ନାମର ପ୍ରଥମ ଅକ୍ଷରରୁ କେମିତି ଜାଣିବେ ନିଜର ରାଶି ? Name Astrology

ନାମର ପ୍ରଥମ ଅକ୍ଷରରୁ ଜାଣନ୍ତୁ କଣ ଅଟେ ଆପଣଙ୍କ ରାସୀ, ନାମର ପ୍ରଥମ ଅକ୍ଷରର ଆମ ଜୀବନ ଉପରେ ବହୁତ ମହତ୍ଵ ଥାଏ । ପୁରୁଣା ମାନ୍ୟତା ଅନୁସାରେ ବ୍ଯକ୍ତିର ଜନ୍ମ ସମୟରେ ଚନ୍ଦ୍ରମା ଯେଉଁ ରାଶିରେ ଥାଏ, ସେହି ରାସୀ ଅନୁସାରେ ନାମର ପ୍ରଥମ ଅକ୍ଷର ନିର୍ଧାରିତ କରାଯାଏ । ନାମର ପ୍ରଥମ ଅକ୍ଷର ସହ ରାଶି ଜଣାପଡିଥାଏ । ଆଜି ଆମେ ଆପଣଙ୍କୁ ନାମର ପ୍ରଥମ ଅକ୍ଷରରୁ କହିବୁ ଆପଣଙ୍କ ରାଶି ବିଷୟରେ ।

ମେଷ ରାଶି :- ଯଦି ଆପଣଙ୍କ ନାମର ଓଡିଆ ଭାଷାର ଚୁ, ଚୋ, ଲା, ଲି, ଲୁ, ଲେ, ଲୋ, ଅକ୍ଷରରୁ ଆରମ୍ଭ ହୋଇଥାଏ ତ ଆପଣଙ୍କ ରାଶି ମେଷ ରାଶି ହୋଇଥାଏ । ଏହି ଅକ୍ଷରରୁ ଆରମ୍ଭ ହୋଇଥିବା ନାମ ମାନଙ୍କର ମେଷ ରାଶି ହୋଇଥାଏ ।

ବୃଷ ରାଶି :- ଯଦି ଆପଣଙ୍କ ନାମ ଓଡିଆ ଭାଷାର ଇ, ଉ, ଏ, ଓ, ବା, ଅକ୍ଷରରୁ ଆରମ୍ଭ ହେଉଛିତ ଆପଣଙ୍କ ରାଶି ବୃଷବ ରାଶି ଅଟେ । ଏହି ଅକ୍ଷରରୁ ଆରମ୍ଭ ହେଉଥିବା ନାମ ବୃଷବ ରାଶିରେ ଆସେ ।

ମିଥୁନ ରାଶି :- ଯଦି ଆପଣଙ୍କ ନାମ ଓଡିଆ ଭାଷାର କା, କି, କୁ, ଘ, ଢ, ଛ, କେ, କୋ, ହାଅକ୍ଷରରୁ ଆରମ୍ଭ ହୋଇଥାଏ ଏହି ରାଶି ମିଥୁନ ରାଶି ହୋଇଥାଏ । ଏହି ଅକ୍ଷରରୁ ଆରମ୍ଭ ହେଉଥିବା ନାମ ମିଥୁନ ରାଶିରେ ଆସିଥାଏ ।

କର୍କଟ ରାଶି :- ଯଦି ଆପଣଙ୍କ ନାମ ଓଡିଆ ଭାଷାର ହି, ହୁ, ହୋ, ଡା, ଡି,ଡୁ, ଡେ, ଡୋ ଅକ୍ଷରରୁ ଆରମ୍ଭ ହୋଇଥାଏ ତ ଏହି ରାଶି କର୍କଟ ରାଶି ହୋଇଥାଏ । ଏହି ଅକ୍ଷରରେ ଆରମ୍ଭ ହେଉଥିବା ନାମ କର୍କଟ ରାଶିରେ ଆସିଥାଏ ।

ସିଂହ ରାଶି :- ଯଦି ଆପଣଙ୍କ ନାମ ଓଡିଆ ଭାଷାର ମା, ମି, ମୁ, ମେ, ମୋ, ଟା, ଟି, ଟୁ, ଟେ ଅକ୍ଷରରେ ଆରମ୍ଭ ହୋଇଥାଏ ତ ଆପଣଙ୍କ ରାଶି ସିଂହ ରାଶି ହୋଇଥାଏ । ଏହି ଅକ୍ଷରରେ ଆରମ୍ଭ ହେଉଥିବା ନାମ ସିଂହ ରାଶି ହୋଇଥାଏ ।

କନ୍ୟା ରାଶି :- ଯଦି ଆପଣଙ୍କ ନାମ ଓଡିଆ ଭାଷାର ଟେ, ପା, ପି,ଷ, ଣ, ଠ, ପେ, ପେ ଅକ୍ଷରରୁ ଆରମ୍ଭ ହୋଇଥାଏ ତ ଆପଣଙ୍କ ରାଶି କନ୍ୟା ରାଶି ହୋଇଥାଏ । ଏହି ଅକ୍ଷରରେ ଆରମ୍ଭ ହେଉଥିବା ନାମ କନ୍ୟା ରାଶିରେ ଆସିଥାଏ ।

ତୁଳା ରାଶି :- ଯଦି ଆପଣଙ୍କ ନାମ ଓଡିଆ ଭାଷାର ରା, ରି, ରୁ, ରେ, ରୋ, ତା, ତି, ତୁ, ତେ, ଅକ୍ଷରରୁ ଆରମ୍ଭ ହୋଇଥାଏ ତ ଆପଣଙ୍କ ରାଶି ତୁଳା ରାଶି ହୋଇଥାଏ ।

ବିଛା ରାଶି :- ଯଦି ଆପଣଙ୍କ ନାମ ଓଡିଆ ଭାଷାର ତୋ, ନା, ନି, ନେ, ନୋ, ୟା, ୟି, ୟୁ ଅକ୍ଷରରୁ ଆରମ୍ଭ ହୋଇଥାଏ ତ ଆପଣଙ୍କ ରାଶି ବିଛା ରାଶି ହୋଇଥାଏ । ଏହି ଅକ୍ଷରରେ ଆରମ୍ଭ ହେଉଥିବା ନାମ ବିଛା ରାଶିରେ ଆସିଥାଏ ।

ଧନୁ ରାଶି :- ଯଦି ଆପଣଙ୍କ ନାମ ଓଡିଆ ଭାଷାର ୟେ, ୟୋ, ଭା, ଭି, ଭୁ, ଧା, ଫା, ଢା, ଭେ, ଅକ୍ଷରରୁ ଆରମ୍ଭ ହେଉଥିବା ନାମ ଧନୁ ରାଶି  ହୋଇଥାଏ ।

ମକର ରାଶି :- ଯଦି ଆପଣଙ୍କ ନାମ ଓଡିଆ ଭାଷାର ଭେ, ଜା, ଜି, ଖି, ଖୁ, ଖେ, ଖୋ, ଗା, ଗି, ଅକ୍ଷରରୁ ଆରମ୍ଭ ହୋଇଥାଏ ତ ସେହି ରାଶି ମକର ରାଶି ହୋଇଥାଏ ।

କୁମ୍ଭ ରାଶି :- ଯଦି ଆପଣଙ୍କ ନାମ ଓଡିଆ ଭାଷାର ଗୁ, ଗେ, ଗୋ, ସା, ସି, ସୁ, ସେ, ସୋ, ଦା ଅକ୍ଷରରୁ ଆରମ୍ଭ ହୋଇଥାଏ ତ ଆପଣଙ୍କ ରାଶି କୁମ୍ଭ ରାଶି ହୋଇଥାଏ ।

ମୀନ ରାଶି :- ଯଦି ଆପଣଙ୍କ ନାମ ଓଡିଆ ଭାଷାର ଦ, ଚ, ଥ, ଝ ଅକ୍ଷରରୁ ଆରମ୍ଭ ହେଲେ ଆପଣଙ୍କ ରାଶି ମୀନ ରାଶି ହୋଇଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *