କିଏ ଏହି ଅମ୍ରିତ ପ୍ରଧାନ? ଯାହାଙ୍କ ପାଇଁ ବଢୁଛି ସହାୟତାର ହାତ… ଲୋକେ ଦେଉଛନ୍ତି ଏତେ ଟଙ୍କା

ଗତକାଲି ଦିନତମାମ ଚର୍ଚ୍ଚାରେ ଥିଲେ ୨୪ ବର୍ଷିୟ ଅମ୍ରିତ ପ୍ରଧାନ । ଯିଏ ଭୁବନେଶ୍ୱର ଏମ୍ସରୁ ଏୟାରଲିଫ୍ଟ ହୋଇ ଚେନ୍ନାଇର ଆପୋଲ ହସ୍ପିଟାଲକୁ ଗଲେ । ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ, ଏହି ଅମ୍ରିତ ପ୍ରଧାନ କିଏ । କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ହେବା ପରେ ପ୍ରାୟ ଦେଢ କୋଟିରୁ ଅଧିକ ଚିକିତ୍ସା ଖର୍ଚ୍ଚ କରିବା ପାଇଁ ପରିବାର ଲୋକ କେମିତି ସାହସ କରିପାରିଲେ ।

ବ୍ରହ୍ମପୁର ସହର ବାସୁଦେବ ନଗରରେ ରହୁଥିବା ୨୪ ବର୍ଷୀୟ ଅମ୍ରିତ ପ୍ରଧାନ, ବେଙ୍ଗାଲୁରୁର ଏକ ଆଇଟି କମ୍ପାନିରେ ସଫ୍ଟୱେୟାର ଇଂଜିନିୟର ଭାବେ କାମ କରୁଥିଲେ । ତାଙ୍କ ବାପା ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ । ମାଆ ପ୍ରାଥମିକ ସ୍କୁଲର ଶିକ୍ଷୟିତ୍ରୀ । ଗତ ଏପ୍ରଲ ମଧ୍ୟଭାଗରେ ମାଆ ପ୍ରଥମେ କରୋନା ଆକ୍ରାନ୍ତ ହେବାପରେ ପୁରା ପରିବାରରେ ସଂକ୍ରମଣ ବ୍ୟାପିଗଲା । ପରିବାରର ସମସ୍ତେ ସୁସ୍ଥ ହୋଇଥିବାବେଳେ ଅମ୍ରିତଙ୍କ ସ୍ୱାସ୍ଥ୍ୟବସ୍ଥା କିନ୍ତୁ ବିଗିଡି ଯାଇଥିଲା ।

ପୁରା ପରିବାରର କରୋନା ଚିକିତ୍ସା ବାବଦକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇସାରିଥିଲା । ହେଲେ ପରିବାରରେ ସବୁଠାରୁ ସାନ ଅମ୍ରିତଙ୍କ ଚିକିତ୍ସା ପାଇଁ ଅର୍ଥ ଯୋଗାଡ କରବାକୁ ସୋସିଆଲ ମିଡିଆର ସାହାରା ନେଇଥିଲେ ପରିବାର ସଦସ୍ୟ । ତେବେ ଗତ ମାସ ୨ ତାରିଖରେ ଅମ୍ରିତ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡିଥିଲା ।

ଏହାପରେ ଗତ ୧୨ ତାରିଖରୁ ସେ ଭେଣ୍ଟିଲେଟରରେ ରହିଥିଲେ ଏବଂ ଏହା ପରେ ସେ ନିମୋନିଆ ଓ ସେପଟିସେମିଆରେ ପୀଡିତ ହେବାଦ୍ବାରା ତାଙ୍କର ଫୁସଫୁସର କିଛି ଅଂଶ ନଷ୍ଟ ହେବାରେ ଲାଗିଥିଲା ।ତେବେ ‘ମିଲାପ’ ସାଇଟ୍ ଜରିଆରେ ଲୋକଙ୍କଠାରୁ ଟଙ୍କା ସଂଗ୍ରହ କରିବା କରିବା ପାଇଁ କେତେକ ପରାମର୍ଶ ଦେଲେ । ଯାହା ତାଙ୍କୁ ବିଶେଷ ସହାୟକ ହେଲା । ପ୍ରାୟ ୫ ହଜାର ୬୮୮ ଜଣଙ୍କଠାରୁ ୬୩ ଲକ୍ଷ ଟଙ୍କା ଯୋଗାଡ କରିପାରିଲେ ଅମ୍ରିତଙ୍କ ପରିବାର ।

ଆଉ ଏହା ପରେ ଚେନ୍ନାଇ ଆପୋଲୋରୁ ଏକ ଡାକ୍ତରୀ ଦଳ ଭୁବନେଶ୍ୱର ଏମ୍ସରେ ପହଁଚି ସେମାନେ ଏହାର ବ୍ୟବସ୍ଥା କରିବା ପରେ ଭୁବନେଶ୍ୱରରୁ ଚେନ୍ନାଇକୁ ସ୍ବତନ୍ତ୍ର ବିମାନ ଯୋଗେ ଅମ୍ରିତଙ୍କୁ ଏୟାରଲିଫ୍ଟ କରା ଯାଇଥିଲା । ସେଠାରେ ଅମ୍ରିତଙ୍କ ଫୁସଫୁସ ପ୍ରତିରୋପଣ କରା ଯାଇପାରେ ବୋଲି ଜଣା ପଡ଼ିଛି । ତେବେ ଆପଣ ମଧ୍ୟ ଚାହିଁଲେ ତାଙ୍କୁ ସହାୟତା ର ହାତ ବଢ଼ାଇ ପାରିବେ । ଏଥିପାଇଁ ଆପଣ ଏହି ନମ୍ବର ରେ ଗୁଗଲ ପେ କିମ୍ବା ଫୋନ୍ ପେ କରି ପାରିବେ ।

Leave a Reply

Your email address will not be published. Required fields are marked *