ବନ୍ଧୁଗଣ, ଚଳିତବର୍ଷ ଗ୍ରହ ମାନଙ୍କର ସ୍ଥିତି ସଂପୂର୍ଣ୍ଣ ଅଲଗା ରହୁଅଛି । ବନ୍ଧୁଗଣ ମଙ୍ଗଳ ଗ୍ରହ ଏବଂ ଶନିଗ୍ରହ ଦୁଇଟି ଗ୍ରହ ପରସ୍ପରର ଶତ୍ରୁ ଅଟନ୍ତି । ଏହା ସହିତ ସୂର୍ଯ୍ୟ ଏବଂ ରାହୁ ପ୍ରଥମ ୧୫ ଦିନ ପର୍ଯ୍ୟନ୍ତ ଏକାଠି ରହିବେ । ଏହା ଫଳରେ ନାନା ପ୍ରକାରର ସମସ୍ୟା ଉପୁଜିପାରେ ।
ବନ୍ଧୁଗଣ ବୁଧ ଏବଂ ରାହୁ ଙ୍କର ଦ୍ଵିତି ମଧ୍ୟ ଏହିଠାର ଦେଖିବାକୁ ମିଳିବ । ଶୁକ୍ର ଏବଂ ମଙ୍ଗଳ ମଧ୍ୟ ଏକା ସହିତ ନଜର ଆସିବେ । ମଙ୍ଗଳ ଗ୍ରହ ର ମଧ୍ୟ ମହା ପରିବର୍ତ୍ତନ ହେବ । ବନ୍ଧୁଗଣ ମଙ୍ଗଳ ନିଜର ନିଚ୍ଚତ୍ତମ ରାଶି କର୍କଟ ରାଶି କୁ ଆସିଯିବେ । ଏହି ସବୁ ଗ୍ରହ ମାନଙ୍କର ରାଶି ପରିବର୍ତ୍ତନ ହେତୁ କୁମ୍ଭ ରାଶିରେ କି କି ଘଟଣା ମାନ ଘଟିବାକୁ ଯାଉଅଛି ଆସନ୍ତୁ ଜାଣିବା ।

୧- ବନ୍ଧୁଗଣ ମଙ୍ଗଳ ଙ୍କର ରାଶି ପରିବର୍ତ୍ତନ ଯୋଗୁଁ ଏହି ସମୟରେ ପିତ ଜନିତ ରୋଗ ଅର୍ଥାତ ରକ୍ତ ଜନିତ ରୋଗ, ବ୍ଲଡ଼ପ୍ରେସର ବୃଦ୍ଧି ହେବା, ଅଗ୍ନି ତଥା ବିଜୁଳି ର ଭୟ ରହିବା, ନିଜ ମନରେ କୌଣସି ନା କୌଣସି ଭୟ ଉପୁଜିବା ଆଦିର ସମୁଖୀନ ହେବେ । ଏହି ସ୍ଥିତିରେ ଆପଣ ଗୋ-ମାତା ଙ୍କୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ ।
୨- ଆପଣଙ୍କ ପରାକ୍ରମ ରେ ଅଭାବ ଆସିବ, ଆଳସ୍ୟ ରେ ଘେରି ହୋଇ ରହିବେ, କାର୍ଯ୍ୟ କରିବାର କ୍ଷମତା ଦୁର୍ବଳ ହେବ, ଚାକିରି କ୍ଷେତ୍ରରୁ ବଞ୍ଚିତ ହୋଇ ରହିବେ, ବ୍ୟାପାର କ୍ଷେତ୍ରରେ ନାନା ପ୍ରକାରର ସମସ୍ୟା ମାନ ପରିଲକ୍ଷିତ ହେବ, ଏହି ସମୟରେ ଆପଣ ସାବଧାନ ରୁହନ୍ତୁ ।

୩- ଆପଣଙ୍କୁ କୌଣସି ତ୍ରୁଟି ପାଇଁ ରାଜଦଣ୍ଡ ଭୋଗ କରିବାକୁ ପଡିପାରେ । କୋର୍ଟ କଚେରୀ ମାମଲାରେ ଦୌଡା ଦଉଡି କରିପାରନ୍ତି । ବନ୍ଧୁଗଣ ମଙ୍ଗଳଙ୍କର ରାଶି ପରିବର୍ତ୍ତନ ଭାଇ ତଥା ମିତ୍ର ଙ୍କ ସହିତ ସମ୍ପର୍କ ଖରାପ ହୋଇପାରେ । ଆପଣଙ୍କ ବୟସ ଅପେକ୍ଷା କମ ବ୍ୟକ୍ତି ମାନଙ୍କ ଠାରୁ ଆପଣ ବଞ୍ଚି ରୁହନ୍ତୁ । ନହେଲେ ଆପଣ ସେମାନଙ୍କ ସମୁଖରେ ଅପମାନ ର ମୁଖପାତ୍ର ହେବେ ।

୪- ବନ୍ଧୁଗଣ ଜୁନ ମାସରେ ବୁଧଙ୍କର ରାଶି ପରିବର୍ତ୍ତନ ମଧ୍ୟ ପ୍ରମୁଖ ଅଟେ । ବୁଧ ଜୁନ ମାସ ର ୩ ତାରିଖରେ ବକ୍ରୀରୂପ ଧାରଣ କରିବାକୁ ଯାଉଛନ୍ତି । ବନ୍ଧୁଗଣ ବୁଧଙ୍କର ବକ୍ରୀ ରୂପ ଧାରଣ କରିବା ଆପଣଙ୍କ ପାଇଁ ସ୍ଥିତି ଗମ୍ଭୀର ହୋଇପାରେ । ବୁଧ ଏବଂ ରାହୁ ଙ୍କର ଦ୍ଵିତି ଚତୁର୍ଥ ଭାବରେ ବିଶେଷ କରି ଆପଣଙ୍କୁ ବହୁତ ପ୍ରକାରର ମାନସିକ ଚିନ୍ତା, ନାଡି ଜନିତ ରୋଗ, ମୁଖ ଜନିତ ରୋଗ, ଦାନ୍ତ ସମ୍ବନ୍ଧୀୟ ରୋଗ, ଏହି ସବୁ ସମସ୍ୟା ଆପଣଙ୍କୁ ଦେଖା ଦେଇପାରେ ।

୫- ସନ୍ତାନ ସମ୍ବନ୍ଧୀୟ ସମସ୍ୟା ଆପଣଙ୍କ ନିକଟରେ ଉପୁଜିବ । ଏହି ସମୟରେ ସନ୍ତାନ ମାନେ ସ୍ଵାର୍ଥୀ ନଜର ଆସିବେ । ଏହି ସମୟରେ ନାନା ପ୍ରକାରର ଅଯଥା ଖର୍ଚ ଆପଣଙ୍କୁ ଭୋଗିବାକୁ ପଡିପାରେ । ଆପଣଙ୍କ ରାଶି କୁ ବିଶେଷ ଭାବରେ ସାବଧାନ ରହିବାର ଅଛି । ଜୁନ ମାସ ଆରମ୍ଭ ର ଅର୍ଥାତ ୧ ତାରିଖ ଠାରୁ ୫ ତାରିଖ ପର୍ଯ୍ୟନ୍ତ ସମୟ ଅତ୍ୟନ୍ତ ଖରାପ ରହୁଅଛି । ଏହି ୫ ଦିନ ମଧ୍ୟରେ କୌଣସି କ୍ଷେତ୍ରରେ ମଧ୍ୟ ଆପଣ ଧନର ନିବେଶ କରନ୍ତୁ ନାହିଁ ।

୬- ଛାତ୍ର ଛାତ୍ରୀ ଙ୍କ ନିମନ୍ତେ ମଧ୍ୟ ଏହି ସମୟ କିଛି ଖାସ ଉପୁଜୁନାହିଁ । କୂଟନୀତି ତଥା ଚ୍ୟାଲେଞ୍ଜ ଗୁଣ ଆପଣଙ୍କ ଠାରେ ଅତ୍ୟଧିକ ଦେଖାଯିବ । ଏହା କେବଳ ଆପଣଙ୍କର ଭୁଲ କାର୍ଯ୍ୟରେ ଲାଗିବ । ଯେଉଁମାନେ ସନ୍ତାନ ସୁଖ ରୁ ବଞ୍ଚି ଅଛନ୍ତି ଏବେ ସେ ସମ୍ବନ୍ଧରେ ପ୍ଳାନ କରନ୍ତୁ ନାହିଁ । ବନ୍ଧୁଗଣ ଏହି ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ତି ଯଦି ଆପଣଙ୍କୁ ଭଲ ଲାଗିଥାଏ ତେବେ ନିଜର ମତାମତ କମେଣ୍ଟ ମାଧ୍ୟାମରେ ଜଣାନ୍ତୁ ।
