କୌଣସି ଗୁରୁବାର ଦିନ କରନ୍ତୁ କଦଳୀର ଏହି ଉପାୟ, ତ ପରେ ଦେଖନ୍ତୁ କେମିତି ହେଉଛି ବ୍ୟାପାର, ଚାକିରିରେ ଉନ୍ନତି ଓ ଧନର ବର୍ଷା

ଆପଣ ମାନେ ଜାଣିଥିବେ ଦେବ ଗୁରୁଙ୍କର ପ୍ରିୟ ଦିନ ହେଉଛି ଗୁରୁବାର । ଏହି ଗୁରୁବାର ଦିନ କଦଳୀର ବ୍ୟବହାର କରିବା ଚମତ୍କାରୀ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ଗୁରୁବାର ଦିନ କଦଳୀ ଦ୍ଵାରା କେଉଁ ଉପାୟ କରିଲେ ଧନ ପ୍ରାପ୍ତ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ । ଯଦି ଦାମ୍ପତ୍ୟ ଜୀବନରେ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ କଳହ ଲାଗି ରାହୁଥାଏ ତେବେ କଦଳୀର ସେବନ କରିବା ଅନୁଚିତ ଅଟେ । ଏହା ଦ୍ଵାରା ଦାଂପତ୍ଯ ଜୀବନରେ କିଛି ସୁଧାର ଆସିପାରେ । ଯଦି ଆପଣ ଗୁରୁବାର ଦିନ ବ୍ରତ କରିଛନ୍ତି ତେବେ ମଧ୍ୟ କଦଳି ଖାଇବା ଅନୁଚିତ ।

ବୈବାହିକ ଜୀବନ ଓ ଭାଗ୍ୟ ର ସ୍ଵାମୀ ହେଉଛନ୍ତି ଦେବଗୁରୁ ବୃହସ୍ପତି । ମାନ୍ୟତା ରହିଛି ଗୁରୁବାର ଦିନ ଅଜଣା ବ୍ୟକ୍ତିଙ୍କ ଠାରୁ କଦଳୀ ଗ୍ରହଣ କରିବା ଅନୁଚିତ । ଏହା ଛଡା ହଳଦିଆ ବସ୍ତ୍ର ମଧ୍ୟ କାହା ଠାରୁ ଗ୍ରହଣ କରିବା ଅନୁଚିତ ।

କିଛି ଲୋକ ମାନେ ଏମିତି ଅଛନ୍ତି ଯେଉଁ ମାନେ ନିଜ ଘରୁ ଜିନିଷ ସରିଗଲେ ଅନ୍ୟ ଠାରୁ ଆଣିଥାନ୍ତି । କିନ୍ତୁ ଗୁରୁବାର ଦିନ ଅନ୍ୟ ଠାରୁ ହଳଦୀ ଆଣିବା ବା ଦାନ କରିବା ଅନୁଚିତ । ଯଦି ଆପଣ ବ୍ୟବସାୟୀ ବା ଚାକରି କ୍ଷେତ୍ର ରେ ଅଛନ୍ତି ତେବେ ଗୁରୁବାର ଦିନ କେଉଁ ଉପାୟ କରିଲେ ଧନ ବର୍ଷା ହୋଇଥାଏ ଆସନ୍ତୁ ଜାଣିବା ।

ଗୁରୁବାର ଦିନ ସକାଳେ ସ୍ନାନ କରିବା ପରେ ଦୁଇଟି ଯୋଡା ଥିବା କଦଳୀ ନେଇ ଗୋଟିକରେ କୁଙ୍କୁମ ରେ ସ୍ଵସ୍ତିକ ଚିହ୍ନ କରନ୍ତୁ । ଅନ୍ୟ ଏକ କଦଳୀରେ ନିଜ ନାଁ ଲେଖନ୍ତୁ । ଏହା ପରେ ପୂଜା ଘରେ ଦୀପ ଜଳାନ୍ତୁ । ଏହି ଦୀପରେ ଦୁଇ ଟି ଲବଙ୍ଗ ପକାନ୍ତୁ ଯେପରି ଲବଙ୍ଗ ଜଳିବ ନାହାଇ । ଏହା ପରେ ଭଗବାନ ବିଶୁଣୁ ଙ୍କ ନାମ ସ୍ମରଣ କରି ଓମ ନମହ ଭଗବତେ ବାସୁଦେବାୟ ମନ୍ତ୍ର ଜପ କରନ୍ତୁ । ଏହା ପରେ ନିଜର ମନସ୍କାମନା ମାନେ ପକାଇ କଳଦୀ ଦୁଇ ଟି ପୂଜା ଘରେ ରଖି ଦିଅନ୍ତୁ । ଏହା ପରେ ଶୁକ୍ରବାର ଦିନ କଦଳୀ ଦୁଇଟିକୁ ଉଠାଇ ନିଜ ଉପରେ ସାତ ଥର ବୁଲାଇ ଦିଅନ୍ତୁ ।

ଏହା ପରେ ଦୁଇ ଟି କଦଳୀ କୁ ଅଲଗା କରନ୍ତୁ । ଯେଉଁ କଦଳୀ ରେ ସ୍ଵସ୍ତିକ ଚିହ୍ନ କରିଥିବେ ସେହି କଦଳୀ କୁ ଗାଈ କୁ ଖାଇବାକୁ ଦିଅନ୍ତୁ । ଦିତୀୟ କଦଳୀ ଯେଉଁଥିରେ ଆପଣଙ୍କ ନାମ ଲେଖାଥିବ ତାହାକୁ ପ୍ରସାଦ ଭାବେ ସେବନ କରନ୍ତୁ । ଏପରି କରିବା ଦ୍ଵାରା ଆପଣଙ୍କର ସବୁ ମନସ୍କାମନା ପୁରା ହେବା ସହ ଧନ ବୃଦ୍ଧି ହେବାରେ ଲାଗିବ । ଏହା ସହ ଘରେ ସୁଖ ସମୃଦ୍ଧିର ଆଗମନ ହେବ । ଏହି ଉପାୟ କୁ ୫ଟି ଗୁରୁବାର କରନ୍ତୁ । ଆପଣ ଦେଖିବେ ଏହାର ଭଲ ଫଳ ଆପଣଙ୍କୁ ମିଳିବ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *