କୌଣସି ବ୍ୟକ୍ତି ଆପଣଙ୍କର ଅପମାନ କାହିଁକି କରେ- Krishna Vani

ମନୁଷ୍ୟ ଅନ୍ୟକୁ ଅପମାନ କରିବାକୁ ଚାହେଁ,ଏହା ଏକ  ଆସୁରିକ ପ୍ରବୃତି ,ଯାହା ମନୁଷ୍ୟକୁ ଏକ ଉର୍ନତିର ଶିଖରକୁ ପହଞ୍ଚାଇବାରେ ପୂର୍ଣ ଅସହଯୋଗ କରିଥାଏ । ବାସ୍ତବରରେ ଏହା ମନୁଷ୍ୟର ଅହଂ ଭାବପ୍ରକାଶର ଏକ ମାଧ୍ୟମ । ବିନକାରଣରେ ବ୍ୟକ୍ତି ଅନ୍ୟକୁ ଅପମାନ କରିଥାଏ କାରଣ ନିଜକୁ ଅନ୍ୟଠାରୁ ଗୁଣବାନ, ବୁଦ୍ଧିମାନ ଓ ଶକ୍ତିମାନରୂପେ ପ୍ରକାଶ କରିବାପାଇ । ପତି  ନିଜ ପତ୍ନୀର ,ପିତା ନିଜ ସନ୍ତାନର ,ମାଲିକ ନିଜ ଚାକରର ଅପମାନ କରିଥାଏ ଅର୍ଥାତ ବଳବାନ ନିର୍ବଳର ଅପମାନ କରିଥାଏ ।

ଯଦି ଆମେ ଶକ୍ତିମାନ  ତେବେ ଆମେ ଅପମାନ ବଦଳରେ ଯୁଧ୍ୟ କରେ ,ଯଦି ଶକ୍ତିମାନ ନୁହଁ ତେବେ ଅପମାନ ସହିଜାଉ । ନିଜକୁ ନିର୍ବଳ ଓ ଅସହାୟ ମାନିନେଉ । ଆମକୁ ଅପମାନିତ କରିଥିବା ବ୍ୟକ୍ତିଠାରୁ ନିଜକୁ ଛୋଟ ବୋଲି ମାନିଯାଉ।

ଏପରିବି ଅନୁଭବ ହୁଏ ଯେପରି ଆମ ଆତ୍ମା କିଏ କୁଚଳି ଦେଇଛି ,କିନ୍ତୁ କିଏ କାହାକୁ କାହିଁକି ଅପମାନିତକରେ ?ଆମେ ବିଚାର କରୁଥିଲେ ମନୁଷ୍ୟ ଯେତେବେଳେ ଅପମାନିଟହୁଏ ସେତେବେଳେ ନିଜକୁ ଅସହାୟ ମଣିନିଏ ଯାହା ବାସ୍ତବରେ ନୁହେଁ ଏବଂ ସେ ନିଜେ ତାର ବାସ୍ତବ କର୍ତବ୍ୟ କ’ଣ ହେବା ଉଚିତ ତାହା ବୁଝିବାପାଇ ଅଜ୍ଞାନତାର ବଶୀଭୂତ ହୋଇ ପ୍ରତିଶୋଧପରାୟନ ହୋଇଯାଏ କିମ୍ବା ନିଜକୁ ନିଜର ସାମର୍ଥ୍ୟ ନଥିଲେ ନିଜକୁ ଅପମାନିତ ସହିନେବାର ଧର୍ଜ୍ୟ ଆପଣେଇନିଏ ।

ତାହା ନିଜର ଅସହାୟତାବୋଲି ସେ ଧରିନିଏ । ଏହି ଭାବନାଟୀ ତାର ସମ୍ପୂର୍ଣ ଅମାୟିକ ଯାହା ତାକୁ ଧିରେଧିରେ ନିର୍ବଳ କରିଦିଏ ,ଅତ୍ୟାଚାର ସହିବାର ଗୋଟାଏ ଅଭ୍ୟାସରେ ପଡିଯାଏ । ଆତ୍ମବିଶ୍ଵାସର ସର୍ବନାଶ ହୋଇଯାଏ। ଆତ୍ମବିଶ୍ଵାସ ହରାଇବାଯୋଗୁ ତାର ମନର ଭୟ ଅଧିକରୁ ଅଧିକ ବଢିଚାଲେ । ସେଥିରୁ ନିଜକୁ ବଞ୍ଚାଇବାପାଇ ଜୁଆ,ନିଶା ରେ ନିଜକୁ ବୁଡାଇରଖିବାକୁ ଚେଷ୍ଟାକରେଏବଂ ସେହି ଦୂଷକରମରେ ନିଜକୁ ବୁଡାଇରଖେ କାରଣ ସେ ତାଭିତରେ ସୁଖପାଇବା ଆଶାରେ ,ଯାହା ତାକୁ ରସାତଳ କୁ ନେଇଯାଇ ତାର ସର୍ବନାଶ କରିଦିଏ ।

ସତରେ ଏପରି ଦୁର୍ଗତି କାହିଁକି କିଏ କରିଥାଏ?ଅପମାନ କରିଥିବା ବ୍ୟକ୍ତି ବାସ୍ତବରେ କଅଣ ପ୍ରମାଣିତ କରିବାକୁ ଚାହେଁ ?କେବେ ଗମ୍ଭୀର ଓ ଗଭୀର ଭାବରେ ବିଚାର କରିବା ହେଇଛି ? ବାସ୍ତବରେ ଆମେ କାହାକୁ ଅପମାନିତକରିଥାଏ ତାର ନିର୍ବଳତା ସିଦ୍ଧ କରିବାପାଇଁ , ଏ ବତାଇବାପାଇ ଯେ ସେ ତାଠାରୁ ଶକ୍ତିମାନ । ଅର୍ଥାତ ବାସ୍ତବରେ ଅପମାନ କରିବାବାଲା ନିଜେ ନିଜର ଶକ୍ତିରେ ଆଶ୍ଵସ୍ତ ନୁହେଁ ନୁହେଁ। ଅପମାନ କରିବାବ୍ୟକ୍ତି ନିଜେ ନିଜର ଶକ୍ତିଉପରେ ଭରଷା ରଖିପାରେନାହି ।

ଅନ୍ୟକୁ ଅପମାନଦେଇ ନିଜର ଶକ୍ତି ଉପରେ ବିଶ୍ବାସ ପାଇବାପାଇ ଚେଷ୍ଟା କରେ। କଅଣ ଏଇଟା ସତ ନୁହେଁ କି ?ଯେ ଯେତେବେଳେ ଆମେ କାହାକୁ ଅପମାନ କରୁଛେ ତ ବାସ୍ତବରେ ଏଇଟା ହିଁ ପ୍ରକାଶ କରିବାକୁ ଚାହେଁ ଆମର ନିଜ ବଳ ଉପରେ ଭରଷା ନାହିଁ । ଆମକୁ ଏ ସଂସାର ଅବିରତ ସଂଘର୍ଷ ପ୍ରତୀତ ହୁଏ ,କେବେବି ନଅଟକିବାଭଳି ଯୁଧ୍ୟ ଭଳି ପ୍ରତୀତ ହୁଏ । ଆମେ ଆମ ନିକଟକୁ ଆସୁଥିବା ସମସ୍ତଙ୍କୁ ପ୍ରତିଦ୍ୱୋନ୍ଦ୍ନୀ ମଣିନିଏ  ,ପତି କିମ୍ବା  ପତ୍ନୀ ହୁଅନ୍ତୁନା କାହିଁ ।

ଆମକୁ ସର୍ବଦା ଲାଗେ ଆମକୁ ଆମର ଶକ୍ତି ସିଦ୍ଧ କରିବାକୁ ପଡିବ ଅନ୍ୟଥା ସବୁସମୟରେ ଶୋଷଣ ହେବାକୁ ପଡିବ ।  ଆମେ କାହାର ଗୁଲାମ ହେଇଯିବା କିନ୍ତୁ ଆମେ କେବେ ବିଚାର କରିଛେ ଅନ୍ୟକୁ ପ୍ରତିଦୋନ୍ଦି କିମ୍ବା ଶତ୍ରୁ ମାନିନେବା ପରିବର୍ତେଆମକୁ ସହାୟତା କରିବାବାଲା  ମିତ୍ର କିମ୍ବା ସହଯୋଗୀ ମାନୀନିଏ ,ଅର୍ଥାତ ଅନ୍ୟକୁ ପ୍ରେମ କରିବା ତେବେ ତାହାର ଅପମାନ କରିବା ଆବଶ୍ୟକ ପଡିନଥାଏ । କିନ୍ତୁ ପ୍ରେମ କରିବାପାଇ ଆତ୍ମବିଶ୍ଵାସ ଆବଶ୍ୟକ ପଡେ ।

ଯାହାର ନିଜ ଶକ୍ତି ଉପରେ ବିଶ୍ବାସ ନାହିଂ ସେ ପ୍ରେମ କରିପାରିବନାହିଂ ଅର୍ଥାତ ଯାହାର ହୃଦୟ ଆତ୍ମବିଶ୍ଵାସରେ ଭରା ନା ସେ ଅପମାନ କରେ ନା ସେ ଅପମାନକୁ ସ୍ଵୀକାର କରେ । ଏଇଟା କଅଣ ସତ୍ୟ ନୁହେଁ ?ଏ ସମ୍ବାଦକୁ ଆପଣମାନେ ଅବଶ୍ୟ ବିଚାର କରିବେ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *