କହିବାକୁ ଗଲେ ବର୍ତ୍ତମାନ ସମୟରେ ଆମ ଦେଶରେ କୋବିଶିଲ୍ଡ ଓ କୋଭ୍ୟାକସିନ କ-ରୋ-ନାରୁ ବଞ୍ଚିବା ପାଇଁ ଭ୍ୟାକସିନ ରୂପରେ ସମସ୍ତଙ୍କୁ ପ୍ରଦାନ କରାଯାଉଛି । କିନ୍ତୁ ଏହା ସହିତ ଭାରତ ସରକାର ଋଷ ଦ୍ଵାରା ନିର୍ମିତ ସ୍ପୁଟନିକ ଭି ଭ୍ୟାକସିନକୁ ବି ଅନୁମତି ଦେଇଛନ୍ତି ।
କିନ୍ତୁ ସ୍ପୁଟନିକ ଭି ସବୁ ସ୍ଥାନରେ ଉପଲବ୍ଧ ହୋଇ ନାହିଁ । କିନ୍ତୁ ତିନୋଟି ଭ୍ୟାକସିନ ମଧ୍ୟରେ କେଉଁ ଭ୍ୟାକସିନ ସବୁଠୁ ଅଧିକ ପ୍ରଭାବଶାଳି, ଏହା ସହିତ ଏହା ରୋ-ଗ ପ୍ରତିରୋଧକ ଶକ୍ତିକୁ କେମିତି ବଢାଇବ ଓ ଏହା ଛଡା ଏହାର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନାହିଁ ତ, ଏହିଭଳି କିଛି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମା-ରୁଛି । ଆଜି ଆମେ ଆପଣଙ୍କୁ ଏହାର ଜବାବ ଦେବୁ ।
ସ୍ପୁଟନିକ – ଭି
ଯଦି ଆମେ ସ୍ପୁଟନିକ ଭି ଭ୍ୟାକସିନ ବିଷୟରେ କହିବା ତେବେ ଏହା ୯୧.୬ ପ୍ରତିଶତ ପ୍ରଭାବଶାଳି ଅଟେ । ଏହା ଋଷ ଦ୍ଵାରା ନିର୍ମିତ ଭ୍ୟାକସିନ ଅଟେ । ଏହା ବିଶ୍ଵର ପ୍ରଥମ ଭ୍ୟାକସିନ ଯାହାକୁ ଅନୁମତି ମିଳିଥିଲା । ଏହାର ପାର୍ଶ୍ଵ ପ୍ରତିକ୍ରିୟା ବିଷୟରେ କହିବା ତେବେ ଏହି ଭ୍ୟାକସିନ ନେଇ ସାରିବା ପରେ ଆପଣଙ୍କର ମୁଣ୍ଡ ବ୍ୟଥା ହୋଇପାରେ । ଏହା ସହିତ ୨ – ୪ ଦିନ ଆପଣଙ୍କୁ କମଜୋର ରହିବେ ଓ ଇଂଜେକସନ ନେଇଥିବା ସ୍ଥାନରେ ବ୍ୟଥା ହେବ । ଅନ୍ୟ କିଛି ସମସ୍ୟା ଯଦି ନଜର ଆସୁଛି ତେବେ ଏହି ଭ୍ୟାକସିନ ସହ ସମ୍ପର୍କ ରଖେ ନାହିଁ ବୋଲି ଡାକ୍ତରମାନେ କହିଛନ୍ତି ।
କୋଭ୍ୟାକସିନ
କୋଭ୍ୟାକସିନ ଭାରତ କମ୍ପାନୀ ଦ୍ଵାରା ପ୍ରସ୍ତୁତ ହୋଇଛି । ଏହାର ପ୍ରଭାବ ୮୧ ପ୍ରତିଶତ ରହିଥାଏ ଓ ଏହାର ସବୁଠୁ ଭଲ କଥା ହେଉଛି ଏହା କ-ରୋ-ନାର ସମସ୍ତ ପ୍ରକାରର ଭା-ଇ-ର-ସ ଉପରେ କାମ କରିଥାଏ । ଅର୍ଥାତ ଏହା UKରେ ଦେଖାଯାଉଥିବା କ-ରୋ-ନା ଭା-ଇ-ର-ସକୁ ମଧ୍ୟ ନଷ୍ଟ କରିଥାଏ । ଯଦି ଏହାର ପାର୍ଶ୍ଵ ପ୍ରତିକ୍ରିୟା ବିଷୟରେ କହିବା ତେବେ ଇଂଜେକସନ ନେଇଥିବା ସ୍ଥାନଟି ବ୍ୟଥା ହେବ । ଅଳ୍ପ ଜର ବି ଆସିପାରେ । ଦୁଇ ତିନି ଦିନ ପାଇଁ ଜର ହୋଇପାରେ । ବାନ୍ତି ବି ହୋଇପାରେ ।
ଆପଣଙ୍କ ପୁରା ଶରୀର ଦରଜ ହୋଇପାରେ । ଏହା ସହିତ ମୁଣ୍ଡ ବ୍ୟଥା ବି ହୋଇପାରେ । କିନ୍ତୁ କେତେକ ଲୋକମାନଙ୍କୁ ଏହି ଭ୍ୟାକସିନ ଲଗାଇବା ଉଚିତ ନୁହେଁ । ଯଦି ଆପଣଙ୍କୁ ରକ୍ତସ୍ରାବ ଜନିତ ରୋ-ଗ ଅଛି ତେବେ ଆପଣ ଏହି ଭ୍ୟାକସିନ ନେଇ ପାରିବେ ନାହିଁ । ଏହା ଛଡା ଯଦି ଆପଣ ଗର୍ଭବତ୍ତୀ ମହିଳା ଅଟନ୍ତି, କିଛି ଆଲର୍ଜି ଅଛି, ତେବେ ଆପଣ ଏହି ଭ୍ୟାକସିନ ନେଇ ପାରିବେ ନାହିଁ ।
କୋବିଶିଲ୍ଡ
କୋବିଶିଲ୍ଡ ୭୦ ପ୍ରତିଶତ ପ୍ରଭାବୀ ଅଟେ । କିନ୍ତୁ ଯଦି ଆପଣ ୧୨ ସପ୍ତାହ ପରେ ଏହାର ଦ୍ଵିତୀୟ ଡୋଜ ନେବେ ତେବେ ଏହା ୯୦ ପ୍ରତିଶତ କାର୍ଯ୍ୟ କରିଥାଏ । ଏହା ୬୨ ଟି ଦେଶରେ ଚାଲୁଅଛି । ଯଦି ଏହାର ପାର୍ଶ୍ଵ ପ୍ରତିକ୍ରିୟା ବିଷୟରେ କହିବା ତେବେ ଯେଉଁ ସ୍ଥାନରେ ଆପଣ ଇଂଜେକସନ ନେଇଛନ୍ତି ସେଇ ସ୍ଥାନଟି ଯନ୍ତ୍ରଣା ହେବ କିମ୍ବା ନାଲି ପଡିଯିବ । ଦୁଇ ଦିନ ଜର ହୋଇପାରେ । ଏହା ସହିତ ପୁରା ଶରୀରର ବ୍ୟଥା ହୋଇପାରେ । ସବୁ ଭ୍ୟାକସିନ ସମସ୍ତଙ୍କ ପାଇଁ ଭଲ ଅଟେ ଓ ସବୁ ଭ୍ୟାକସିନ ସମାନ ରୂପରେ ପ୍ରଭାବୀ ଅଟେ ।