କୁଆଁରୀ କନ୍ୟା ସୋମବାର ଦିନ ଏହି ବିଧି ରେ କରନ୍ତୁ ଶିବଲିଙ୍ଗର ପୂଜା, ସବୁ ମନୋକାମନା ହେବ ପୂର୍ଣ୍ଣ

ଶିବଙ୍କ ପୂଜା-ଅର୍ଚ୍ଚନା କଲେ କେତେ ଜନ୍ମ ର ପୂଣ୍ୟ ମିଳେ ବୋଲି କୁହାଯାଇଥାଏ । ଯଦି ବିଧିବିଧାନ ସହ ପୂଜା କରା ଯାଏ ତାହେଲେ ନିଶ୍ଚିନ୍ତ ହିଁ ମନୋବାଞ୍ଛିତ ଫଳ ପ୍ରାପ୍ତି ହୋଇଥାଏ, ଶିବଙ୍କୁ ପ୍ରସନ୍ନ କରିବା ବହୁତ ସରଳ ଅଟେ ସେଥିପାଇଁ ତାଙ୍କୁ ଭୋଲେନାଥ କୁହାଯାଏ । ଶାସ୍ତ୍ର ରେ ଲେଖା ହୋଇଛି କି ଯେଉଁ ଲୋକ ବିଧି ବିଧାନ ସହ ଶିବଙ୍କ ପୂଜା ଓ ବ୍ରତ କରେ ସେହି ଲୋକ ର ସବୁ କାମନା ପୂର୍ଣ୍ଣ ହୋଇଥାଏ ।

ସୋମବାର ଭଗବାନ ଶିବଙ୍କର ପ୍ରିୟ ଦିନ ଅଟେ, ଏହି ଦିନ ଭଗବାନ ଶିବଙ୍କୁ ପୂଜିବା ଅତି ଶୁଭ ମନାଯାଏ ।

ସୋମବାର ଦିନ ପୂଜା କଲେ ବିବାହ ସମ୍ବନ୍ଧିତ ସମସ୍ୟା ରୁ ନିବାରଣ ମିଳି ଥାଏ । ଯଦି ଆପଣ କେଉଁ ସମସ୍ୟା ରେ ଅଛନ୍ତି ତାହେଲେ ଆମେ ଆପଣଙ୍କୁ ଏହାର ନିବାରଣ କହିବାକୁ ଯାଉଅଛୁ, ସୋମବାର ଦିନ ଏହି ପରି ଆରାଧନା କଲେ ସବୁ ପ୍ରକାର କଷ୍ଟ ଦୂର ହେବ ।

ସୋମବାର ଦିନ ସକାଳେ ଉଠି ଗାଧୁଆ ସାରି ସଫା-ସୁତୁରା କପଡା ପିନ୍ଧନ୍ତୁ ।

ପୂଜା ପାଇଁ ସାମଗ୍ରୀ :-

ତମ୍ବା ପାତ୍ର, କ୍ଷୀର, ଚାଉଳ, ତୁଳା, ତେଲ, ଦୀପ, ଧୂପକାଠି, ଚନ୍ଦନ, ଅରଖ ଫୁଲ, ବେଲପତ୍ର, ଫଳ, ପଞ୍ଚାମୃତ, ପାନ ଏବଂ ଦକ୍ଷିଣା ଏକତ୍ର କରନ୍ତୁ ।

ସୋମବାର ପୂଜା ବିଧି :

ସୋମବାର ଦିନ ସକାଳେ ଉଠି ସ୍ନାନ ସାରି ବିଧି ଅନୁସାରେ ପୂଜା-ଆରାଧନା ସହ ପଞ୍ଚୋପଚାର କରନ୍ତୁ । ପୂଜା ସମୟ ରେ ଅନ୍ନ ଗ୍ରହଣ କରନ୍ତୁ ନାହିଁ, ଏହା ସହ ଚା କିମ୍ବା କଫି ପିଅନ୍ତୁ ନାହିଁ । ପୂଜା ଦିନ ନିଜ ରାଗ କୁ ଶାନ୍ତ ରଖନ୍ତୁ ଏବଂ ଦିନ ସାରା ॐ ନମଃ ଶିବାୟ ଜାପ କରନ୍ତୁ, ପୂଜା ପୂର୍ବରୁ ଶିବଲିଙ୍ଗ କୁ ଭଲ ଭାବରେ ଧୋଇକି ସଫା କରିଦିଅନ୍ତୁ ।

ପୂଜା ସମୟ ରେ ବିଶେଷ ଧ୍ୟାନ ଦିଅନ୍ତୁ କି ଆପଣଙ୍କ ଚେହେରା ସବୁ ବେଳେ ଉତ୍ତର ଦିଶା ରେ ରହିବ କାହିଁକିନା ପୂର୍ବ ରେ ଭଗବାନ ଶିବଙ୍କର ମୁଖ, ପଶ୍ଚିମ ରେ ପୃଷ୍ଠ ଭାଗ ଏବଂ ଦକ୍ଷିଣ ରେ ବାମ ଭାଗ କୁହାଯାଇଅଛି । ସୋମବାର ଦିନ ଶିବଙ୍କ ଚାଳିସା, ଶିବ ତାଣ୍ଡବ ଏବଂ ଶିବଙ୍କ ଭଜନ ଗଆନ୍ତୁ ଅଥବା ଶୁଣନ୍ତୁ ।

ଯଦି ଆପଣ ବି ଭଗବାନ ଙ୍କୁ ମାନୁଛନ୍ତି ତେବେ ନିଶ୍ଚୟ ଏହି ଉପାୟ କରିକି ଦେଖନ୍ତୁ । ଆପଣଙ୍କର ସମସ୍ତ ମନୋକମନା ପୂର୍ଣ୍ଣ ହେବ ।

Leave a Reply

Your email address will not be published. Required fields are marked *