କେଉଁ କାରଣ ପାଇଁ ରିୟଲ ଲାଇଫରେ ଅଲଗା ହୋଇ ସାରିଛନ୍ତି ଏହି ଓଡିଆ ଷ୍ଟାରମାନେ

ବର୍ତ୍ତମାନ ସମୟରେ ଓଡିଆ ଫିଲ୍ମ ଓ ଧାରାବାହିକ ଇଣ୍ଡଷ୍ଟ୍ରିର ପ୍ରାୟତଃ କଳାକାର କୌଣସି ନା କୌଣସି କାରଣରୁ ମି-ଡି-ଆରେ ଛାଇ ରହୁଛନ୍ତି । କେତେକ ଷ୍ଟାର ନିଜର ଫିଲ୍ମକୁ ନେଇ ତ ଅନ୍ୟ କିଛି ଷ୍ଟାର ନିଜର ସିରିଏଲକୁ ନେଇ । କିନ୍ତୁ ଏହା ଛଡା କିଛି ଷ୍ଟାର ଏମିତି ବି ଅଛନ୍ତି ଯେଉଁମାନେ ନିଜର ପର୍ଶନାଳ ଲାଇଫକୁ ନେଇ ବି ସବୁବେଳେ ମି-ଡି-ଆରେ ଛାଇ ରହିଥାନ୍ତି । କହିବାକୁ ଗଲେ ଓଲିଉଡ ଇଣ୍ଡଷ୍ଟ୍ରିରେ ଏମିତି ବହୁତ କଳାକାର ଅଛନ୍ତି ଯେଉଁମାନେ କି ନିଜର ଅସଲ ଜୀବନରେ ବିବାହ କରିବା ପରେ କୌଣସି କାରଣରୁ ନିଜର ସାଥି ଠାରୁ ଅଲଗା ହୋଇ ଯାଇଛନ୍ତି ।

ଅର୍ଥାତ ସେମାନେ ପରସ୍ପରକୁ ଛାଡପତ୍ର ଦେଇ ଅଲଗା ହୋଇ ଯାଇଛନ୍ତି । ଛାଡପତ୍ର ହେବା ପରେ କିଛି ଷ୍ଟାର ଏକୁଟିଆ ରହୁଛନ୍ତି ତ ଅନ୍ୟ କିଛି ଷ୍ଟାର ପୁଣି ଥରେ ବିବାହ କରିସାରିଛନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ କିଛି କଳାକାରମାନଙ୍କର ବିବାହ ବିଚ୍ଛେଦର କାରଣ ବିଷୟରେ କହିବୁ ।

ଚନ୍ଦନ

ଚନ୍ଦନଙ୍କୁ ଆପଣମାନେ ବହୁତ ଓଡିଆ ଫିଲ୍ମରେ ଅଭିନୟ କରୁଥିବାର ଦେଖିଥିବେ । କହିଦେଉଛୁ କି ଚନ୍ଦନ ୨୦୦୬ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । କିନ୍ତୁ କିଛି ଦିନ ପରେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ବିବାଦ ଆରମ୍ଭ ହୋଇଥିଲା ଓ ଏହି ବିବାଦ ଶେଷରେ ଛାଡପତ୍ରରେ ସମାପ୍ତ ହେଲା । ବର୍ତ୍ତମାନ ଦୁଇ ଜଣ ଅଲଗା ଅଲଗା ରହୁଛନ୍ତି ।

ସବ୍ୟସାଚୀ

ସବ୍ୟସାଚୀଙ୍କ ବିଷୟରେ ବର୍ତ୍ତମାନ ପୁରା ଓଡିଶା ଜାଣିଛି । କହିଦେଉଛୁ କି ସବ୍ୟସାଚୀ ନିଜର କଲେଜର ଜଣେ ବନ୍ଧୁଙ୍କୁ ବିବାହ କରିଥିଲେ । କିନ୍ତୁ କିଛି ସମୟ ପରେ ଦୁଇ ଜଣଙ୍କ ମଧ୍ୟରେ ବିବାଦ ଦେଖା ଦେଲା । ପରେ ସେମାନେ ଅଲଗା ହେବା ପାଇଁ ନିଷ୍ପତି ନେଲେ ।

ଅସୀମା ପଣ୍ଡା

 

ଅସୀମା ପଣ୍ଡାଙ୍କୁ ଆପଣ ସମସ୍ତେ ଭଲ ଭାବରେ ଚିହ୍ନିଛନ୍ତି । ଯିଏକି ଓଲିଉଡର ବହୁତ ଗୀତ ଗାଇଛନ୍ତି । କିନ୍ତୁ କୁହାଯାଉଛି କି ବିବାହ ପରେ ଅସୀମା ପଣ୍ଡାଙ୍କୁ ଗୀତ ଗାଇବା ପାଇଁ ତାଙ୍କ ସ୍ଵାମୀ ମନା କରିଥିଲେ । କିନ୍ତୁ ସେ ଏଥିପାଇଁ ରାଜି ହେଲେ ନାହିଁ ଓ ଶେଷରେ ଦୁଇ ଜଣ ଛାଡପତ୍ର ନେଇଥିଲେ ।

ସିଦ୍ଧାନ୍ତ ଓ ରଚନା

୯୦ ଦଶକରେ ସିଦ୍ଧାନ୍ତ ଓ ରଚନା ବହୁତ ଫିଲ୍ମରେ ଏକତ୍ରିତ ନଜର ଆସିଛନ୍ତି । ସେହି ସମୟରେ ଏହି ଯୋଡିକୁ ସମସ୍ତେ ପସନ୍ଦ ବି କରୁଥିଲେ । ୨୦୦୨ରେ ଦୁଇ ଜଣ ବିବାହ କରିଥିଲେ । କିନ୍ତୁ ବର୍ଷେ ପରେ ଦୁଇ ଜଣଙ୍କ ମଧ୍ୟରେ ଝଗଡା ହେବା କାରଣରୁ ଦୁଇ ଜଣ ଅଲଗା ହୋଇଗଲେ ।

ଚନ୍ଦନ ଓ ଲିସା

ଚନ୍ଦନ ଓ ଲିସା ପରସ୍ପରକୁ ବହୁତ ଭଲ ପାଉଥିଲେ । କିନ୍ତୁ କିଛି ଦିନ ପରେ ଏମାନେ ପରସ୍ପର ଠାରୁ ଅଲଗା ହୋଇଗଲେ । କିନ୍ତୁ ଅଲଗା ହେବାର ମୁଖ୍ୟ କାରଣ କଣ ବର୍ତ୍ତମାନ ପର୍ଯ୍ୟନ୍ତ ବି ଜଣା ପଡି ନାହିଁ । କହିଦେଉଛୁ କି ଚନ୍ଦନ ବର୍ତ୍ତମାନ ମାହିଙ୍କୁ ବିବାହ କରିସାରିଛନ୍ତି ।

ବବି ମିଶ୍ର ଓ କୋଏଲ ବାନାର୍ଜୀ

ଓଲିଉଡର ଏହି ଜବରଦସ୍ତ ଯୋଡି ବବି ମିଶ୍ର ଓ କୋଏଲ ବାନାର୍ଜୀ ୨୦୧୪ରେ ବିବାହ କରିଥିଲେ । କିନ୍ତୁ ବିବାହର ୭ ବର୍ଷ ପରେ ଦୁଇ ଜଣ ଅଲଗା ହୋଇଗଲେ ।

ଅନୁଭବ ଓ ବର୍ଷା

ଅନୁଭବ ଓ ବର୍ଷାଙ୍କ ମଧ୍ୟରେ ଚାଲୁଥିବା ବିବାଦ ବିଷୟରେ ଆପଣ ସମସ୍ତେ ଜାଣିଛନ୍ତି । ବର୍ତ୍ତମାନ ଦୁଇ ଜଣ ପରସ୍ପର ଠାରୁ ଅଲଗା ହେବା ପାଇଁ କୋର୍ଟରେ ଆବେଦନ କରିଛନ୍ତି । କିନ୍ତୁ ଆସନ୍ତା ସମୟରେ କୋର୍ଟର ନିଷ୍ପତି କଣ ହେବ ଏହା ସମୟ ଆସିଲେ ଜଣା ପଡିବ ।

Leave a Reply

Your email address will not be published. Required fields are marked *