କାରୋନା ପାଇଁ ମୁଖ୍ୟମନ୍ତ୍ରୀ କେଜ୍ରିବାଲଙ୍କ ବଡ ଘୋଷଣା, ଦିଲ୍ଲୀରେ ଆବଶ୍ୟକ ସାମଗ୍ରୀର ବିତରଣ ପାଇଁ ଲାଗୁ ହେବ ଇ-ପାସ୍

୨୧ ଦିନର ଲକଡାଉନ ସମୟରେ ଦିଲ୍ଲୀରେ ଜରୁରୀ ସାମଗ୍ରୀର ବିତରଣରେ କୌଣସି ଅସୁବିଧା ହେବ ନାହିଁ ବୋଲି ଦିଲ୍ଲୀର ମୁଖ୍ୟମନ୍ତ୍ରୀ କେଜ୍ରିବାଲ ନିଜେ ଘୋଷଣା କରିଛନ୍ତି । ଦିଲ୍ଲୀରେ ଅତ୍ୟାବଶ୍ୟକ ସାମଗ୍ରୀର ବିତରଣ ପାଇଁ ଦିଲ୍ଲୀରେ ଇ-ପାସ ଲାଗୁ କରାଯିବ ବୋଲି ସେ ଘୋଷଣା କରିଛନ୍ତି । ଏହା ସହ ସେ କହିଛନ୍ତି ଯେ ପରିବା ବିକ୍ରେତା ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀର ଦୋକାନ ଚଲାଉଥିବା ଲୋକଙ୍କ ପାଇଁ ମଧ୍ୟ ଇ-ପାସ ଲାଗୁ କରାଯିବ । ଏହା ଫଳରେ ଜନତା ସହଜରେ ଏହି ସବୁ ଜିନିଷ ପାଇପାରିବେ ।

ଅରବିନ୍ଦ କେଜ୍ରିବାଲଙ୍କର କିଛି ଗୁରୁତ୍ବପୂର୍ଣ ବାକ୍ୟ :-

·         ନିୟମିତ ଜୀବନ ଜାପନ ପାଇଁ ଆବଶ୍ୟକ ସାମଗ୍ରୀ ନିହାତି ଦରକାର, ଏସବୁ ଜିନିଷର ବ୍ୟବସ୍ଥା କରାଯିବ ।

·         ଔଷଧ ବିତରଣରେ ବାଧା ଉପୁଜିବ ନାହିଁ । ଏଥି ପାଇଁ ଇ-ପାସର ବ୍ୟବସ୍ଥା କରାଯିବ ।

·         ଦୋକାନ ଗୁଡିକରେ ଭିଡ ଜମାନ୍ତୁ ନାହିଁ ।

·         ରାସ୍ତାକୁ ବାହାରନ୍ତୁ ନାହିଁ, ଏହା ଦ୍ଵାରା ଲକଡାଉନର ଲକ୍ଷ ପୂରଣ ହେଇ ପାରିବ ।

 

·         ଗୁଜବ ଉପରେ ବିଶ୍ଵାସ କରନ୍ତୁ ନାହିଁ ।

·         ଯେଉଁମାନଙ୍କ ପାଖରେ ଆଇ କାର୍ଡ ନାହିଁ ସେମାନଙ୍କ ପାଇଁ ଇ-ପାସର ବ୍ୟବସ୍ଥା କରାଯିବ ।

·         ଇ-ପାସ ପାଇଁ ହେଲ୍ପ ଲାଇନ ନମ୍ବର ଲାଗୁ ହେବ ।

·         ଯଦି ପୋଲିସ ପାଇଁ ଆପଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେବେ ହେଲ୍ପ ଲାଇନରେ ଯୋଗାଯୋଗ କରନ୍ତୁ ।

·         ବିନା କାରଣରେ ଘରୁ ବାହାରକୁ ଯାଆନ୍ତୁ ନାହିଁ ।

·         ଡରିବାର ଆବଶ୍ୟକତା ନାହିଁ ।

ମୁଖ୍ୟମନ୍ତ୍ରୀ କେଜ୍ରିବାଲ ଦିଲ୍ଲୀର ଜନତାଙ୍କୁ ଅନୁରୋଧ କରିଛନ୍ତି ଯେ କରୋନା ଭୂତାଣୁର ମୁକାବିଲା ସମସ୍ତେ ମିଳିମିଶି କରନ୍ତୁ । ଜନକଲ୍ୟାଣ ପାଇଁ ସରକାର ନେଇଥିବା ପଦକ୍ଷେପକୁ ଅନୁସରଣ କରନ୍ତୁ । ଲକଡାଉନର ବିଶେସ୍ଵତକୁ ବୁଝାନ୍ତୁ ଏବଂ ନିଜର ଗୃହରେ ସୁରକ୍ଷିତ ରୁହନ୍ତୁ । ଦିଲ୍ଲୀରେ ସୋମବାର ଠାରୁ ଲକଡାଉନ ହେଇ ସାରିଥିବା ବେଳେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ପୂର୍ଣ ଦେଶରେ ୨୧ ଦିନ ପର୍ଯ୍ୟନ୍ତ ଲକଡାଉନ କରିଛନ୍ତି । ଭାରତ ସରକାରଙ୍କ ଏହି ପଦକ୍ଷେପକୁ କେଜ୍ରିବାଲ ସମର୍ଥନ କରିବାସହ ଦିଲ୍ଲୀ ଜନତାଙ୍କୁ ମଧ୍ୟ ଏହି ନିୟମକୁ ପାଳନ କରିବା ପାଇଁ ଅନୁରୋଧ କରିଛନ୍ତି ।

ତେବେ ଆମ ରାଜ୍ୟରେ ମଧ୍ୟ ସମସ୍ତ ଜନତାଙ୍କୁ ଆମର ଅନୁରୋଧ ଏହି ଲକ୍ ଡାଉନ୍ ପାଳନ କରନ୍ତୁ, ନିଜ ଘରେ ରୁହନ୍ତୁ ଓ ନିଜ ସହ ନିଜ ପରିବାର ଲୋକଙ୍କର ଯତ୍ନ ନିଅନ୍ତୁ । ଘର ବାହାରକୁ ବାହାରନ୍ତୁ ନାହିଁ ନଚେତ କାହାଠୁ କେମିତି ଆପଣ ସଂକ୍ରମିତ ହେବେ ଏହା ଆପଣ ଜାଣିବି ପାରିବେନି ।

Leave a Reply

Your email address will not be published. Required fields are marked *