ଖୁବ ଶୀଘ୍ର ଆସୁଛି ଖଣ୍ଡ ପ୍ରଳୟ, ପଶ୍ଚିମ ଦିଗରୁ ଆସିବ ନଡିଆ ଗଛ ଉଚ୍ଚର ପାଣି- Malika Bachana

ଆଜି ଆମେ ପୁଣି ଥରେ ୬୦୦ ବର୍ଷ ତଳେ ରଚିତ ମାଳିକା ଶାସ୍ତ୍ରରେ ଲେଖା ହୋଇଥିବା ଭବିଷ୍ୟତବାଣୀ ବିଷୟରେ ଆପଣଙ୍କୁ କହିବୁ । ଯାହାର ଗୋଟିଏ ଗୋଟିଏ ଶବ୍ଦ ଆଜି ସତ ହେଉଛି । କହିବାକୁ ଗଲେ ମହାପୁରୁଷ ଠାରଗାରରେ ଆଗତ ଭବିଷ୍ୟତ ବିଷୟରେ ସମସ୍ତଙ୍କୁ କହିଛନ୍ତି । ଏହା ସହିତ ପ୍ରଳୟକୁ ନେଇ ବି ବହୁତ କିଛି ଭବିଷ୍ୟତବାଣୀ କରାଯାଇଛି ମାଳିକା ପୁରାଣରେ ।

କେବଳ ପାପ ବଢିଯିବା କାରଣରୁ ହିଁ ପୃଥିବୀରେ ପ୍ରଳୟ ସୃଷ୍ଟି ହେବ । ମହାପୁରୁଷ ଖଣ୍ଡ ପ୍ରଳୟକୁ ନେଇ ବହୁତ ସୁନ୍ଦରତାର ସହ ଲେଖିଛନ୍ତି କି

ଖଣ୍ଡ ପ୍ରଳୟର ସୂଚନା କରିବ ପାପୀ ତ ହିଁ ଯିବେ ଭାସି

ପଶ୍ଚିମ ଦିଗରୁ ଜଳ ସ୍ରୋତ ଏକ ତହିଁ ସଙ୍ଗେ ଯିବ ମିଶି

ଏହାର ଅର୍ଥ ମହାପୁରୁଷ କହିଲେ କି ଯେତେବେଳେ ଏହି ପୃଥିବୀରେ ଖଣ୍ଡ ପ୍ରଳୟ ହେବ ସେହି ସମୟରେ ଏହି ପୃଥିବୀର ସବୁ ପାପୀ ଏହି ପ୍ରଳୟରେ ଭାସି ଯିବେ । ପଶ୍ଚିମ ଓଡିଶା ଦେଇ ଏହି ପ୍ରଳୟର ପାଣି ମାଡି ଆସିବ । ଏହି ପ୍ରଳୟ ହେବା ପରେ ଓଡିଶା ଖଣ୍ଡ ଖଣ୍ଡ ହୋଇଯିବ । ଏହି ଯେଉଁ ସ୍ରୋତ ବିଷୟରେ ମହାପୁରୁଷ ମାଳିକାରେ ଉଲ୍ଲେଖ କରିଛନ୍ତି ତାହା ଓଡିଶାର ସବୁଠୁ ଭୟଙ୍କର ସ୍ରୋତ ରୂପରେ ପ୍ରମାଣିତ ହେବ । ଏହି ସ୍ରୋତ ନଡିଆ ଗଛ ଉଚ୍ଚରେ ମାଡି ଆସିବ ।

କେଉଁ ପରିସ୍ଥିତି ହୋଇପାରେ ଏହା କେବଳ କଳ୍ପନା ହିଁ କରିହେବ । କିନ୍ତୁ ଏହି ଦୁଃଖର ସମୟ ଆସିବା ପୂର୍ବରୁ ଆପଣ ସମସ୍ତେ ମହାପ୍ରଭୁଙ୍କ ଶରଣକୁ ଯାଆନ୍ତୁ ଓ ଭଗବାନଙ୍କ ନାମ କିର୍ତନ କରନ୍ତୁ । ମନ୍ତ୍ର ଜପ କରନ୍ତୁ । ମହାପୁରୁଷ ଏହା ବି କହିଛନ୍ତି କି ଏହି ପ୍ରଳୟ ଓ ଜଳ ସ୍ରୋତ ମଧ୍ୟରେ ଆପଣ ମହାପ୍ରଭୁଙ୍କ ଦର୍ଶନ ମଧ୍ୟ ପାଇ ପାରିବେ ।

ତୁମ୍ଭ ନାମାମୃତ ଉଚାରୁ ଏ ମୁଖ

ଘୁନ୍ଚି ଯାଉ ଜନ୍ମ ଜନ୍ମତାର ଏ ଦୁଃଖ

ମହାପୁରୁଷ କହିଲେ କି ଯିଏ ମହାପ୍ରଭୁଙ୍କ ଉପରେ ଭକ୍ତି ଓ ବିଶ୍ଵାସ ରଖିଛି ସେହି ବ୍ୟକ୍ତିର କୌଣସି ବି ପ୍ରକାରର ଅସୁବିଧା ହେବ ନାହିଁ । କହିଦେଉଛୁ କି ମାଳିକାରେ ବର୍ଣିତ ସମସ୍ତ କଥା କାହାକୁ ଭୟଭୀତ କରିବା ପାଇଁ କୁହାଯାଇ ନାହିଁ । ଏହା ଆପଣଙ୍କୁ କେବଳ ସଚେତନ କରିବା ପାଇଁ କୁହାଯାଉଛି । ସେଥିପାଇଁ କୁହାଯାଏ ଯେଉଁଠି ଭୟ ଅଛି ସେଠି ଜୟ ବି ଅଛି । ଭୟରେ ହୁଏ କିମ୍ବା ଭକ୍ତିରେ ସର୍ବଦା ମୁହଁରେ ପ୍ରଭୁଙ୍କ ନାଁ ସ୍ମରଣ କରନ୍ତୁ ।

Leave a Reply

Your email address will not be published. Required fields are marked *