ବନ୍ଧୁଗଣ ଦୀର୍ଘ ୧୮୧ ବର୍ଷ ହେବ କାଚ ଜାର ଭିତରେ ରଖାଯାଇଛି ସୁରକ୍ଷିତ ଭାବେ ମଣିଷର ମୁଣ୍ଡ । ଦର୍ଶକ ବନ୍ଧୁ ଆପଣଙ୍କୁ ଏହି କଥା ଟି ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ଅଟେ । ଘଟଣା ଟି ଯିଏ ଶୁଣିବ ତାଙ୍କୁ ଅଜବ ଲାଗିବ କାରଣ ପ୍ରଥମେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରିବ ବ୍ୟକ୍ତି ଜଣକ ଏମିତି କଣ କାମ କରିଥିଲେ କି ତାଙ୍କର ମୁଣ୍ଡ କୁ କାଚ ଜାର ରେ ରକ୍ଷା ଯାଇଛି । ଅସଲ କଥା ହେଉଛି ବ୍ୟକ୍ତି ଏମିତି କିଛି ବଡ କାମ କରି ନାହାନ୍ତି ଯେଉଁଥି ପାଇଁ ତାଙ୍କ ମୁଣ୍ଡକୁ ଜାର ରେ ସୁରକ୍ଷିତ ରଖାଯାଇଛି ।
ବରଂ ସମ୍ପୃକ୍ତ ବ୍ୟକ୍ତି ଜଣକ ହେଉଛନ୍ତି ସେହି ହତ୍ୟାକାରୀ ଙ୍କ ମଧ୍ୟରୁ ଜଣେ ଯିଏ କି ୭୦ରୁ ଅଧିକ ନିରୀହ ଲୋକଙ୍କୁ ନିର୍ମା ଭାବେ ହତ୍ୟା କରିଛି । ସୂଚନା ଅନୁଯାୟୀ ପର୍ତ୍ତୁଗାଲ ର ରାଜଧାନୀ ଲିସବନ ରେ ଏହି ବ୍ୟକ୍ତି ଙ୍କ ମୁଣ୍ଡକୁ ଗତ ୧୮୧ ବର୍ଷ ହେବ ଏମିତି ସାଇତି ରଖାଯାଇଛି । ପର୍ତ୍ତୁଗାଲ ରେ ଏହି ସିରିଏଲ କିଲର କୁ ତାର ଘୃଣ୍ୟ କାମ ପାଇଁ ଫାଶୀ ଦଣ୍ଡାଦେଶ ହୋଇଥିଲା । ଏହି ଘଟନା ପରେ ପର୍ତ୍ତୁଗାଲ ରେ ଆଉ କାହାକୁ ଫାଶୀ ଦଣ୍ଡାଦେଶ ଦିଆ ଯାଇ ନାହି ।
ଏହି ସିରିଏଲ କିଲର ର ନାଁ ଡିଓଗୋ ଆଲେଭସ । ୧୮୧୯ ମସିହାରେ ସ୍ପେନ୍ସ ର ଗେସୋଲିଆ ସହରେ ସେ ଜନ୍ମଗ୍ରହଣ କରିଥିଲା । ଯୁବା ଅବସ୍ଥାରେ ସେ କାମ ପାଇଁ ପର୍ତ୍ତୁଗାଲର ରାଜଧାନୀ ଲିସବନ ରେ ଆସି ପହଞ୍ଚି ଥିଲା । ଆଉ ଏଠାରେ ସେ ଚାକିରି ସନ୍ଧାନରେ ଆସିଥିଲା । କିନ୍ତୁ ତାକୁ କୋଣସି ଚାକିରି ମିଳି ନ ଥିଲା । ଆଉ କାହକିରି ନ ମିଳିବାରୁ ଅପରାଧ ଦୁନିଆରେ ପାଦ ଥାପିଥିଲା ସେ । ଏହା ପରେ ସେ ଲୁଟପାତ ଆରମ୍ଭ କରିଥିଲା । ବିଶେଷ କରି ଜନ ଗହଳି ଏରିୟା କୁ ଯାଇ ଲୁଟପାତ କରୁଥିଲା ।
ଏ ସବୁ ଭିତରେ ସହରରେ ଥିବା ୨୧୩ ଫୁଟ ଉଚ୍ଚ ପୋଖରୀ ଟାର୍ଗେଟ କରିଥିଲା । ଏକା ସେହି ରାସ୍ତା ଦେଇ ଯାଉଥିବା ଚାଷୀ ଙ୍କ ଠାରୁ ଲୁଟପାତ କରି ସେମାନଙ୍କୁ ହତ୍ୟା କରି ପୋଖରୀ ଭିତରକୁ ଫିଙ୍ଗି ଦେଉଥିଲା ସିରିଏଲ କିଲର ଆଲୋଭେଶ । କିଭଳି ଭାବେ ଚାଷୀ ମାନେ ଗାଏବ ହେଉଛନ୍ତି ଆଉ ପରେ ତାଙ୍କର ମୃତ ଦେହ ମିଳୁଛି ତାକୁ ନେଇ ପୋଲିସ ଠାରୁ ଆରମ୍ଭ କରି ସମସ୍ତଙ୍କର ମୁଣ୍ଡ ବିନ୍ଧାର କାରଣ ହୋଇଥିଲା ।
ଯେବେ ଖୋଜା ଖୋଜି ଚାଲିଥିଲା ସେତେବେଳେ ଧରା ପଡିବା ଭୟରେ ଆଲୋଭେଶ ୩ ବର୍ଷ ଯାଏଁ କୌଣସି ଅପରାଧ କରି ନ ଥିଲା । କିନ୍ତୁ ୩ ବର୍ଷ ପରେ ନିଜର ଗ୍ୟାଙ୍ଗ କରିବା ସହ ଖେଳିଥିଲା ରକ୍ତର ହୋଲି । କୋର୍ଟ ତାର ବିରୁଦ୍ଧରେ ଶୁଣାଣୀ କରି ୧୮୪୧ରେ ଫାଶୀ ଦଣ୍ଡାଦେଶ ଦେଇଥିଲେ । ଯେବେ ଫାଶୀ ତାରିଖ ଧାର୍ଯ୍ୟ ହେଲା ସେତେବେଳେ ଡାକ୍ତର ଓ କୋର୍ଟ ଠାରୁ ମୁଣ୍ଡ ରଖିବାକୁ ଅନୁମତି ମାଗିଥିଲେ ଯାହା ଆଜି ବି ରହିଛି । ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।