କିପରି କନ୍ୟା ବିବାହ ଯୋଗ୍ୟ ଓ କିଏ ନୁହେଁ ଜାଣନ୍ତୁ- Ajira Anuchinta

ବନ୍ଧୁଗଣ ବିବାହ ହେଉଛି ୮ ପ୍ରକାରର ଯଥା- ବ୍ରହ୍ମ,ଦୈବ,ଆର୍ଷ, ପ୍ରାଜପତ୍ୟ,ଆସୁର,ଗାନ୍ଧାର୍ବ୍ୟ,ରାକ୍ଷସ ଏବଂପୈଶାଚ । ଏହାମଧ୍ୟରୁ ବ୍ରହ୍ମ,ଦୈବ,ଆର୍ଷ,ପ୍ରାଜପତ୍ୟ ଏହି ଚାରିପ୍ରକାର ବିବାହ ଶାସ୍ତ୍ର ସନ୍ନମତ ହୋଇଥାଏ । ବନ୍ଧୁଗଣ ବରଠାରୁ ଧନ ନେଇ ତାକୁ ଯଦି କନ୍ୟା ବିବାହ କରେ ତାହାକୁ ଅସୁର ବିବାହ କୁହାଯାଏ । ନିଜ ଇଛାରେ ବର-କନ୍ୟା ବିବାହ କରିଲେ ତାହାକୁ, ଗନ୍ଧର୍ବ ବିବାହ କୁହାଯାଏ । କନ୍ଯାର ପିତାଠାରୁ ତାକୁ ଛଡାଇ ଆଣି ବିବାହ କରିଲେ ତାହାକୁ ରାକ୍ଷସ ବିବାହ ବୋଲି କୁହାଯାଏ । କପଟ କରି କନ୍ୟାକୁ ଭୁଲାଇ ବିବାହ କଲେ ତାହାକୁ ପୈସାଚ ବିବାହ କୁହାଯାଏ ।

ବରକୁ ନିଜ ଘରକୁ ନିମନ୍ତ୍ରଣ କରିଆଣି ଯଥାଶକ୍ତି ଅନୁସାରେ କନ୍ୟାକୁ ଅଳଂକୃତ କରି ବିବାହ କରାଇଲେ ତାଙ୍କଠାରୁ ଉତ୍ତପନ ପୁତ୍ର ଉଭୟ କୁଳର ଏକୋଇଶ ପୁରୁଷ ଉଧାର କରିଥାଏ । ବନ୍ଧୁଗଣ ବାତୁଳ,ପତିତ,କୁଷ୍ଠ ରୋଗୀ,ନପୁଂସକ,ନିଜ ଗୋତ୍ରରେ ଜାତ,ଅନ୍ଧ,ବଧିର ଏବଂ ଅପରିଷ୍କାର ରୋଗୀକୁ କନ୍ୟାଦେବା ଅନୁଚିତ ହୋଇଥାଏ । ଆପଣ ମାନେ ଏହା ମଧ୍ୟ ମନେ ରଖନ୍ତୁ ଯେ ବରର କୁଳ, ସ୍ଵୋଭାବ,ବୟସ,ରୂପ,ବିଦ୍ୟା,ଧନ,ଏବଂ ପିତ୍ରାଦିର ସହାୟତା ଗୁଣ ପରୀକ୍ଷା କରି କନ୍ୟାଦାନ କରିବା ଶାସ୍ତ୍ର ସନ୍ନମତ ଉଚିତ ହୋଇଥାଏ ।

ଯେଉଁ ପୁରୁଷର ଗୃହ ଏବଂ ଗ୍ରୀବା ସୁଦୃଢ ହୋଇଥିବା, ଶୁକ୍ର ଗାଢ ହୋଇଥିବ,ମୃତ ଶବ୍ଦ ଓ ପେଣଯୁକ୍ତ ହୋଇଥିବ ତାହାକୁ ଉତ୍ତମ ଲକ୍ଷଣ ଯୁକ୍ତ ପୁରୁଷ କୁହାଯାଏ । ବର ମାତାର ନାମ ସହିତ ଯଦି କନ୍ଯାର ନାମ ସମାନ ହେଲା, ତେବେ ସେହିଠାରେ ବିବାହ ଦେବା ଅନୁଚିତ । ଏହା ଦୋଷାବହ ହୋଇଥାଏ । ଯେଉଁ କନ୍ୟା ଲଜ୍ୟା ହୀନ,ସ୍ଵୋଭାବ ଉଗ୍ର, ଦାନ୍ତ ଅସୁନ୍ଦର, ଆଖିପିଙ୍ଗଳ ବର୍ଣ, ସର୍ବାଙ୍ଗ ଲୋମାଯୁକ୍ତ ଏବଂ କଟି ସ୍ତୁଳ ଏହିପରି କନ୍ୟା ବିବାହ ଯୋଗ୍ୟ ନୁହେଁ ।

ଯେଉଁ କନ୍ୟା ଶ୍ୟାମା,ଯାହାର କେଶ ଉତ୍ତମ, ଦେହ ଅଳ୍ପ ଲୋମାଯୁକ୍ତ, ଭୁଲତା ସୁନ୍ଦର, ଚରିତ୍ର ଉତ୍କୃଷ୍ଠ, ଗମନ ମନୋହର, ଦାନ୍ତ ସୁନ୍ଦର, କଟି ଡମ୍ବରୁ ତୁଲ୍ୟ ଏହିଭଳି କନ୍ୟା ବିବାହ ଯୋଗ୍ୟ ହୋଇଥାନ୍ତି । ସମାନ ପ୍ରକାର ଜାତ କନ୍ୟା, ଶିଷ୍ୟର ସନ୍ତତି, ଗୁରୁର ସନ୍ତତି ଏମାନଙ୍କ ସହିତ ବିବାହ ନିସିଦ୍ଧ ଅଟେ । ବନ୍ଧୁଗଣ ମାନେ ରଖନ୍ତୁ- ବଡଭାଇ ବିବାହ ନକରିଥିଲେ, ସାନଭାଇ ବିବାହ କରନ୍ତୁ ନାହିଁ । ଯଦି ଏଭଳି ହୁଏ ତେବେ ଏହା ସେମାନଙ୍କୁ ପତିତ କରାଇଥାଏ ।

ମାତ୍ର ଯଦି ବଡ ଭାଇ ବିଦେଶରେ ରହିଥାନ୍ତି, ଅତିରୋଗୀ, ଶାରୀରିକ ଅକ୍ଷମ କିମ୍ବା ଚୋର ହୋଇଥିଲେ, ସାନଭାଇ ବିବାହ କରିପାରନ୍ତି । ସେହିଭଳି ବଡ ଭଉଣୀ ଥାଉ ଥାଉ ସାନ ଭଉଣୀର ବିବାହ ଶାସ୍ତ୍ରରେ ନିସିଦ୍ଧ ଅଟେ । ଏକା ବର୍ଷରେ ଦୁଇ ଭାଇ କିମ୍ବା ଦୁଇ ଭଉଣୀ ବିବାହ କରିବା ଅନୁଚିତ ହୋଇଥାଏ । ଛ ମାସ ମଧ୍ୟରେ ବିବାହ କଲେ କନ୍ୟା ତିନି ବର୍ଷରେ ବିଧବା ହୋଇଥାଏ । ଏହାଥିଲା କେତେଗୁଡିଏ ଶାସ୍ତ୍ର ସନ୍ନମତ ବିଷୟ ବସ୍ତୁ ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *