ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ଭଗବାନ କୃଷ୍ଣ ଗୀତା ଦ୍ୱାରା ମଣିଷ ଜୀବନକୁ ଏମିତି କିଛି ଅର୍ଥ ଦେଇ ଯାଇଛନ୍ତି ଯାହା ଦ୍ଵାରା ମଣିଷ ଆଜିବି ବହୁତ୍ କିଛି ଶିଖିବାକୁ ପାଇଥାଏ । ତେବେ ଜିବନ ଯେଉଁ ପର୍ଯ୍ୟନ୍ତ ଅଛି ମଣିଷ ସବୁ ଦିନ କିଛି ନା କିଛି ଶିଖିବାକୁ ପାଇଥାଏ ତେବେ ସେ ନିଜ ଭୁଲ ଦ୍ୱାରା ସିଖିଥାଉ ବା ଅନ୍ୟ ମାନଙ୍କ ଭୁଲ ଦ୍ୱାରା କିନ୍ତୁ ଶିଖିବାକୁ ନିଶ୍ଚିନ୍ତ ପାଇଥାଏ । ଯେଉଁ ବ୍ୟକ୍ତି ନିଜ ଭୁଲ ବା ପର ଭୁଲ ଦ୍ୱାରା ଶିକ୍ଷା ପାଇ ନିଜ ଜୀବନରେ ସେହି ଭଳି ଭୁଲ କରିନଥାଏ ସେହି ବ୍ୟକ୍ତି ଜୀବନରେ ଆଗକୁ ଯାଇ କିଛି ବଡ ହାସଲ କରିଥାନ୍ତି ।
ତେବେ ଯେଉଁ ବ୍ୟକ୍ତି ନିଜ ଜୀବନରେ ସମାନ ଭୁଲ ବାରମ୍ବାର କରିଥାନ୍ତି ତାଙ୍କ ଜୀବନରେ ସେ କେବେ ଆଗକୁ ବଢ଼ି ପାରନ୍ତି ନାହିଁ । ଆପଣ ମାନେ କେବେ ଭାବିଛନ୍ତି ଆଇନା ଆମକୁ କଣ ଶିକ୍ଷା ଦେଇଥାଏ ବହୁତ୍ କମ ଲୋକେ ଏହାକୁ ଜାଣିଛନ୍ତି । ଆଇନା ଆମକୁ ଶିକ୍ଷା ଦେଇଥାଏ ଜେ ଜୀବନରେ ଆପଣ ନିଜ ସାମ୍ନା ବ୍ୟକ୍ତିକୁ ଯାହା ଦିଅନ୍ତି ଆପଣ ନିଜ ପ୍ରତିବିମ୍ବ ବା ନିଜ ବ୍ୟବହାରର ଛବି ଅନୁଯାଇ ଦିଅନ୍ତି ତେବେ ଯଦି ଆପଣ କାହା ସହ ଭଲ ବ୍ୟବହାର କରୁଛନ୍ତି ।
ଏହାର ଅର୍ଥ ଆପଣ ଭଲ ଅଟନ୍ତି ଆପଣଙ୍କ ମନ ସଫା ଅଛି ଯଦି ସେହି ବ୍ୟକ୍ତି ଆପଣଙ୍କୁ ଭଲ ପାଇବା ଦେଇ ପାରିଲା ତେବେ ଭଲ କଥା ଯଦି ନ ଦେଇ ପାରିଲା ତେବେ ଆହୁରି ଭଲ କଥା । ଜୀବନରେ ସବୁବେଳେ କ୍ଷମା କରିବା ଶିଖନ୍ତୁ କାହିଁକି ନା କାହାକୁ କ୍ଷମା କଲେ ଆପଣ ନିଜ ଜୀବନରେ ଆଗକୁ ବଢ଼ି ପାରନ୍ତି କିନ୍ତୁ ଯିଏ କ୍ଷମା କରି ପାରେ ନାହିଁ ସେ ସେଇଠି ଅଟକି ଯାଇଥାଏ ଆଉ ଆଗକୁ ବଢ଼ି ପାରେ ନାହିଁ । ଭଗବାନ ଶ୍ରୀ କୃଷ୍ଣ ଥରେ କହିଲେ ପାଟି ଭିତରେ କଣ ଅଛି ସମସ୍ତେ କହିଲେ ଜିଭ ଆଉ ଦାନ୍ତ ।
ଭଗବାନ କହିଲେ କିଏ କଠୋର ଦୁହିଁଙ୍କ ମଧ୍ୟରୁ ସମସ୍ତେ କହିଲେ ଦାନ୍ତ କଠୋର ଆଉ ଜିଭ ନରମ ହୋଇଥାଏ । ଭଗବାନ କହିଲେ ଦାନ୍ତ ମଣିଷ ଜିବନ କାଳରେ ଦୁଇ ଥର ଆସିଥାଏ ଥରେ ଜନ୍ମ ପରେ କ୍ଷୀର ଦାନ୍ତ ଆଉ ତାହା ଭାଙ୍ଗିବା ପରେ ଅଲଗା ଦାନ୍ତ କିନ୍ତୁ ଜିଭ ଜନ୍ମ ଆଗରୁ ଆସିଥାଏ ଆଉ ମୃତ୍ୟୁ ପରେ ମଧ୍ୟ ରହିଥାଏ ଏହାର କାରଣ କଣ ଜାଣିଛନ୍ତି । ସମସ୍ତେ କହିଲେ ନାହିଁ ବାସୁଦେବ ଆପଣ କୁହନ୍ତୁ ଭଗବାନ କହିଲେ କାହିଁକି ନା ଦାନ୍ତ କଠୋର ଆଉ ବହୁତ୍ ଶିଘ୍ର ନଷ୍ଟ ହୋଇଯାଏ ।
କିନ୍ତୁ ଜିଭ ନରମ ହୋଇଥାଏ ସବୁ ପରିସ୍ଥିତିରେ ନିଜକୁ ସଜାଡି ଥାଏ ସେଥିପାଇଁ କିଛି ଅସୁବିଧା ହୁଏ ନାହିଁ ସେଥିପାଇଁ ଯେଉଁ ବ୍ୟକ୍ତି କଠୋର ହୋଇଥାନ୍ତି ସେ ଶୀଘ୍ର ନଷ୍ଟ ହୁଅନ୍ତି କିନ୍ତୁ ଯେଉଁ ବ୍ୟକ୍ତି ନରମ ସ୍ୱଭାବର ହୋଇଥାନ୍ତି ସେ ସବୁ ପରିସ୍ଥିତିରେ ନିଜକୁ ସମସ୍ତଙ୍କ ସହ ମିଶାଇ ଦିଅନ୍ତି ଆଉ ଜିବନ ସରଳ ହୋଇଥାଏ । ତେବେ ବ୍ୟକ୍ତିକୁ ନରମ ହବା ଉଚିତ୍ କଠୋର ଆଉ ଅହଙ୍କାରୀ ଲୋକଙ୍କ ଜୀବନ ବହୁତ୍ କଷ୍ଟକର ହୋଇଥାଏ ।
ଆମେ ଆପଣଙ୍କ ପାଇଁ ଏଭଳି ତଥ୍ୟ ସବୁବେଳେ ନେଇ ଆସୁ, ଭଲ ଲାଗିଲେ ଆମକୁ ଲାଇକ ଏବଂ ଫଲୋ କରିବା ପାଇଁ ଆଦୌ ଭୁଲନ୍ତୁ ନାହିଁ । ସେୟାର୍ କରି ନିଜ ପରିଜନ ଙ୍କ ନିକଟରେ ନିଶ୍ଚୟ ପହଞ୍ଚାନ୍ତୁ, ଧନ୍ୟବାଦ ।