ବନ୍ଧୁଗଣ ମଣିଷ ଜୀବନରେ ନିଜକୁ ସୁଖମୟ ରକ୍ଷା ପାଇଁ ଏହି ସବୁ ଅନୁଚିନ୍ତା ର ପାଳନ କରିବା ଉଚିତ । ଆସନ୍ତୁ ଜାଣିବା । ୧- ଘର କୋଣରେ କେବେବି ଅଳିଆ ଗଦା କରି ରଖିବା ଅନୁଚିତ । ଏହା କ୍ଷତିକାରକ ହୋଇଥାଏ । ୨- ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟଗ୍ରହଣ ସମୟରେ ଖାଦ୍ୟ ଖାଇବା ଅନୁଚିତ । ଏହା ଦ୍ଵାରା ଅଶୁଭ ଓ ଅମଙ୍ଗଳକାରୀ ହୋଇଥାଏ ।
୩- ପୁରୁଷ ମାନଙ୍କର ଡାହାଣ ହାତ ଓ ମହିଳାଙ୍କର ବାମ ହାତର ପାପୁଲି କୁଣ୍ଡାଇ ହେଲେ କିଛି ଦିନ ମଧ୍ୟରେ ଧନ ମିଳିବାର ସଂକେତ ମିଳିଥାଏ ।
୪- ସକାଳୁ ଉଠିବା ପରେ ପ୍ରଥମେ ହାତ ପାପୁଲି ଦେଖିଲେ ଶୁଭ ହୋଇଥାଏ । ସକାଳୁ ଉଠିବା ପରେ ନିଜ ମୁହଁ ଆଇନାରେ ଦେଖିବା ଅଶୁଭ ହୋଇଥାଏ ।
୫- ନଡିଆ ଭାଙ୍ଗିବା ବେଳେ କେବେ କେବେ ଗଯା ବାହାରିଥାଏ ଯାହା ଖାଇବା ଅନୁଚିତ । ଏହା ଅମଙ୍ଗଳକାରୀ ହୋଇଥାଏ ।
୬- ଧଳା ପେଚା ଘର ଉପରେ ବସିଲେ ଶୁଭ ହୋଇଥାଏ । ରାସ୍ତାରେ ଯାଉଥିବା ସମୟରେ ପେଚା ଦେଖିଲେ ଅତ୍ୟନ୍ତ ଶୁଭ ହୋଇଥାଏ ।
୭- ସନ୍ଧ୍ୟା ସମୟରେ କେବେ ବି ଖାଇବା ଅନୁଚିତ । ଏହା ସହ ପଢିବା, ସୟନ କରିବା ଅଶୁଭ ହୋଇଥାଏ । ସ୍ତ୍ରୀ ଲୋକମାନେ ସିନ୍ଦୁର ପିନ୍ଧିବା ସମୟରେ ଝିଙ୍କ କାଠି ବା ରୂପା କଏନରେ ପିନ୍ଧିବା ଉଚିତ ।
୮- ଗାଧୋଇବା ସମୟରେ ଉଲଙ୍ଗନ ହେବା ଅନୁଚିତ । ଏହା ଦ୍ଵାରା ପିତୃ ପୁରୁଷ ରୁଷ୍ଟ ହୋଇଥାନ୍ତି । ଯଦି ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ହେଉଛି ତେବେ ଦୁଇଟି ମୟୂର ପର ବିବାହ ଫୋଟୋରେ ଲଗାଇଲେ ଶୁଭ ହୋଇଥାଏ ।
୯- ଭୂମି ଉପରେ ଆସନ ପକାଇ ଖାଇଲେ ଶରୀର ପାଇଁ ଭଲ ହୋଇଥାଏ । ନଡିଆକୁ ଠାକୁରଙ୍କ ପାଖରେ ପୁରୁଷ ଭାଙ୍ଗିବା ମଙ୍ଗଳକାରୀ ହୋଇଥାଏ ।
୧୦- ଦିନ ସମୟରେ ଅଧିକାଂଶ ସମୟ ନୀରବ ରହିଲେ ନିଜ ଓ ଅନ୍ୟ ପାଇଁ ମଙ୍ଗଳକାରୀ ହୋଇଥାଏ । ପିତୃ ପୁରୁଷଙ୍କ ଶ୍ରାଦ୍ଧ ସମୟରେ ପାନ ଖାଇବା ବା ଅନ୍ୟ କାହା ଘରେ ଖାଇବା ଅନୁଚିତ ।
୧୧- ପ୍ରତିଦିନ ସକାଳୁ ୨ଟି ନିମ୍ବ ପତ୍ର ଖାଇଲେ ମୁହଁରେ ଦାଗ ଲିଭିବା ସହ ତେଜ ବୃଦ୍ଧି ହୋଇଥାଏ । ଭୋଜନ କରିବା ସମୟରେ ଗାଲରେ ହାତ ରଖନ୍ତୁ ନାହିଁ ।
୧୨- ଗୁରୁବାର ଦିନ ସନ୍ଧ୍ୟା ସମୟରେ ଠାକୁର ଘରୁ ଅରୁଆ ଚାଉଳ ଓ ସିନ୍ଦୁର ଝିଟିପିଟି ଉପରେ ପକାଇଲେ ଶୁଭ ହୋଇଥାଏ ।
୧୩- ଅମାବାସ୍ୟାର ପର ଦିନ ଆକାଶରେ ଦ୍ଵିତୀୟ ଚନ୍ଦ୍ର ଦର୍ଶନ କରିଲେ ଇଚ୍ଛା ପୂରଣ ହୋଇଥାଏ । ମାଟି କଳସରେ ପାଣି ଭର୍ତ୍ତି କରି ଘରର ଉତ୍ତର ଦିଗରେ ରଖିଲେ ବାସ୍ତୁ ସମସ୍ଯା ଦୂର ହୁଏ ।
୧୪- ଘରର ମୁଖ୍ୟଦ୍ଵାରରେ କଣ୍ଟା ଜାତୀୟ ଗଛ ବା ଭାଙ୍ଗି ଯାଇଥିବା ଜିନିଷ ରଖିବା ଅଶୁଭ ହୋଇଥାଏ ।
୧୫- ଦୋକାନରେ ଭଲ ବ୍ୟବସାୟ ହେବା ପାଇଁ ୪ଟି କଉଡି କେସରରେ ଗୁଡାଇ ହଳଦିଆ କପଡାରେ ବାନ୍ଧି ପଇସା ବାକ୍ସରେ ରଖିଲେ ଶୁଭପ୍ରଦ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।