କେଉଁ ପାପର କାରଣରୁ ଶିବ ଲିଙ୍ଗର ଉତ୍ପତି ହୋଇଥିଲା ?

ଆସନ୍ତୁ ଜାଣିବା ଶିବ ଲିଙ୍ଗର ଉତ୍ପତି କିପରି ହୋଇଥିଲା ଓ ଏହାର କଣ ମହାନତା ଅଛି । ଶିବ ଲିଙ୍ଗର ଉତ୍ପତି ବିଷୟରେ ବିଭିନ ଜାଗାରେ ବିଭିନ ପ୍ରକାର କଥା ଲେଖାଯାଇଛି ।ଏକଦା ଦାରୁ ନାମରେ ଗୋଟେ ଜଙ୍ଗଲ ଥିଲା, ସେହି ଜଙ୍ଗଲରେ ରହୁଥିବା ସ୍ତ୍ରୀ ଲୋକମାନେ କାଠ ଆଣିବାକୁ ଯାଇଥିଲେ । ଠିକ ସେହିସମୟରେ ମହାଦେବ ଲଙ୍ଗଳା ହୋଇ ସେଇ ସ୍ତ୍ରୀ ଲୋକଙ୍କ ପାଖରେ ପହଞ୍ଚିଗଲେ । ଏହା ଦେଖି କିଛି ସ୍ତ୍ରୀ ଲୋକ ଭୟରେ ଆଶ୍ରମକୁ ପଳାଇ ଗଲେ ଏବଂ ଆଉ କିଛି ସ୍ତ୍ରୀ ଲୋକ ଆଲିଙ୍ଗନ ମଧ୍ୟ କଲେ ।

Image Courtesy: Google

ଠିକ ସେହି ସମୟରେ କିଛି ଋଷିମାନେ ଆସି ପହଞ୍ଚିଗଲେ ଏବଂ ମହାଦେବଙ୍କୁ ଲଙ୍ଗଳା ହୋଇଥିବାର ଦେଖି କହିଲେ ହେ ଦେବ ଆପଣ ଜଣେ ଦେବତା ହୋଇ ଏପରି କାମ କେମିତି କରୁଛନ୍ତି । ଏହାପରେ ଋଷିମାନେ ରାଗିଜାଇ ମହାଦେବଙ୍କୁ ଅଭିଶାପ ଦେଲେ ଓ କହିଲେ  ତୁମର ଏହି ଲିଙ୍ଗ କଟି ଯାଇ ପୃଥିବୀ ଉପରେ ପଡୁ । ଏହା କହିବା ମାତ୍ରେ ମହାଦେବଙ୍କ ଲିଙ୍ଗ କଟିଯାଇ ଭୂମି ଉପରେ ପଡିଗଲା । ଏହା ପରେ ପୃଥିବୀ ପୃଷ୍ଠରେ ନିଆଁ ପଡି ହାହାକାର ପଡିଗଲା ଏବଂ ନିଆଁ ପଡି ଜଳିବାରେ ଲାଗିଲା ।

Image Courtesy: Google

ଯାହାଦ୍ୱାରା ସ୍ଵର୍ଗ, ମର୍ତ୍ୟ, ପାତଳା ତିନି ଲୋକରେ ତ୍ରାହିଂ ତ୍ରାହୀଂ ଡାକ ଛାଡିଲେ । ଏହାପରେ ଋଷିମାନେ ବ୍ରହ୍ମାଙ୍କ ପାଖକୁ ଗଲେ ଓ ଏହି ସବୁ କଥା ବିଷୟରେ କହିଲେ । ଏହାପରେ ବ୍ରହ୍ମଦେବ ଋଷିମାନଙ୍କୁ ମହାଦେବଙ୍କ ସରଣକୁ ଯିବାକୁ କହିଲେ । ସବୁ ଋଷିମନେ ମହାଦେବଙ୍କ ସରଣକୁ ଯିବା ଦେଖି ମହାଦେବ କହିଲେ, ପାର୍ବତୀଙ୍କ ସରଣକୁ ଯିବା ପାଇଁ ଏବଂ ପାର୍ବତୀ ଜୋତିର୍ଲିଙ୍ଗ ଧାରଣ କରିବେ ତାଙ୍କ ଛଡା ଆଉକେହି ଧାରଣ କରିପାରିବେ ନହିଁ ।

Image Courtesy: Google

ଏହା ଶୁଣୀ ଋଷିମନେ ମାତା ପାର୍ବତିଙ୍କୁ ଆରାଧନା କଲେ ଏବଂ ଯଜ୍ଞ ଆରମ୍ଭ କଲେ । ମାତା ପାର୍ବତୀ ତାଙ୍କ ଆରାଧନାରେ ସନ୍ତୁଷ୍ଟ ହୋଇ ଆବିର୍ଭାବ ହେଲେ ଏବଂ ପ୍ରସନ୍ନ ହୋଇ  ଜୋତିର୍ଲିଙ୍ଗକୁ ନିଜ ଯୋନିରେ ଧାରଣ କଲେ । ଏହାପରେ ଜୋତିର୍ଲିଙ୍ଗକୁ ତିନି ଲୋକରେ ଶିବଲିଙ୍ଗ ରୂପେ ପୂଜା କରାଗଲା ।

Image Courtesy: Google

ଯଦି ଆଜି ପର୍ଯ୍ୟନ୍ତ ଦେଖିବା ଶିବଲିଙ୍ଗକୁ ପୃଥିବୀ ପୃଷ୍ଠରେ ଚାରିଆଡେ ପୂଜା ଅର୍ଚନା କରାଯାଉଛି । ଏମିତି ହିଁ ଶିବ ଲିଙ୍ଗର ଉତ୍ପତି ହୋଇଥିଲା । ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *