପ ଅଧିକ ଘନୀଭୂତ ହୋଇ ୩ରୁ ପବନ ବୋହିବା ଆରମ୍ଭ ହେବା ସହ ବର୍ଷା ହେବାରେ ଲାଗିବ ।

ଆସନ୍ତା ୪ରେ ବାତ୍ୟା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡିଶାର ବିଶାଖାପାଟଣା ବା ଅନ୍ୟ କୌଣସି ସ୍ଥାନରେ ସ୍ଥଳଭାଗ ଛୁଇଁବ । ୪ ୫ ତାରିଖରେ ଉପକୂଳ ଓ ଆଭ୍ୟନ୍ତରଣୀୟ ଓଡିଶାରେ ବରଷ ହେବାର ଆଶଙ୍କା କରା ଯାଇଛି । ଓଡିଶାରେ ବାତ୍ୟାର ପରଭାବ ଅଧିକ ରହିବା କାରଣରୁ ୩ରୁ ୫ ତାରିଖ ଯାଏଁ ବର୍ଷା ସହ ଅଧିକ ପବନ ହେବାର ସମ୍ଭାବନା ରହିଛି ।

ଯେଉଁ ବାତ୍ୟା ଆସୁଛି ତାହା ଭୀଷଣ ବାତୟ ଭାବେ ଆସୁଛି ଯାହାର ଘଣ୍ଟା ପ୍ରତି ପବନର ବେଗ ୮୦ରୁ ୧୦୦କିମି ରହିବ । ଯଦି ଲଘୁଚାପ ୪ ରେ ଘନୀଭୂତ ହୋଇ ଉତ୍ତର ପୂର୍ବ ଆଡକୁ ଯାଏ ପଶ୍ଚିମ ମୁହାଁ ହୁଏ ତେବେ ଓଡିଶା ଉପରେ କୌଣସି ପ୍ରଭାବ ପଡିବ ନାହି ।

କିନ୍ତୁ ଲଘୁଚାପ ଘନୀଭୂତ ହୋଇ ଉତ୍ତର-ପଶ୍ଚିମ ଆଡକୁ ଗତି କରିଲେ ଓଡିଶା ଉପରେ ଅଧିକ ପ୍ରଭାବ ରହିବ । ଏହି ବାତ୍ୟା ଆସିବା ନେଇ ଚାଷୀ ମାନଙ୍କ ପାଇଁ ଚିନ୍ତା ଜଣକ ପରିସ୍ଥିତି ସୃଷ୍ଟି ହୋଇଛି । କାରଣ ବର୍ତ୍ତମାନ ଧାନ ଅମଳ କରିବାର ସମୟ ।

ଏଥିପାଇଁ ଏସଆରସି ରାଜ୍ୟର ଜିଲ୍ଲାପାଳ ଅମାନଙ୍କୁ ନିର୍ଦେଶ ଜାରି କରିଛନ୍ତି । ଏହି ବାତ୍ୟା ପ୍ରଭାବରେ ନେଇ ଉପକୂଳ ଓଡିଶାର ଜିଲ୍ଲା ଗୁଡିକ ପ୍ରଭାବିତ ହେବ । ବାଲେଶ୍ଵର, ଯାଜପୁର, ରାୟଗଡା, ନବରଙ୍ଗପୁର, ଜଗତସିଙ୍ଘ୍ପୁର ଆଦି ଜିଲ୍ଲା ଗୁଡିକରେ ବର୍ଷାର ପରିମାଣ ଅଧିକ ରହିବ ।

ବାତ୍ୟା ୪ରେ ଡିପ୍ରେସନ ରୂପ ନେଲେ ୮୦ରୁ ୧୦୦ କିମି ବେଗରେ ଘଣ୍ଟା ପ୍ରତି ବୋହିବାରେ ଲାଗିବ । ଏହା ସହ ଗଞ୍ଜାମ, ପୁରୀ, ଗଜପତି ଆଦି ମ୍ଜିଲ୍ଲ ଗୁଡିକରେ ୟେଲୋ ୱାର୍ନିଙ୍ଗ ଜାରି କରା ଯାଇଛି । ଚାଷୀ ମାନଙ୍କୁ ଧାନ କାଟି ସୁରକ୍ଷିତ ଜାଗାକୁ ନେବା ପାଇଁ ସୂଚନା ଦିଆ ଯାଇଛି ।

ବର୍ଷା ହେବା କାରଣରୁ ଚାଷୀ ମାନଙ୍କ ପାଇଁ ସମସ୍ଯା ସୃଷ୍ଟି ହୋଇପାରେ । ଦକ୍ଷିଣ ଆଣ୍ଡାମନ ଓ ଉତ୍ତର ଆଣ୍ଡାମନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା କାରଣରୁ ଏହା ବାତ୍ୟାର ରୂପ ନେଇ ସିଭିୟର ବାତ୍ୟାରେ ପରିଣତ ହୋଇପାରେ । ଚାଷୀ ମାନଙ୍କୁ ଫସଲ କାଟି ନେବା ପାଇଁ ସତରକ କରା ଯାଇଛି ।

ଏହା ସହ ବିଲରେ ପାଣି ଜମା ହେବାର ଆଶଙ୍କା କରା ଯାଉଥିବା ବେଳେ ପାଣି ନିଷ୍କାସନ ପାଇଁ କୁହା ଯାଇଛି । ଲଘୁଚାପ ଗତ କାଲି ଅବପାତର ରୂପ ନେବା ପରେ ଜଣା ପଡିବ କି ବାତ୍ୟା କେଉଁ ରୂପ ଆଗକୁ ନେଇପାରେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *