କେଉଁ ମାନେ ନିଜ ଜୀବନରେ ଦୁଃଖ ପାଇ ଥାନ୍ତି- Krishna Vani

ପ୍ରତେକ ବ୍ୟକ୍ତି ଜୀବନରେ ସୁଖ ଦୁଖ ଲାଗି ରହିଥାଏ । କାରଣ ସୁଖ ଦୁଖ ପ୍ରକ୍ରିୟା ପ୍ରକୃତିର ନିୟମ ଅଟେ । ଏହା ନିରନ୍ତର ଲାଗି ରହିଥାଏ । କିଛି ବୟକତି ନିଜର ଭଲ କାମ ପାଇଁ ସୁଖ ଭୋଗ କରିଥାନ୍ତି । ଅନ୍ୟ କ୍ଷେତ୍ର ରେ ବ୍ୟକ୍ତି ନିଜର ଖରାପ କାମ ପାଇଁ ଦୁଖ ଭୋଗ କରିଥାଏ । ବ୍ଯକ୍ତିର କର୍ମମାନୁସାରେ ଇଶ୍ଵର ତାକୁ ଫଳ ଦେଇଥାନ୍ତି । ବ୍ୟକ୍ତି ଯଦି ଭଲ କାମ କରେ ତେବେ ଏହାର ଶୁଭ ପରିଣତି ସେ ଭୋଗ କରିବା ସହ ତାର ପରିବାର ଜନ ମଧ୍ୟ ଭୋଗ କରିଥାନ୍ତି । କିନ୍ତୁ ବ୍ଯକ୍ତିର ଖରାପ କାମର ପ୍ରଭାବ ତା ଜୀବନ ଉପରେ ପଡିବା ସହ ପରିବାର ଜନ ଉପରେ ମଧ୍ୟ ପଡିଥାଏ ।

ଆଜି ଆମେ ଆପଣ ମାନଙ୍କୁ ବ୍ୟକ୍ତି କେଉଁ କାରଣ ପାଇଁ ଦୁଖ ଭୋଗ କରିଥାଏ ସେହି ବିଷୟରେ କହିବାକୁ ଯାଉଛୁ । ଯେଉଁ ବ୍ୟକ୍ତି ଆୟ ଅପେକ୍ଷା ବ୍ୟୟ ଅଧିକ କରିଥାନ୍ତି ସମାନେ ଦୁଖ ଭୋଗ କରିଥାନ୍ତି । ଯେଉଁ ବ୍ୟକ୍ତି ରୁଣ ବା କରଜ କରିଥାନ୍ତି ସେମାନେ ମଧ୍ୟ ଦୁଖରେ ବୁଡି ରହିଥାନ୍ତି । କାରଣ ଯଦି କରଜ କରି ନ ସୁଝିପାରେ ତେବେ ବ୍ୟକ୍ତି ମାନସିକ ଚିନ୍ତାରେ ରହିବା ସହ ମନରେ ଖରାପ ଚିନ୍ତାଧାରା ଆଣିଥାଏ । ଯେଉଁ ବ୍ୟକ୍ତି ଅର୍ଥର ସଠିକ ପ୍ରୟୋଗ କରନ୍ତି ନାହି ବା ଅଯଥାରେ ଟଙ୍କା ଖର୍ଚ୍ଚ କରିଥାନ୍ତି ସେମାନେ ଦୁଖର ଶିକାର ହୋଇଥାନ୍ତି ।

ଏହା ବ୍ଯତୀତ ଅଧିକ ଦିନ ଯାଏଁ ରୋଗାଗ୍ରସ୍ତ ଥିବା ବ୍ୟକ୍ତି ଦୁଖ ପାଇଅବା ସହ ଶାରୀରିକ ପୀଡା ମଧ୍ୟ ପାଇଥାଏ । ଯେଉଁ ଏମାନେ କାମ, କ୍ରୋଧ ବା ବାସନାର ଲୋଭବର୍ତ୍ତୀ ହୋଇଥାନ୍ତି ସେମାନେ ଦୁଖ ଅନୁଭବ କରିଥାନ୍ତି । ଯେଉଁ ମାନେ ସ୍ଵାଧୀନତା ହରାଇଥାନ୍ତି ସେମାନେ ଦୁଖ ଭୋଗ କରିଥାନ୍ତି । ଯେଉଁ ପିଲା ମାନେ ଅବାଧ୍ୟ ହୋଇଥାନ୍ତି ସେମାନଙ୍କର ପରିଜନ ଦୁଖର ଶିକାର ହୋଇଥାନ୍ତି । ପ୍ରତେକ ବ୍ୟକ୍ତି ନିଜ ଜୀବନରେ କିଛି ନା କିଛି ଆଶା ରଖିଥାଏ । କିନ୍ତୁ ସେହି ଆସା ପୁରା ନ ହେଲେ ବ୍ୟକ୍ତି ଦୁଖୀ ହୋଇଥାଏ ।

ଯେଉଁ ମାନେ ଶତ୍ରୁ ବଢିବା ସହ ମୋକଦମା କ୍ଷେତ୍ରରେ ଲିପ୍ତ ରହିଥାନ୍ତି ସେମାନେ ଦୁଖ ପାଇଥାନ୍ତି । ଯେଉଁ ଘରେ ଅଭାବ ଅସୁବିଧା ଲଗାଇ ରହିଥାଏ ସେହି ଘରେ ବ୍ୟକ୍ତି ଦୁଖ ପାଇଥାଏ । ଯେଉଁ ମାନେ ଅନ୍ୟର ଭଲ ନ ଦେଖି ପଛ କଥାକୁ ଭାବନ୍ତି ସେମାନେ ଦୁଖ ପାଇଥାନ୍ତି । ଯେଉଁ ମାନେ ଜୀବନ ସାରା କିଛି କାମ ନ କରି ବସି ଖାଇବାକୁ ଭଲ ପାଇଥାନ୍ତି ବା ନିସନ୍ତାନ ହୋଇଥାନ୍ତି ସେମାନେ ଦୁଖ ପାଇଥାନ୍ତି । ଯେଉଁ ବ୍ୟକ୍ତି ଧନୀରୁ ଗରିବ ହୋଇଥାଏ ବା ଅନ୍ୟକୁ କଟୁ ବଚନ କହିଥାଏ ସେମାନେ ନିଜ ଜୀବନରେ ସର୍ବଦା ଦୁଖ ଭୋଗ କରିଥାନ୍ତି । ତେବେ ଏହି ସବୁ କାରଣରୁ ବ୍ୟକ୍ତି ଜୀବନରେ ଦୁଖ ପାଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *