ଚର୍ଚ୍ଚା ରେ ଟିକେଟ ଚେକର ରୋଜାଲିନ ଆରୋକିଆ ମେରି । ବିନା ଯାତ୍ରାରେ ଟିକେଟ କରୁଥିଲେ ସାବଧାନ । 1 କୋଟି ଟଙ୍କା ଜୋରିମାନା ଆଦାୟ କଲେଣି ରୋଜାଲିନ । ହଁ ଦର୍ଶକ ବନ୍ଧୁ ଭାରତୀୟ ରେଳ ଆଜିକାଲି ସମସ୍ତେ ପ୍ରାୟ ରେଳ ରେ ଯାତ୍ରା କରିବାକୁ ପସନ୍ଦ କରନ୍ତି । ଅଳ୍ପ ଟଙ୍କା ଆରାମ ଦାୟକ ସୁବିଧା ପାଇଁ ଯାତ୍ରୀଙ୍କର ପସନ୍ଦ ଅଟେ ।
ଅନେକ ସମୟରେ ଆମେ ଟ୍ରେନରେ ଯାତ୍ରା କରିବା ସମୟରେ ଅନେକ ଯାତ୍ରୀ ଟିକେଟ କରନ୍ତି ନାହି । ଅର୍ଥାତ ବିନା ଟିକେଟରେ ଯାତ୍ରା କରନ୍ତି ହଜାର ହଜାର ଯାତ୍ରୀ । ହେଲେ ଟିକେଟ ନ କରି ଟ୍ରେନରେ ଚଢୁଥିବା ଲୋକଙ୍କୁ ସାବାଡ କରିଛନ୍ତି ଟିକେଟ ଚେକର ରୋଜାଲିନ ଆରୋକିଆ । ପାଖା ପାଖି ସେ 1 କୋଟି ଟଙ୍କା ଜୋରିମାନା ଆକାରରେ ଆଦାୟ କରିଛନ୍ତି ।
ରୋଜାଲିନ ଆରୋକିଆ ମେରି ଦକ୍ଷିଣ ରେଳ ବାହୀ ରେ ମୁଖ୍ୟ ଟିକେଟ ଇନ୍ସ୍ପେକ୍ଟର କାର୍ଯ୍ୟ ରତ ଅଛନ୍ତି । ବର୍ତ୍ତମାନ 1 କୋଟି ତାଙ୍କ ଜୋରିମାନା ସଂଗ୍ରହ କରିଥିବା ରେଳ ବାହୀ ର ପ୍ରଥମ ଟିକେଟ ଚେକର ଭାବେ ସେ ବେସ ଜଣାଶୁଣା ଅଟନ୍ତି । ରେଳ ମନ୍ତ୍ରାଳୟ ର ଅଫିଶ୍ୟାଳି ଟ୍ବିଟର ଆକାଉଣ୍ଟ ରେ ମେରି ଙ୍କ କିଛି ଫୋଟୋ ସେୟାର କରା ଯାଇଛି ।
ଯେଉଁ ସମୟ ରେ ସେ ଯାତ୍ରୀ ଙ୍କ ଟିକେଟ ଯାଞ୍ଚ କରିବା ସହ ଜୋରିମାନା ମଧ୍ୟ ଆଦାୟ କରୁଥିବା ଦେଖିବାକୁ ମିଳିଛି । ରେଳ ମନ୍ତ୍ରାଳୟ ପକ୍ଷରୁ ରୋଜାଲିନ ଙ୍କ ଫୋଟୋ ଟ୍ବିଟ କରାଯାଇ କ୍ୟାପ୍ସନ ରେ ଲେଖା ଯାଇଛି ଯେ ସଂପୂର୍ଣ୍ଣ ନିଷ୍ଠା ର ସହ ନିଜର କାର୍ଯ୍ୟ କରୁଛନ୍ତି ରୋଜାଲିନ । ବିନା ଟିକେଟ ରେ ଯାତ୍ରା କରୁଥିବା ରେଳ ଯାତ୍ରୀ ଙ୍କ ଠାରୁ 1.03 କୋଟି ଟଙ୍କା ଜୋରିମାନା ଆକାର ରେ ସେ ଆଦାୟ କରିହନ୍ତି ।
ଦର୍ଶକ ବନ୍ଧୁ ଅନେକ ସମୟରେ ଭାରତୀୟ ରେଳ ବିଭାଗକୁ ନେଇ ଜୋର୍ଦାର ଚର୍ଚ୍ଚା ହୁଏ । ଏମିତି କି ଦୁନିଆର ସର୍ବାଧିକ ଯାତରା ଖାଲି ରେଳ ରେ ହୁଏ ବୋଲି କୁହାଯାଏ । ପୁର୍ବରୁ ରେଳ ବିଭାଗ ଲାଗି ସ୍ଵତନ୍ତ୍ର ବଜେଟ ବି ପ୍ରସ୍ତୁତ ହୋଇଥିଲା । ହେଲେ ଟ୍ରେନରେ ଯାତ୍ରା ପାଇଁ ଟିକେଟ ଅନେକ ଲୋକ କରନ୍ତି ନାହି । ତେଣୁ ସେମାନଙ୍କୁ ସାବାଡ କରିବାକୁ ରୋଜାଲିନ ପ୍ରଣ କରିଛନ୍ତି । ଆଉ ବୁଲି ବୁଲି ଟିକେଟ ଚେକ କରିବା ସହ ଜୋରିମାନା ବି ଆଦାୟ କରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।