Virat Kohliଙ୍କ ପରେ କିଏ ହେବ ଭାରତୀୟ ଦଳର ଅଧିନାୟକ ? ଦେଖନ୍ତୁ Special Report

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଟି-୨୦ ବିଶ୍ଵକପ ମ୍ଯାଚରେ ଭାରତ ପରାଜାୟ ହୋଇଛି । ଗତ ରବିବାର ଦିନ ଆଫଗାନିସ୍ତାନ ଠାରୁ ନ୍ୟୁଜଲ୍ୟାଣ୍ଡ ଜିତିବା ପରେ ଭାରତର ସେମି ଫାଇନାଲ ଯିବା ଆଶା ମଉଳି ଯାଉଛି । ଆଜି ନାମ୍ବିଆ ସହ ଭାରତର ଶେଷ ମୁକାବିଲା ରହିଛି । ମ୍ଯାଚ ସରିବା ସହ ଟି-୨୦ ବିଶ୍ଵକପର କ୍ଯାପଟେନସିପ ବିରାଟ କୋହଲିଙ୍କର ଆଜି ହେଉଛି ସୀ ଦିନ । ଆଗକୁ ବିରାଟ ଟି-୨୦ ରେ ଅଧିନାୟିତ୍ଵ କରିବେ ନାହି । ଆଗକୁ ଟି-୨୦ ମ୍ଯାଚରେ କ୍ଯାପଟେନସିପ ନ କରିବା ପାଇଁ ବିରାଟ କୋହଲି ଘୋଷଣା କରିବା ପରେ ପ୍ରଶ୍ନ ଉଠିଥିଲା କିଏ ହେବ ଭାରତର କ୍ଯାପଟେନ ।

ବର୍ତ୍ତମାନ ୪ଜଣଙ୍କ ନାଁ ସାମନାକୁ ଆସୁଛି । ଭାରତୀୟ କ୍ଯାପଟେନ ଆଗକୁ ହେବେ ରୋହିତ ଶର୍ମା ବୋଲି ନାଁ ଆସିଛି । କାରଣ ରୋହିତ ଶର୍ମାଙ୍କ ଅଧିନାୟିତ୍ଵରେ ମୁମ୍ବାଇ ଇଣ୍ଡିଆନ୍ସ ୫ ଥର ଆପିଏଲ ବିଜେତା ହୋଇ ସାରିଛି । ରୋହିତ ଶର୍ମା କାମଚଳା ଅଧିନାୟକ ଭାବେ ଏସିଆ କପ ଓ ନିଦା ଷ୍ଟ୍ରାଫି ଟ୍ରାଇ ସିରିଜ ପରି ପ୍ରମୁଖ ଟୁର୍ଣ୍ଣାମେଣ୍ଟରେ ଭାରତ ଟ୍ରଫି ଜିତିବାରେ ସଫଳ ହୋଇଛି । ରୋହିତ ଶର୍ମା ଙ୍କୁ ମହେନ୍ଦ୍ର ସିଂ ଧୋନୀ ଙ୍କ ଭଳି କ୍ଯାପଟେନ କୁଳ ମଧ୍ୟ କୁହାଯାଏ । ଦିତୀୟ ପସନ୍ଦ ଭାବେ ଋଷଭ ପନ୍ଥ ଙ୍କ ନାଁ ସାମନାକୁ ଆସିଛି ।

ସେ ପରବର୍ତ୍ତୀ ସମୟରେ ଟିମ ଇଣ୍ଡିଆର ଅଧିନାୟକ ହୋଇ ପାରନ୍ତି । ଗତ କିଛି ମାସରେ ଭାରତୀୟ ଦଳରେ ଋଷଭ ପନ୍ଥ ଙ୍କ ଭଲ ପ୍ରଦର୍ଶନ ଦେଖିବାକୁ ମିଳିଛି । ଏହି ଅକରଣ ପାଇଁ ଋଷଭ ପନ୍ଥ ଙ୍କୁ ଟି-୨୦ ରେ ଭାରତୀୟ ଦଳର ଅଧିନାୟକ ଭାବେ ବଛା ଯାଇପାରେ । ଏହା ସହ ଦିଲ୍ଲୀ କ୍ୟାପିଟାଲର ଅଧିନାଯକ ଭାବେ ଭଲ କାମ କରିଛନ୍ତି ଋଷଭ ପନ୍ଥ । ଭାରତୀୟ ଦଳକୁ ଯଦି ଭଲ ଅଧିନାୟକ ର ଆବଶ୍ୟକ ରହିଛି ସେ ହେଉଛନ୍ତି କେ ଏଲ ରାହୁଲ । ବର୍ତ୍ତମାନ ସୁଦ୍ଧା ଭାରତୀୟ ଟିମରେ କେ ଏଲ ରାହୁଲଙ୍କର ଭଲ ପ୍ରଫୋମାଂସ ରହିଛି ।

କେବଳ ଟି-୨୦ ନୁହେଁ ବରଂ ୫୦ ଟି ଇଣ୍ଟର ନ୍ୟାସନାଲ ମ୍ଯାଚରେ ବି ରାହୁଲଙ୍କର ଭଲ ପ୍ରଦର୍ଶନ ରହିଛି । ମୁମ୍ବାଇର ୨୬ ବର୍ଷୀୟ ବ୍ୟାଟ୍ଶମ୍ୟାନ ଶ୍ରେୟସ ଆୟର ୨୦୧୭ରେ ବାହାରତୀୟ ଦଳ ପାଇଁ ଆନ୍ତର୍ଜାତୀୟ କ୍ରିକେଟ ଆରମ୍ଭ କରିଥିଲେ । ଅଧିନାୟକ ବିଷୟରେ କହିବାକୁ ଗଲେ ଆୟର ୨୦୧୮ରେ ଦିଲ୍ଲୀ ରେ ଏୟାର ଡିଭିଲ୍ସ ବା ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସ ଭାବେ ଖେଳୁଥିବା ଦଳର ଅଧିନାୟକ ଭାବେ ନିଯୁକ୍ତ ହୋଇଥିଲେ ।

ଏହା ପରେ ଦିଲ୍ଲୀ କ୍ୟାପିଟାଲ ଟି-୨୦ ରେ ଫାଇନାଲରେ ପ୍ରବେଶ କରିଥିଲା । ଏଥିରୁ କୁହା ଯାଇପାରେ ଇଣ୍ଡିଆ ଟିମର ଅଧିନାୟକ ପାଇଁ ଶ୍ରେୟସ ଆୟର ଏକ ପ୍ରମୁଖ ଦାବିଦାର ଅଟନ୍ତି କହିଲେ ଭୁଲ ହେବ ନାହି । ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *