ନିଜ ଜୀବନକୁ ଏକ ଭଲ ଦିଶା ଦେବା ଏପାଇଁ କିଛି ଜାଣିବା କଥା

ଆଜି ଆମେ ଆପଣଙ୍କୁ ବଡ ବୁଢା ଲୋକଙ୍କ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଆପଣଙ୍କ ଜୀବନରେ ଆପଣ ଅମଳ କରିବା ଦ୍ଵାରା ଆପଣଙ୍କ ଜୀବନ ସୁଖମୟ ଓ ସମସ୍ଯା ଦୂର ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି କଥା ଗୁଡିକ ।

୧. ପାଟିରେ କିଛି ଚୋବାଇ କଥା କହିବା ଅସଭ୍ୟ ଅଟେ, ଏହା ଦ୍ଵାରା ଆପଣଙ୍କ ସଂସ୍କାର ଜଣା ପଡିଥାଏ ।

୨. ଦୁଇ ଲୋକଙ୍କ ଝଗଡା କେବେ ଦେଖି ମଜା ନବା ଉଚିତ ନୁହ ଏହା ଦ୍ଵାରା ଆପଣଙ୍କ ହାନି ହୋଇଥାଏ ।

୩. ଗୁରୁଙ୍କ ବିଛଣାରେ ବସିବା ତାଙ୍କ ବିଛଣାରେ ଶୋଇବା ବା ଗୁରୁଙ୍କ ଦ୍ରବ୍ୟ ଚୋରୀ କରିବା ଉଚିତ ନୁହ ।

Image Courtesy: Google

୪. ଦୁର୍ବଳ ଉପରେ କେବେ ସାହାସ ବ୍ୟକ୍ତ କରନ୍ତୁ ନାହିଁ ।

୫. ଗାଈ ଗୋରୁ ବନ୍ଧା ହୋଇଥିବା ବେଳେ ପଘା ଡେଇଁ ଯିବା ଉଚିତ ନୁହ ।

୬. ସ୍ତ୍ରୀ ମାନଙ୍କୁ କେବେ ନିଜ ବେକରେ ପିନ୍ଧିଥିବା ହାର ଖୋଲି କାହାକୁ ପିନ୍ଧିବାକୁ ଦିଅନ୍ତୁ ନାହିଁ ।

୭. ଶୂନ୍ୟ ଗୃହରେ ଏକା ସୟନ କରିବେ ନାହିଁ ।

୮. ଇନ୍ଦ୍ରଧନୁ ଦେଖିଲେ ଅନ୍ୟ କାହାକୁ ଦେଖାଇବେ ନାହିଁ ।

୯. ଅନ୍ନ ମାତା ଲକ୍ଷ୍ମୀ ଅଟନ୍ତି ସେଥିପାଇଁ କେବେ ଅନାଦର କରନ୍ତୁ ନାହିଁ ଖାଇବା ଜିନିଷ ତଳେ ବା କୋଳରେ ରଖି ଖାଇବେ ନାହିଁ ।

୧୦. ନଖ କାମୁଡିବା ବହୁତ ଖରାପ ଅଭ୍ଯାସ ହୋଇଥାଏ ।

Image Courtesy: Google

୧୧. ରାତିରେ ଗଛ ମୂଳରେ ବାସ କରିବ ନାହିଁ ।

୧୨. ରୋଗି, ନବବିବାହିତା, ଗର୍ଭବତୀ ମହିଳାଙ୍କୁ ଆଗ ଭୋଜନ କରାଇବା ଉଚିତ ।

୧୩. ଯେଉଁ କୁଳରେ ସ୍ତ୍ରୀ ମାନେ ଦୁଃଖରେ ରୁହନ୍ତି ସେହି କୁଳ ଶୀଘ୍ର ଧ୍ଵଂସ ହୋଇଥାଏ ।

୧୪. ଗୀତା ଦାନ ମହାପୁଣ୍ୟ ହୋଇଥାଏ, ରାମାୟଣ ପାଠ କଲେ କଳିଯୁଗରୁ ମୁକ୍ତି ମିଳିବ ।

୧୫. କର୍ମ ଫଳ ଆଶା ନରଖି ସୁଖ ଦୁଃଖରେ ନିଜ କର୍ତବ୍ୟ କଲେ ସମସ୍ତ ସାଂସାରିକ ଲୋଭରୁ ମୁକ୍ତ ରହିଲେ ଯୋଗ ଓ ମୋକ୍ଷ ଜ୍ଞାନ ବଢିଥାଏ ।

Image Courtesy: Google

୧୬. ଇଶ୍ଵର ଆରାଧନା ଓ ଭଲ କର୍ମ ଦ୍ଵାରା ଅନୁଚିତ କାର୍ଯ୍ୟ ଦୂରେଇ ଯାଇଥାଏ ।

୧୭. ବିବାହିତ ହେଲା ପରେ ବା ଅବିବାହିତ ଥିଲା ବେଳେ କୌଣସି ସ୍ତ୍ରୀକୁ ଖରାପ ନଜରରେ ନଦେଖୁଥିବା ଲୋକକୁ ବୈକୁଣ୍ଠ ପ୍ରାପ୍ତ ହୋଇଥାଏ ।

୧୮. ଈଶ୍ବରଙ୍କ ପାଖରେ ମନ ଦେଲେ ଭାବର ଉଦୟ ହୋଇଥାଏ, ଭାବ ଉଦୟ ହେଲେ ପ୍ରେମ ଉଦୟ ହୋଇଥାଏ ।

୧୯. ଯେଉଁ ଲୋକ ଛଳନା ପାଇଁ ସନ୍ୟାସୀ ରୂପ ଧାରଣ କରେ ସେ ଆର ଜନ୍ମ ରେ ପଶୁ ୟୋନିରେ ଜନ୍ମ ହୋଇଥାଏ ଓ ବହୁତ କଷ୍ଟ ମଧ୍ୟ ପାଇଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *