କରୋନାକୁ ମାତ ଦେବ କୋଇଲି ଶିକ୍ଷା- Malika Bachana

କହିଦେଉଛୁ କି ୬୦୦ ବର୍ଷ ତଳେ ମହାପୁରୁଷମାନେ ମାଳିକାର ରଚନା କରିଥିଲେ । ଯେଉଁଥିରେ ଭବିଷ୍ୟତ ବିଷୟରେ ଲେଖା ହୋଇଛି ଓ ଏଥିରେ ଲେଖା ହୋଇଥିବା ସମସ୍ତ କଥା ବି ଧୀରେ ଧୀରେ କରି ସବୁ ଦୃଶ୍ୟମାନ ମଧ୍ୟ ହେଉଛି । ଏମିତିରେ ଆଜି ଆମେ ପୁଣି ଥରେ ମାଳିକାର ଏକ ଅଧ୍ୟାୟରେ ବର୍ଣିତ ମହାପୁରୁଷଙ୍କ କିଛି ବାଣୀ ବିଷୟରେ କହିବୁ ।

ଅଭିରାମ ପରମହଂସ ଯେତେବେଳେ ବିଶ୍ଵରେ ମହାମାରୀ ଆସିବ ସେହି ସମୟରେ ଆପଣମାନେ କଣ କରିବେ ସେ ନିଜର ପୁସ୍ତକରେ କହିଛନ୍ତି । ଅଭିରାମ ପରମହଂସ କହିଲେ କି ମୋର ରଚିତ ଗଜେନ୍ଦ୍ର ଗୀତୀକୁ ପାଠ କରିବେ ଓ ଏହା ସହିତ କୋଇଲି ଶିକ୍ଷାକୁ ବି ପାଠ କରନ୍ତୁ । ଯାହାକୁ ବର୍ତ୍ତମାନ ନାରାୟଣ ସ୍ଵାମୀଙ୍କର ଭକ୍ତମାନେ ଘରେ ଘରେ ସେହି କୋଇଲି ଶିକ୍ଷାକୁ ପାଠ କରୁଛନ୍ତି । ଅଭିରାମ ପରମହଂସ ନିଜର ଭକ୍ତମାନଙ୍କୁ ବହୁତ ସୁନ୍ଦର ରୂପରେ ଏହା କହିଛନ୍ତି । ଅଭିରାମ ପରମହଂସ କହିକଛନ୍ତି,

ଅଭୟ ପଦେ ମୋ ଆରାମ । ତେଣୁ ମୋ ନାମ ଅଭିରାମ ॥

ସେହି ଅଭୟ ପଦରେ ଆରାମ କରିବା କରିବା ପାଇଁ ଭକ୍ତମାନେ ଠାକୁରକୁ ଧରିଛନ୍ତି । ସେହି ଅଭୟ ପଦ୍ମପାଦକୁ ଜାଣିବା ପାଇଁ ଠାକୁରକୁ ଗ୍ରହଣ କରିଛନ୍ତି । କିନ୍ତୁ ଆପଣ ସମସ୍ତ ବି କୋଇଲି ଶିକ୍ଷାର ମହତ୍ଵକୁ ଜାଣନ୍ତୁ । ଏମିତିରେ କୋଇଲି ଶିକ୍ଷା ପୁସ୍ତକରେ ବହୁତ ସୁନ୍ଦର ଭାବରେ ଲେଖା ହୋଇଛି

ଲୋ କୋଇଲି ସାଧୁ ସଂଘ ମୁକ୍ତିର କାରଣ

ସହଜ ସୂତ୍ରେ ମିଳନ୍ତି ସତ୍ୟନାରାୟଣ

ଲୋ କୋଇଲି ସାଧୁ ସଂଘ ମୁକ୍ତିର କାରଣ ।

ଅଭିରାମ ପରମହଂସ ସାଧୁ ସଂଘର ମହାତ୍ମା ବିଷୟରେ କହିଲେ । ଏହା ସହିତ ଅସାଧୁମାନଙ୍କର ସଂଘ ସବୁବେଳେ କୋଇଲା ଭଳି ହୋଇଥାଏ । ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି କୋଇଲା ଯେତେବେଳେ ଶୀତଳ ଥାଏ ତେବେ ଏହା କଳା କରିଦିଏ ଓ ଯେତେବେଳେ କୋଇଲା ଗରମ ହୋଇଯାଏ ତେବେ ତାହା ହାତ ନାଲି କରିଦିଏ । ସେଥିପାଇଁ ସବୁବେଳେ ଅସାଧୁ ସଂଘକୁ ବର୍ଜନ କରିବେ । କାରଣ ଅସାଧୁ ସଂଘ ସବୁବେଳେ କୋଇଲା ଭଳି ହୋଇଥାଏ ।

ଏହି କଥାକୁ ସବୁବେଳେ ମନେ ରଖନ୍ତୁ । ଏହା ସହିତ ଭଗବାନଙ୍କ ଭକ୍ତିରେ ରୁହନ୍ତୁ । କହିବାକୁ ଗଲେ ମହାପୁରୁଷ ଅଭିରାମ ପରମହଂସଙ୍କ ଏହିଭଳି କିଛି ମତ ଥିଲା ଯାହାକୁ ସେ ସମସ୍ତଙ୍କ ସହ ବାଣ୍ଟିବାକୁ ଚାହୁଁଥିଲେ । ଏମିତିରେ ଏହି ମହାମାରୀ ସମୟରେ ଚିନ୍ତା କରନ୍ତୁ ନାହିଁ । କେବଳ ଭଗବାନଙ୍କ ଉପରେ ବିଶ୍ଵାସ ରଖନ୍ତୁ । କାରଣ ଯେତେବେଳେ ବିଜ୍ଞାନ ଫେଲ ହୋଇଯାଏ ସେହି ସମୟରେ ଭଗବାନ ହିଁ ଏକମାତ୍ର ଉପାୟ ଅଟନ୍ତି । ଖରାପ ଜିନିଷ ଓ କଥାକୁ ଛାଡି ଦିଅନ୍ତୁ ସବୁବେଳେ କିଛି ଭଳି ଜିନିଷକୁ ଧରିବାକୁ ଚେଷ୍ଟା କରନ୍ତୁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *