କୁମ୍ଭ ରାଶି ବ୍ୟକ୍ତି 2ଟି କଥା ଜାଣିଲେ ଭାଗ୍ୟ ବଦଳିଯିବ- Ajira Anuchinta

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କର ପରିବର୍ତ୍ତନ ଯୋଗୁ ରାଶି ମାନଙ୍କର ପରିବର୍ତ୍ତନ ହୋଇଥାଏ । ଶାସ୍ତ୍ର ଅନୁସାରେ ୧୨ ଗୋଟି ରାଶି ରହିଛି । ରାଶି ମାଧ୍ୟମରେ ବ୍ୟକ୍ତି ନିଜର ଭବିଷ୍ୟତ ବିଷୟରେ ପୂର୍ବରୁ ଅବଗତ ହୋଇପାରେ । ଆଜି ଆମେ ଆପଣ ମାନଙ୍କୁ କୁମ୍ଭ ରାଶିର ବ୍ୟକ୍ତିଙ୍କ ବିଷୟରେ କିଛି ବିଶେଷ କଥା କହିବାକୁ ଯାଉଛୁ । କୁମ୍ଭ ରାଶି ହେଉଛି ରାଶି ଚକ୍ରରେ ୧୧ ତମ ରାଶି ଅଟେ । ପ୍ରଭୁ ଶନିଦେବ ହେଉଛନ୍ତି ଆପଣଙ୍କର ରାଶିର ସ୍ଵାମୀ ଅଟନ୍ତି । ଭଗବାନ ଶନିଦେବ ପ୍ରାୟତ ନିଜର ରାଶି ପରିବର୍ତ୍ତନ ଅନେକ ସମୟରେ କରିଥାନ୍ତି । କୁମ୍ଭ ରାଶି ଏକ ବାୟୋତତ୍ତ୍ଵ ରାଶି ଅଟେ ।

ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ଶନିଦେବଙ୍କୁ ବହୁତ ଶୁଭ ବୋଲି ବିଚାର କରାଯାଏ । ଏହା ସହ ଶୁକ୍ରବାର ଆପଣଙ୍କ ପାଇଁ ଲକି ଦିନ ହୋଇପାରେ । ଏହି ରାଶିର ବ୍ୟକ୍ତି ଙ୍କ ପାଇଁ ୪ ଓ ୮ ନମ୍ବର ଶୁଭ ହୋଇଥାଏ । ମାସର ୪,୨୨, ୩୧ ତାରିଖ ଏହି ରାଶି ମାନଙ୍କ ପାଇଁ ଶୁଭ ହୋଇଥାଏ । ଏହା ସହ ଜୀବନର ୧୩, ୨୨, ୩୧, ୪୦, ୪୯ ବର୍ଷ ଏହି ରାଶିର ବ୍ୟକ୍ତି ଙ୍କ ପାଇଁ ବିଶେଷ ଶୁଭ ହୋଇଥାଏ । ଏହି ସମୟରେ କୁମ୍ଭ ରାଶିର ବ୍ୟକ୍ତିଙ୍କ ଜୀବନରେ ଉନ୍ନତିର ସମୟ ଆସିଥାଏ । ଏହି ସମୟରେ ଆପଣଙ୍କ ଜୀବନରେ ବିଶେଷ ଘଟଣା ଘଟିପାରେ । ଏହି ରାଶିର ମାନଙ୍କର ଶୁଭ ରଙ୍ଗ ହେଉଛୁ ନୀଳ ଓ ଧଳା ରଙ୍ଗ ।

କୌଣସି ଶୁଭ କାମରେ ବା ମହତ୍ଵ ପୂର୍ଣ୍ଣ କାମରେ ବା ଯଦି ଆପଣ କୌଣସି ଚାକିରି ପାଇଁ ଇଣ୍ଟରବିୟୁ ଦେବାକୁ ଯାଉଛନ୍ତି ତେବେ ଆପଣ ମାନେ ଆପଣଙ୍କର ଶୁଭ ରଙ୍ଗ ଧଳା ଓ ନୀଳର ପ୍ରୟୋଗ କରନ୍ତୁ । ଏହା ଦ୍ଵାରା ଶୁଭ ପରିଣାମ ବଢିଥାଏ । ଯଦି ଏହି ରଙ୍ଗର ବସ୍ତ୍ର ଆପଣ ଧାରଣ କରିଥାନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଯଦି ବସ୍ତ୍ର ନ ଥାଏ ତେବେ ଏହି ରାଶିର ଲୋକ ମାନେ ନିଜର ଶୁଭ ରଙ୍ଗ ଅନୁଯାୟୀ ରୁମାଲ ନିଜ ପାଖରେ ରଖିବା ଉଚିତ । ଏହା ଆପଣଙ୍କ ପାଇଁ ଲାଭକାରୀ ରହିବ ।

କୁମ୍ଭ ରାଶିର ରତ୍ନ ବିଷୟରେ କହିବାକୁ ଗଲେ ହୀରା ଓ ନିଲମ ଶୁଭ ରତ୍ନ ହୋଇଥାଏ । ଆପଣ କୌଣସି ରତ୍ନ ଧାରଣ କରିବା ପୂର୍ବରୁ ଆପଣ ନିଜର କୁଣ୍ଡଳୀ କୌଣସି ମହାନ ଜ୍ଯୋତିଷଙ୍କୁ ଦେଖାଇ ଧାରଣ କରନ୍ତୁ । କାରଣ ଯଦି ଆପଣଙ୍କ କୁଣ୍ଡଳୀ ଅନୁସାରେ ଆପଣ ରତ୍ନ ଦହରଣ ନ କରି ରାଶି ଅନୁସାରେ ଧାରଣ କରନ୍ତି ତେବେ ହୁଏ ତ କିଛି ସମସ୍ୟା ହୋଇପାରେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *