ପିଲାଙ୍କ ବୁଦ୍ଧି ପରୀକ୍ଷା ପାଇଁ କିଛି ଓଡିଆ ପଦ୍ୟ ପ୍ରହେଳିକା, ଦେଖିବା କେତୋଟିର ଉତ୍ତର ସଠିକ ଦେଉଛନ୍ତି  

ଆଜି ଆମେ ଆପଣଙ୍କୁ ଏମିତି କିଛି ପ୍ରଶ୍ନ ପଚାରିବାକୁ ଯାଉଛୁ ଯାହା ଉତ୍ତର ଆପଣ ମାନଙ୍କ ମଧ୍ୟରୁ ବହୁତ ଲୋକ ଜାଣିଥିବେ କିନ୍ତୁ ଆମେ ମଜା ପାଇଁ ଆଜି ଟେଷ୍ଟ କରିବାକୁ ଯାଉଛୁ ଯେ ଆପଣଙ୍କ ବୁଦ୍ଧି କେତେ କାମ କରୁଛି, ଆପଣ ମାନେ ଏମିତିକା ବହୁତ ପ୍ରଶ୍ନ ଶୁଣିଥାନ୍ତି ଯାହା ଉତ୍ତର ଭାବିଲେ ଆପଣଙ୍କୁ ମଧ୍ୟ ଜଣା ପଡିନଥାଏ କିନ୍ତୁ ଉତ୍ତର ବହୁତ ସହଜ ହୋଇଥାଏ । ତେବେ ଉତ୍ତର ଆମ ଆଖ ପାଖ ହୋଇଥାଏ, ଆପଣ ମାନେ ଏହି ଭଳି ଖେଳ ଦ୍ଵାରା ଆପଣଙ୍କ ବୁଦ୍ଧି ବଢେଇ ପାରିବେ ଓ ଏହା ଆପଣଙ୍କ ମସ୍ତିସ୍କକୁ ସ୍ଵସ୍ଥ ରଖିଥାଏ । ଚାଲନ୍ତୁ ଆଲୋଚନା କରିବା ମଜାଦାର ଓଡିଆ ପଜଲ, ଆସନ୍ତୁ ଜାଣିବା ପ୍ରଥମ ପଜଲ।

Image Courtesy: Google

ଆ ହାତରୁ ତା ହାତ ହୁଏ ସେ ବହୁତ, ଜା ହାତରେ ରହିଲା ସିଏ ମଜଭୁତ

ଉତ୍ତର :- ଟଙ୍କା

କବାଟ ଖୋଲିଲେ ଦିନବୀ ଅନ୍ଧାର, କବାଟ ଖୋଲିଲେ ପୃଥିବୀ ସୁନ୍ଦର

ଉତ୍ତର :- ଆଖି ପତା

ସକାଳେ ସଞ୍ଜରେ ଲାଲ ଗୁଲୁଗୁଲୁ ଖାରବେଳେ ଚାହିଁ ହୁଏନା, ରାତିହେଲେ ସିଏ କେଣେ ଲୁଚିଜାଏ ଯେତେ ଖୋଜିଲେ ବି ପାଏନା

ଉତ୍ତର :- ସୂର୍ଯ୍ୟ

Image Courtesy: Google

ପାଟିରୁ ଖସିଲେ ମାର ଦୋଶ ପେଟରୁ ଖସିଲେ ପିଲାର ଦୋଶ

ଉତ୍ତର :- ବିଲେଇ ଓ ମାଙ୍କଡ

ଏହି ପ୍ରଶ୍ନର ଦୁଇଟି ଉତ୍ତର କାରଣ ପାଟିରୁ ଖସିଲେ ମାର ଦୋସ ମାନେ ବିଲେଇ ତାର ଛୁଆକୁ ପାଟିରେ ଧରିକି ଯାଏ, ପିଲା ଯେବେ ଖସି ପଡେ ମାର ଦୋସ ହୋଇଥାଏ । ପେଟରୁ ଖସିଲେ ଛୁଆର ଦୋସ ଅର୍ଥାତ ମାଙ୍କଡ ଛୁଆ ତାର ମାକୁ ଭିଡ଼ି ଧରିଥାଏ, ଯଦି ପିଲାଟି ଖସି ପଡେ ତାହେଲେ ପିଲାର ଦୋସ ହୋଇଥାଏ ।

ମୋ ଫାଖକୁ ଛୋଟବଡ ସବୁ ଆସିଥାଏ, ଛୋଟ ଛୋଟ ଖସିଯାଏ, ବଡ ଫସିଯାଏ

ଉତ୍ତର :-  ଚାଲୁଣି

ଗଡି ଗଡି ଯେବେ ବାହାରକୁ ଯାଏ ଚାରିଯୁଗ ପାଇଯାଏ ଉଡି ଉଡି ଯେବେ ବାହାରକୁ ଯାଏ ଛଅ ଋତୁ ମିଳିଯାଏ ।

ଉତ୍ତର :- କ୍ରିକେଟ ବଲ

Image Courtesy: Google

ଖାଇବାକୁ ସକ ସକ ଖାଇଦେଲେ ଭୋକ

ଉତ୍ତର :-  ହାଜମୁଲ୍ଲ

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *