ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଦେଶର ସବୁଠାରୁ ଶକ୍ତିଶାଳି ଦେଶ ଭାବେ ଆମେରିକା ପରିଚିତ ଅଟେ । ଆମେରିକା କୁ ଯୁଧା ରେ ହରାଇବା ଏତେ ସହଜ ନୁହେଁ । କିନ୍ତୁ ଯେବେ ପରମାଣୁ ଆକ୍ରମଣ କଥା ଆସେ ତେବେ ଯେତେ ବଡ ଦେଶ ହେଲେ ମଧ୍ୟ ଭୟ କରିଥାଏ । ତେବେ ବର୍ତ୍ତମାନର ବଡ ଖବର ହେଉଛି ଆମେରିକା ଉପରେ ପରମାଣୁ ବୋମା ପକାଇ ଉତ୍ତର କୋରିୟା । ଦେଶ ସହ ଜଡିତ କୌଣସି ପ୍ରସଙ୍ଗ ରେ ବି ପଛକୁ ହତିବ ନାହି ବୋଲି ଉତ୍ତର କୋରିୟା ସ୍ପଷ୍ଟ କରିଛନ୍ତି କିଙ୍ଗ ଜଙ୍ଗ ।
ଏହା ସହ ସେ ଆହୁରି ମଧ୍ୟ କହିଛନ୍ତି କି ଆମେରିକା ସହ ହେବାକୁ ଥିବା ଯେ କୌଣସି ପ୍ରକାରର ସାମରିକ ସଂଘର୍ଷ ରେ ଉତ୍ତର କୋରିୟା ନିଜର ଆଣବିକ ଅସ୍ତ୍ର ର ପ୍ରୟୋଗ କରିବ ଓ ନିଶ୍ଚୟ ବିଜୟୀ ହେବ । ଜୁଲାଇ ୨୭ ରେ ଉତ୍ତର କୋରିୟା ର ରାଜଧାନୀ ପେଙ୍ଗା ଓଙ୍ଗ ରେ ଅନିଷ୍ଠିତ ଏକ ସ୍ଵତନ୍ତ୍ର ସାମରିକ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଏମିତି କହିଛନ୍ତି କିମ ଜୋଙ୍ଗ । ଆମେରିକା ସହ ବିବାଦ ଯୋଗୁଁ ତାଙ୍କ ଦେଶ ନିଜର ସୁରାଖ ପାଇଁ ଆଣବିକ ଅସ୍ତ୍ର ତିଆରି କରିଛି ।
୨୦୧୭ ମସିହାରେ ଆଣବିକ ଅସ୍ତ୍ର ପରୀକ୍ଷା କରିଥିବା ଉତ୍ତର କୋରିୟା ପୁଣି ଥରେ ପରୀକ୍ଷଣ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି । ଏପରିକି ଆମେରିକା ଓ ଦକ୍ଷିଣ କୋରିୟା ର ଗୁଇନ୍ଦା ଅଧିକାରି ମାନେ କହି ସାରିଛନ୍ତି ଏ ଆଣବିକ ପରୀକ୍ଷଣ ପାଇଁ ପ୍ରସ୍ତୁତି ଶେଷ ହୋଇଛି । ତେବେ କିମ ଙ୍କ ଏଭଳି ବୟାନ କୁ ନେଇ ସାରା ବିଶ୍ବାସ ରେ ବେଶ ଚର୍ଚ୍ଚା ଲାଗି ରହିଛି । କୋରିୟା ଯୁଧ ବିରାମ ଘୋଷଣାର ୫୯ତମ ବାର୍ଷିକ ଅବସରରେ ଉତ୍ତର କୋରିୟା ପକ୍ଷ ରୁ ଆୟୋଜିତ ଏକ ସମାରୋହରେ ଯୋଗ ଦେଇ କିମ ଜୋଙ୍ଗ ଏଭଳି ବୟାନ ଦେଇଥିବା ଜଣା ପଡିଛି ।
ସବୁଠାରୁ ବଡ କଥା ହେଲା ଅନେକ ସମୟରେ ଆମେରିକା ବିରୁଦ୍ଧରେ ଏମିତି ବୟାନ ଦିଅନ୍ତି କିମ । ହେଲେ ଯଦି ଆମେରିକା ଉପରେ ପରମାଣୁ ଆକ୍ରମଣ କରିବାକୁ ନିସ୍ପତି ନିଅନ୍ତୁ କିମ ତେବେ ସ୍ଥିତି ଭୟଙ୍କର ହେବ ବୋଲି ଅନେକ ଆନ୍ତର୍ଜାତୀୟ ଗଣ ମାଧ୍ୟମ କହିଛନ୍ତି । ତେବେ ଏ ନେଇ ଆମେରିକା ତରଫରୁ କୌଣସି ପ୍ରତିକ୍ରିୟା ଏ ଯାଏଁ ମିଳିପାରି ନାହି । ତେବେ ଉତ୍ତର କୋରିୟା ରେ ଶାସନ କରୁଥିବା କିମ ଜୋଙ୍ଗ ଙ୍କ ଶାସନ ପଦ୍ଧତି କେତେ କ୍ରୂର ତାହା ଆଗରୁ ସୋସିଆଲ ମିଡିଆର ସୂତ୍ର ରୁ ଜଣା ପଡିଛି ।
ଦେଖାଯାଉ କିମ ଜୋଙ୍ଗ ଆମେରିକା ଉପରେ ପରମାଣୁ ବୋମା ପକାଇବାକୁ ଯେଉଁ ନିସ୍ପତି ନେଇଛନ୍ତି ତାହା ଉପରେ କାର୍ଯ୍ୟକାରି କେବେ କରିବେ କି ନାହି । ବନ୍ଧୁଗଣ ଆପଣ ମାନଙ୍କର କିମ ଜୋଙ୍ଗ ଙ୍କ ଏଭଳି ବୟାନ ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।