ଯଦି କେଉଁଠି ବି ମିଳିଯାଏ ଏହି ଗଛ, ତେବେ ଜଲ୍ଦି ନେଇ ଆସନ୍ତୁ: ଏହା କୌଣସି ଚମତ୍କାର ଠାରୁ କମ ନୁହେଁ- Swami Ramdev

ଆଜି ଆମେ ଗୋଟେ ସୁନ୍ଦର ପୁଷ୍ପ ବିଷୟରେ ଜାଣିବା । ଏହାର ଫୁଲ ୪ ଟା ବେଳେ ଫୁଟି ଥାଏ, ସେଥିପାଇଁ ୟାକୁ ଚାର ବାଜିଆ ଓ ରଙ୍ଗଣୀ ଫୁଲ ମଧ୍ୟ କୁହାଯାଏ । ଏହାର ଚାରି ପ୍ରଜାତିର ଫୁଲ ଦେଖାଯାଏ ସେଗୁଡିକ ହେଲା ଲାଲ, ଗୁଲବୀ, ହଳଦିଆ, ଧଳା ଓ ବହୁରଙ୍ଗୀ ଫୁଲ ହୋଇଥାଏ ।

ଫୁଲପରେ ଏଥିରେ ମଞ୍ଜି ହୋଇଥାଏ । ଏହି ମଞ୍ଜି ଗୋଲମରୀଚ ଭଳି ଦେଖିବାକୁ ହୋଇଥାଏ ଓ ରଙ୍ଗ ମଧ୍ୟ କଳା ହୋଇଥାଏ । ଏହାର ସଂସ୍କୃତ ନାମ କ୍ରୀଷ୍ଣକେଲି ଓ ହିନ୍ଦୀ ନାମ ଗୁଲ ଆବାସ ଅଟେ ଏହାକୁ ମରାଠିରେ ଗୁଲ ବସରେ ଜଣା ଯାଏ, ତେଲୁଗୁ ନାମ ଚନ୍ଦ୍ରମାଲି ।

ଏହାର ଇଂରାଜୀ ନାମ ମର୍ଭେଲ ଅଫ ପେରୁ ଅଟେ । ଏହି ଗଛ ସଦା ବାହାର ହୋଇଥାଏ । ଏହା ଫୁଲ ବହୁତ ବାସ୍ନା ଦେଇଥାଏ । କେକ ଓ ଜେଳିରେ ଏହି ଫୁଲର ଉପଯୋଗ କରାଯାଇଥାଏ । ଏହାର ବୀଜ ବିଷାକ୍ତ ହୋଇଥାଏ । ଏହି ଗଛର ଉପଯୋଗ ବହୁତ ପ୍ରକାର ରୋଗରେ ମଧ୍ୟ କରାଯାଏ । ଆସନ୍ତୁ ଜାଣିବା ଏହି ଗଛର ଗୁଣ ବିଷୟରେ । ଏହା ପେଟ ଦରଜରୁ ମୁକ୍ତି ଦେଇଥାଏ । କୁଣ୍ଡେଇ ହେଲେ ଓ ଚର୍ମ ସମସ୍ୟାକୁ ଦୂର କରିଥାଏ । ଏହା ଥଣ୍ଡା ଓ କାସ ପାଇଁ ଲାଭ କରି ହୋଇଥାଏ ।

ଏହାଛଡା ଏହା ଘା ଭରିଥାଏ, ଫୁଲା ରୋଗ ଦୂର କରିଥାଏ । ପେଟ ଜନିତ ଓ ଅତିସାରରେ ବହୁତ ଫାଇଦା ଦେଇଥାଏ । ଆସନ୍ତୁ ଜାଣିବା ଆମ ଶରୀରରେ କେଉଁ ଭଳି ଲାଭ ଦେଇଥାଏ । ଏଥିରେ ଏଣ୍ଟି ବ୍ୟକ୍ଟେରିଆଲ ଓ ଏଣ୍ଟି ଫଙ୍ଗଲ ଗୁଣ ମିଳିଥାଏ । ଏହା ତ୍ଵଚା ଜନିତ ସମସ୍ୟା ଦୂର କରିବା ପାଇଁ ବହୁତ ଫାଇଦା ଦେଇଥାଏ । ଏହାର ପତ୍ରକୁ ପେଷ୍ଟ ବନେଇ ଫୁଲିଥିବା ସ୍ଥାନରେ ଲଗାଇଲେ ଫୁଲା କମ ହୋଇଥାଏ । ଏହାର ତାଜା ପତ୍ରର ରସ ବାହାର କରି ଘା କି କଟି ଯାଇଥିବା ସ୍ଥାନରେ ଲଗାଇଲେ ଘା ଶୀଘ୍ର ଭଲ ହୋଇଥାଏ ।

ଏହା ଛଡା ଏହାର ଫୁଲର ରସକୁ ତ୍ଵଚାରେ ଲଗେଇବା ଦ୍ଵାରା ଦାଗ ଓ କୁଣ୍ଡେଇ ହେଉଥିଲେ ଭଲ ହୋଇଥାଏ । ଏହା ସହିତ ଏହାକୁ କୁଷ୍ଠ ରୋଗରେ ଉପଯୋଗ କରାଯାଇଥାଏ । କୁଷ୍ଠ ରୋଗ ହେଲେ ଏହାର ଫୁଲର ରସ ଲଗାଇବା ଦ୍ଵାରା ବହୁତ ଫାଇଦା ମିଳିଥାଏ । ଏହାର ଚେରକୁ ପାଣିରେ ଫୁଟାଇ କାଡା ବନାଇ ପିଇବା ଦ୍ଵାରା ଝାଡା ହେଉଥିଲେ ଅଧିକ ଲାଭ ହୋଇଥାଏ । ଏହାର ଚେରକୁ ପାଣିରେ ଫୁଟାଇ ସେହି ପାଣିରେ ଘାକୁ ଧୋଇଲେ ସଂକ୍ରମଣ ଦୂର ହୋଇଥାଏ ଓ ଘା ଶୀଘ୍ର ଭଲ ହୋଇଥାଏ ।

ଦାଗ, କୁଣ୍ଡିଆ, ମାଂସ ପେଶୀରେ ହେଉଥିବା ଫୁଲାକୁ ଭଲ କରିବା ପାଇଁ ତାର ଚେର ବାଟିକି ଲଗେଇବା ଦ୍ଵାରା ଉପସମ ମିଳିଥାଏ । ଗର୍ଭବତୀ ମହିଳା ମାନେ ଏହାର ସେବନ କରିବା ନିସେଧ । ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *