“ରଜ କୁଇନ” 2021ର ବିଜେତା Krishna Sahooଙ୍କ Family ଆଲବମ

ଟେଲିଭିଜନ ଜଗତରେ ଅନେକ ସିରିଏଲ ଓ ରିୟାଲିଟି ସୋ ପ୍ରସାରିତ ହେଉଛି । ଏହି ସବୁ ସିରିଏଲ ଓ ରିୟାଲିଟି ସୋ ଗୁଡିକରେ ଅନେକ କଳାକାର ମାନେ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟକୁ ଜିଣି ପାରୁଛନ୍ତି । ତେବେ ବିଶେଷ କରି ରିୟାଲିଟି ସୋ ଏମିତି କିଛି ରହିଛି ଯେଉଁ ଥିରେ ଓଡିଶା ମାଟିର ଝିଅ ମାନେ ଭାଗ ନେଇ ଏହି ସବୁ ସୋ ଗୁଡିକୁ ଜିତୁଛନ୍ତି ।

ତେବେ ସେହି ସବୁ ସୋ ଗୁଡିକ ମଧ୍ୟରୁ “ରଜ କୁଇନ” ରିୟାଲିଟି ସୋ ଅନ୍ୟତମ ଅଟେ । ଏହି ସୋ ରେ ଅନେକ ଝିଅ ମାନେ ଭାଗ ନେଇ ବିଜେତା ହେଉଛନ୍ତି ଯାହାକୁ ପୁରା ଓଡିଶାବାସୀ ଦେଖୁଛନ୍ତି । ଆଜି ଆମେ ଆପଣ ମାନଙ୍କୁ ୨୦୨୧ “ରଜ କୁଇନ’ର ବିଜେତା କ୍ରୀଷ୍ଣା ସାହୁଙ୍କ ପରିବାର ବିଷୟରେ କହିବାକୁ ଯାଉଛୁ । ଓଡିଶାର ନମ୍ବର ୱାନ ଜି ସାର୍ଥକ ଚ୍ଯାନେଲ ରେ ପ୍ରସାରିତ ହେଉଥିବା ରିୟାଲିଟି ସୋ “ରଜ କୁଇନ” ଆପଣ ମାନେ ନିଶ୍ଚୟ ଦେଖୁଥିବେ ।

ଏହି ସୋ ପ୍ରତିବର୍ଷ ପ୍ରସାରିତ ହେଉଛି ନୂଆ ନୂଆ ଜଜ ମାନଙ୍କ ସହ ନୂଆ ପ୍ରତିଯୋଗୀ ମାନଙ୍କୁ ନେଇ । ତେବେ ୨୦୨୧ର “ରଜ କୁଇନ” ପ୍ରତିଯୋଗୀତାରେ ଦେବାଶିଷ, ଅର୍ଦ୍ଧେନ୍ଧୁ, ପ୍ରିୟା ଓ ଶୀତଳ ପ୍ରମୂଖ ବିଚାରକ ଭାବେ ଯୋଗ ଦେଇଥିଲେ । ଏହି ପ୍ରତିଯୋଗୀତାରେ କ୍ରୀଷ୍ଣା ସାହୁ ଯିଏ ବ୍ଯାଂଲୋରରେ ସଫ୍ଟୱୟାର ଇଞ୍ଜିନିୟର ଭାବେ କାମ କରି ସେ ଲକ ଡାଉନ ସମୟରେ ଘରେ ଥିବାରୁ “ରଜ କୁଇନ”ରେ ଭାଗ ନେଇ ନିଜର ସ୍ଵପ୍ନକୁ ପୁରା କରିଛନ୍ତି ।

କ୍ରୀଷ୍ଣା “ରଜ କୁଇନ”ର ବିଜେତା ହେବା ପଛରେ ତାଙ୍କ ଅଜା, ଆଈ ଓ ପରିବାରର ପ୍ରେରଣା ରହିଛି ବୋଲି କହିଛନ୍ତି । ସେ ଗ୍ରାଣ୍ଡ ଫାଇନାଲରେ ବିଜେତା ହୋଇଛନ୍ତି । ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଅଞ୍ଚଳରେ ସମାଜସେବୀ ତଥା ବିଶିଷ୍ଟ ବ୍ୟବସାୟୀ ହରିହର ସାହୁଙ୍କର ନାତୁଣୀ ହେଉଛନ୍ତି କ୍ରୀଷ୍ଣା । ତାଙ୍କ ବାପା ଗଙ୍ଗାଧର ସାହୁ ଜଣେ ମେଜର ଅଟନ୍ତି । କ୍ରୀଷ୍ଣାଙ୍କ ମାଙ୍କ ନାଁ ହେଉଛି ଅମିତା ସାହୁ । କ୍ରୀଷ୍ଣା “ରଜ କୁଇନ”ରେ ଓଡିଆ ସଂସ୍କୃତି ଓ ପରମ୍ପରାକୁ ନେଇ ଗୀତ, ଡ୍ୟାନ୍ସ ଓ ଅଭିନୟ ମାଧ୍ୟମରେ ଉପସ୍ଥାପନ କରି ଚମତ୍କାର ପ୍ରଦର୍ଶନ କରିଥିଲେ ।

ଓଡିଶାର ବଛା ବଛା ପ୍ରତିଯୋଗୀ ଏହି ସୋରେ ଭାଗ ନେଇଥିଲେ ମଧ୍ୟ କ୍ରୀଷ୍ଣାଙ୍କୁ ବିଜୟିନୀ ଭାବେ ଘୋଷଣା କରା ଯାଇଅଛି । ତାଙ୍କୁ ସ୍ଟେଜରେ ୫୦,୦୦୦ ତାଙ୍କର କୁପନ ମିଳିଛି । ସେ ଦେଖିବାକୁ ସୁନ୍ଦର ହେବା ସହ ଷ୍ଟାଇଲିସ ଅଟନ୍ତି । କ୍ରୀଷ୍ଣା ଏତେ ସୁନ୍ଦର ଡ୍ୟାନ୍ସ ଓ ଅଭିନୟ କରିଥିଲେ ଏହି ସୋରେ ଯାହା ପାଇଁ ଦର୍ଶକ ମାନେ ଖୁବ ପ୍ରଶଂସା କରିଥିଲେ । କ୍ରୀଷ୍ଣାଙ୍କର ଜବରଦସ୍ତ ଡ୍ୟାନ୍ସ ପାଇଁ ଜଜ ମାନେ ତାଙ୍କୁ ପୁରସ୍କୃତ କରିଥିବାର ଏହି ସୋ ରେ ନଜର ଆସିଥିଲା । ସେ ମଡେଲିଙ୍ଗ ଓ ଅଭିନୟ କରିବାରେ ଅଧିକ ଆଗ୍ରହୀ ହୁଅନ୍ତି । ଏହା ସହ ସେ ଜଣେ ସଫ୍ଟୱୟାର ଇଞ୍ଜିନିୟର ଅଟନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ “ରଜ କୁଇନ”ର ବିଜେତା କ୍ରୀଷ୍ଣା ସାହୁଙ୍କ ପର୍ଫୋମାଂସ କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *