ଦେବାଳିଆ ପାକିସ୍ତାନ! ଖାଦ୍ୟ ପାଇଁ ଲୋକ ହେଉଛନ୍ତି ହାହାକାର… ଦେଖନ୍ତୁ Video

ବନ୍ଧୁଗଣ ଖାଇବାକୁ ପାଉ ନାହି ପଡୋଶୀ ପାକିସ୍ତାନ । ଗୁରୁତର ଖାଦ୍ଯ ସଙ୍କଟ ମଧ୍ୟରେ ତ୍ରାହି ତ୍ରାହି ଡାକୁଛନ୍ତି ପାକିସ୍ତାନୀ । ଗୋଟିଏ କି ଦୁଇ ଟି ପ୍ରାନ୍ତ ପ୍ରଦେଶରେ ନୁହେଁ ବରଂ ସମଗ୍ର ପାକିସ୍ତାନ ରେ  ଏବେ ସମାନ ସ୍ଥିତି । ଜଳ ପ୍ରଳୟ ର ସାମ୍ନା କରି ଅଣ୍ଟା ସଳଖ କରି ଛିଡା ହେବାକୁ ଚେଷ୍ଟା କରୁଥିବା ପାକିସ୍ତାନ ର ଜନତା ଏବେ ଭୋକ ବିକଳରେ ଦି ଓଳି ଦି ମୁଠା ଖାଇବାକୁ କାକୁତି ମିନତୀ ହେଉଛନ୍ତି ।

ଆକାଶ ଛୁଆଁ ପନିପରିବା ଓ ଖାଦ୍ଯ ସମାଗ୍ରୀର ଦର ଯୋଗୁଁ ଅନେକ କେଆଲ ପାଣି ପିଇ ଦିନ କାଟୁଛନ୍ତି । ବିଶେଷ କରି ପାକିସ୍ତାନ ନିଜ ଅଧୀନରେ ରଖିଥିବା ପିଓକେ ଓ ଗିଲାଗିଟ ବେଲୁଚି ସ୍ଥାନେ ସ୍ଥିତି ଅଧିକ ଉତ୍କଟ ହୋଇଛି । ସ୍ଥିତି ଏମିତି ହୋଇଛି ଯେ ପେଟରେ ଓଦା ଗାମୁଛା ପକାଇ ଶୋଇବାକୁ ପଡୁଛି ଅସହାୟଙ୍କୁ । ଆଉ ଏହାର ପ୍ରତିବାଦରେ ଏବେ ରାସ୍ତା କୁ ଆସିଛନ୍ତି ଲୋକେ । ଶ୍ରୀଲଙ୍କା ଭଳି ଦଶା ଭୋଗୁଛି ପାକିସ୍ତାନ ।

ଏଠାରେ ପାଣି ବି ମହଙ୍ଗା ଲୁଣ ମହଙ୍ଗା ଆଉ ଚାଉଳ ବି ମହଙ୍ଗା । ମହଙ୍ଗା ମାଡ ରେ ଆକ୍ତାମାକ୍ତା ଜନତା । ଏପରିକି ଦୋକାନ ରୁ ଅଟା କିଣିବାକୁ ବାଡିଆ ପିଟିଆ ହେବାକୁ ପଛାଉ ନାହାନ୍ତି ଲୋକେ । ବେଲୁଚି ସ୍ଥାନର ରାଜଧାନୀ କ୍ଵେଟା ରେ ରାସ୍ତା ଉପରକୁ ଚାଲି ଆସିଛନ୍ତି ପ୍ରତିବାଦ କାରୀ । ଏଠାରେ ସରକାରଙ୍କ ବିରୁଦ୍ଧରେ ସେମାନେ ସ୍ଵର ଉତ୍ତଳୋନ କରିଛନ୍ତି ।

ଏ ହେଉଛି ସେହି ପାକିସ୍ତାନା ଯିଏ ଭାରତ ଠାରୁ ହାରିବା ପରେ କହିଥିଲା ଯେ ଆମକୁ ଆବଶ୍ୟକ ହେଲେ ଘାସ ଖାଇବାକୁ ପଡିବ କିନ୍ତୁ ଆମେ ପରମାଣୁ ଅସ୍ତ୍ର ହାସଲ କରିକି ରହିବୁ । ପାକିସ୍ତାନ ଯେମିତି ସେମିତି ହେଉ ପରମାଣୁ ଅସ୍ତ୍ର ହାସଲ କରି ନେଇଛି ସତ ଏବେ କିନ୍ତୁ ସେଠିକାର ଲୋକେ ଘାସ ଖାଇବା ଭଳି ସ୍ଥିତି ଉପୁଜୁଥିବାରୁ ସ୍ଥିତି ଉଦବେଗ ଜନକ ହୋଇଛି ।

ସେପଟେ ଭୋକିଲା ପାକିସ୍ଥାନ ର ଲୋକେ 12 ଦିନ ହେବ ସରକାର ଙ୍କ ବିରୁଦ୍ଧରେ ନାରା ବାଜି କରୁଛନ୍ତି । ଭାରତର ସହ ଜଡିତ ସବୁ ରାସ୍ତା ଖୋଲିବାକୁ ବି ଅପିଲ କରୁଛନ୍ତି । 2022 ତୁଳନାରେ 2023ରେ ପାକିସ୍ତାନରେ ଆର୍ଥିକ ମାନ୍ଦାବସ୍ଥା ଗୁରୁତର ସ୍ଥିତିରେ ପହଞ୍ଚିଛି । ପିଆଜ କିଲୋ 36 ଟଙ୍କାରୁ ଆରମ୍ଭ କରି 220 ପାକିସ୍ତାନ ଟଙ୍କାରେ ପହଞ୍ଚିଛି ।

ସେହିପରି ବେଳର ଚିକେନ ପ୍ରତି ଗତ ବର୍ଷକ ମଧ୍ୟରେ 210ରୁ 383 ରେ ଫଞ୍ଚିଛି । ଲୁଣ କିଲୋ 32 ଟଙ୍କାରୁ 50 ଟଙ୍କା ରେ ପହଞ୍ଚିଛି । ବ୍ରେଡ ପକେଟ ପ୍ରତି 90 ଟଙ୍କା କୁ ଛୁଇଁଛି । ବାସୁମତି ଚାଉଳ କିଲୋ ପ୍ରତି 100ରୁ 146 ଟଙ୍କା, ସୋରିଷ ତେଲ 374ରୁ 532 ଟଙ୍କାରେ ପହଞ୍ଚିଛି ।

କ୍ଷୀର ଲିଟର ପ୍ରତି 114ରୁ 149 ଟଙ୍କାରେ ପହଞ୍ଚିଛି । ଆଗକୁ ଏ ସ୍ଥିତି ଅଧିକ ସଙ୍ଗିନ ହେବ ବୋଲି ଆଶଙ୍କା କରାଯାଉଛି । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *