କିପରି ଶିବ ଓ ବିଷ୍ଣୁଙ୍କ ଠାରୁ ଜନ୍ମ ହେଲା ସାନ୍ତାନ

ଆଜି ଆମେ ଆପଣଙ୍କୁ ଏମିତି ଗୋଟେ କାହାଣୀ କହିବାକୁ ଯାଉଛୁ ଯାହା ବଧୁଏ ଆପଣ କେବେ ଶୁଣି ନଥିବେ, ଏହି କାହାଣୀ ସେତେବେଳେ ଆରମ୍ଭ ହେଲା ଯେତେବେଳେ ମା ଦୂର୍ଗା ମହିଷାସୁର ବଧ କରିଥିଲେ । ଏହା ପରେ ମଇଁଷି ମହିଷାସୁର ପତ୍ନୀ ଭଗବାନ ବ୍ରମ୍ହାଙ୍କୁ ପୂଜା କରିବାକୁ ଲାଗିଲେ ଓ ବହୁତ ବର୍ଷ ଧରି ତପସ୍ୟା କଲା ପରେ ଭଗବାନ ବ୍ରମ୍ହା ମଇଁଷି ଆଗରେ ପ୍ରକଟ ହୋଇଥିଲେ ତେବେ ମଇଁଷି ତାଙ୍କୁ ଅମର ଆଶୀର୍ବାଦ ମାଗିଥିଲେ ଯାହା ବ୍ରମ୍ହା ଦବା ପାଇଁ ମନା କରିଥିଲେ ।

ଏହା ପରେ ମଇଁଷି କିଛି ମୁଣ୍ଡ ଖରଚ କରି କହିଥିଲା ମତେ ଏହି ଆଶୀର୍ବାଦ ଦିଅନ୍ତୁ ଯେ ଶିବ ଓ ବିଷ୍ଣୁଙ୍କ ଓରସରୁ ଜନ୍ମ ହୋଇଥିବା ସନ୍ତାନ ହାତରୁ ମୋ ମୃତ୍ୟୁ ହେଉ ଏହା ଛଡା ମତେ କେହି ମାରି ପାରିବେ ନାହିଁ ତେବେ ଏହା ଶୁଣି ବ୍ରମ୍ହା ମାନିଗଲେ ଓ ଆଶୀର୍ବାଦ ଦେଇ ଫେରି ଆସିଲେ ।

Image Courtesy: Google

ଏହି ଘଟଣା ପରେ ସମୁଦ୍ର ମନ୍ଥନ ହେଲା ଯାହା ପରେ ଭଗବାନ ବିଷ୍ଣୁ ମୋହିନୀ ରୂପ ଧାରଣ କରିଥିଲେ ଏହି ରୂପ ଦେଖି ଦେବତା ନର, ରାକ୍ଷାଶ ସମସ୍ତେ ମୋହିତ ହୋଇ ଯାଇଥିଲେ । ତେବେ ବିଷ୍ଣୁଙ୍କ ଏହି ରୂପ ବିଷୟରେ ନାରଦ ଶିବ ଭଗବାନଙ୍କୁ କହିଲେ ଯାହା ପରେ ଭଗବାନ ଶିବ ମୋହିନୀ ରୂପ ଦେଖିବା ପାଇଁ ଗଲେ, ଯେତେବେଳେ ଭଗବାନ ଶିବ ମୋହିନିଙ୍କ ପାଖକୁ ପହଞ୍ଚିଲେ ତାଙ୍କ ଉପରେ କାମ ଦେବଙ୍କ ବାସ ହୋଇଗଲା ଯାହା ପରେ ସେ ମୋହିନୀଙ୍କୁ ଦେଖି ମୋହିତ ହୋଇଗଲେ ଓ ମୋହିନୀ ଯିଏ ଭଗବାନ ବିଷ୍ଣୁ ଥିଲେ ସେ ଶିବଙ୍କ ସହ ମିଶି ଗଲେ ଓ ତାଙ୍କର ଗୋଟେ ପୁତ୍ର ଜନ୍ମ ହେଲା ଯାହା ପରେ ଦୁହେଁ ନିଜ ଅସଲ ଅସ୍ତିତ୍ଵକୁ ଫେରି ଆସିଥିଲେ ଯେତେବେଳେ ସେ ଦୁହେଁ ବୁଝି ପାରିଲେ ନାହିଁ ଯେ କଣ ହେଲା ସେତେବେଳେ ବ୍ରମ୍ହା ତାଙ୍କୁ ସବୁ କାହାଣୀ କହିଲେ ।

Image Courtesy: Google

କେରଳରେ ଗୋଟେ ରାଜା ଥିଲେ ଯାହା ନାମ ରାଜକିଶୋର ଥିଲା ସେ ଶିବଙ୍କ ବହୁତ ବଡ ଭକ୍ତ ଥିଲେ, ତେବେ ତାଙ୍କୁ କୌଣସି ସନ୍ତାନ ନଥିଲା, ଭଗବାନ ଶିବ ନିଷ୍ପତ୍ତି କଲେ ଯେ ଏହି ସନ୍ତାନ ସେ ରାଜକିଶୋରଙ୍କୁ ଦେଇ ଦେବେ । ଏହା ପରେ ଭଗବାନ ଶିବ ବ୍ରାମ୍ହଣ ରୂପ ଧରି ଜଙ୍ଗଲ ଗଲେ ଓ ପୁଅକୁ ତଳେ ଶୁଆଇ ଦେଲେ ଯେତେବେଳେ ରାଜା ଜଙ୍ଗଲକୁ ଆସିଲେ ଓ ଛୁଆ କାନ୍ଦିବା ଶୁଣି ଛୁଆ ପାଖକୁ ଆସିଲେ ସେତେବେଳେ ବ୍ରାମ୍ହଣ କହିଲେ ଏହି ଛୁଆ ର ମା ବାପା ନାହାନ୍ତି ଆକୁ ଆପଣେଇ ନିଆ ଏହା ପରେ ରାଜା ଛୁଆକୁ ବଡ କଲେ ଏହି ଛୁଆ ନାମ ରଖା ଗଲା ମଣିକନ୍ଦନ କାହିଁକିନା ଛୁଆକୁ ପାଇଲା ବେଳେ ଛୁଆ ବେକରେ ଗୋଟେ ଘଣ୍ଟି ପଡିଥିଲା ।

Image Courtesy: Google

ଏହା ପରେ ସେହି ଛୁଆକୁ ରାଜା ରାଣୀ ବହୁତ ଭଲ ପାଇ ବଡ କଲେ କିନ୍ତୁ ଯେତେବେଳେ ରାଣୀଙ୍କ ନିଜ ଓରସ ପୁତ୍ର ହେଲା ସେତେବେଳେ ସେ ମଣିକନ୍ଦନକୁ ଯୁବରାଜ ବନେଇବାକୁ ଚାହୁଁ ନଥିଲେ ଓ ସେ ରୋଗୀ ହବାର ନାଟ ରଚିଲେ ଓ ବାଘୁଣୀ କ୍ଷୀର ମାଗିଲେ ଯାହା ପରେ ମଣିକନ୍ଦନ ଜଙ୍ଗଲ ଗଲେ ଓ ସେଠି ତାଙ୍କୁ ମଇଁଷି ଦେଖା ଗଲା ଯାହା ହତ୍ୟା ସେ କଲେ ଓ ବାଘୁଣୀ କ୍ଷୀର ସହ ସବୁ ଜଙ୍ଗଲ ବାଘଙ୍କୁ ମଧ୍ୟ ନେଇ ଆସିଲେ ଯାହା ଦେଖି ରାଜା ବୁଝି ପାରିଲେ ଓ ମଣିକନ୍ଦନ ପାଦ ଧରି କ୍ଷମା ମାଗିଲେ ଓ ମଣିକନ୍ଦନଙ୍କ ପୂଜା କଲେ ।

Leave a Reply

Your email address will not be published. Required fields are marked *