“ତାରା ତାରିଣୀ” ସିରିଏଲ ର କୁନି ତାରିଣୀଙ୍କ ଅଭିନୟ କରିଥିବା Ayishaଙ୍କ ରିୟଲ ଲାଇଫ Family

ଆଜିକାଲି ଟିଭି ସିରିଏଲ ଦେଖିବାକୁ ଘରେ ଘରେ ଲୋକ ମାନେ ଆଗ୍ରହ ପ୍ରକାଶ କରୁହକନ୍ତି । ଟେଲିଭିଜନ ଜଗତରେ ଅଭିନୟ କରୁଥିବା କଳାକାର ମାନେ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟ କୁ ଜିଣି ପାରିଛନ୍ତି ।

ଏହା ଛଡା କିଛି କଳାକାର ମାନଙ୍କର ଅଭିନୟ ଯେତିକି ସୁନ୍ଦର ସେମାନେ ଦେଖିବାକୁ ମଧ୍ୟ ବହୁତ ଷ୍ଟାଇଲିସ ଓ ସୁନ୍ଦର ହୋଇ ଥିବାରୁ ତାଙ୍କର ସୋସିଆଲ ମିଡିଆରେ ଲକ୍ଷ ଲକ୍ଷ ଫ୍ୟାନ୍ସ ଅଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଶିଶୁ କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ନିଜର ଅତି ସୁନ୍ଦର ଅଭିନୟ ଦ୍ଵାରା ଖୁବ କମ ସମୟ ମଧ୍ୟରେ ଲୋକପ୍ରିୟ ହୋଇଛନ୍ତି । ତେବେ ଆସନ୍ତୁ ଜାଣିବା ସେ କିଏ ଓ ତାଙ୍କର ପରିବାରର ବିସ୍ତୃତ ବିବରଣୀ ବିଷୟରେ ।

ତରଙ୍ଗ ଚ୍ଯାନେଲ ରେ ପ୍ରସାରିତ ହୋଇଥିବା ସିରିଏଲ “ତାରା ତାରିଣୀ” ଆପଣ ମାନେ ନିଶ୍ଚୟ ଦେଖୁଥିବେ । ଏହି ସିରିଏଲରେ ତାରିଣୀଙ୍କର ଝିଅ ଭାବେ କୁନି ତାରିଣୀ ଅଭିନୟ କରୁଛନ୍ତି ଯାହାଙ୍କର ପ୍ରକୃତ ନାଁ ହେଉଛି ଆଈଶା ସାମଲ ଯିଏ ନିଜର ଅଭିନୟ ଦ୍ଵାରା ଲୋକ ମାନଙ୍କ ହୃଦୟ ରେ ରାଜ କରୁଛନ୍ତି ।

“ତାରା ତାରିଣୀ” ସିରିଏଲ ଟି ଏତେ ଲୋକପ୍ରିୟ ହୋଇଥିଲା ଯେ ଯାହା ପାଇଁ ଅନେକ ଆୱାର୍ଡ ଅମଧ୍ୟ ଜିତି ସାରିଛି । ଏହି ସିରିଏଲଟି ୧୦୦୦ ଏପିଶୋଡ ହେବା ପରେ ଏହାର ନୂତନ ନାମକରଣ କରାଯାଇ “ତାରିଣୀ ଆଖିରେ ତାରା” ରଖା ଯାଇଛି । ତାରା ତାରିଣୀ ସିରିଏଲରେ ଅଭିନୟ କରୁଥିବା କୁନି ତାରିଣୀ ବର୍ତ୍ତମାନ ଏହି ସିରିଏଲ କୁ ଛାଡି ଦେଇଛନ୍ତି । ତାଙ୍କର ପ୍ରକୃତ ବୟସ ହେଉଛି ମାତ୍ର ୧୧ ବର୍ଷ ।

ଆଈଶା ସାମଲ ବା କୁନି ତାରିଣୀଙ୍କର ଘର ହେଉଛି ଭୁବନେଶ୍ଵର ରେ ଯେଉଁଠାରେ ସେ ନିଜ ପରିବାର ସହ ରୁହନ୍ତି । ସେ ଷଷ୍ଠ ଶ୍ରେଣୀରେ ପାଠ ପଢୁଛନ୍ତି । ତାଙ୍କ ପରିବାରରେ ତାଙ୍କ ବାପା, ମା ଓ କୁନି ଭାଇ ଅଛନ୍ତି । ଆଈଶା ପିଲା ଦିନୁ ଅଭିନୟ ପ୍ରତି ଆଗ୍ରହୀ ଅଟନ୍ତି । ସେ ତାଙ୍କ ମାଙ୍କର ପ୍ରେରଣା ଯୋଗୁ ଆଜିକା ଡେଟରେ ଅଭିନୟ କରିବାର ସୁଯୋଗ ପାଇ ପାରିଛନ୍ତି । ଆଗାମୀ ଭବିଷ୍ୟତରେ ସେ ଓଲିଉଡ ଦୁନିଆରେ ଜଣେ ନାମିଦାମି ଅଭିନେତ୍ରୀ ଭାବେ ପରିଚୟ ସୃଷ୍ଟି କରିବାକୁ ଇଚ୍ଛା କରିବା ସହ ଭଲ ପାଠ ମଧ୍ୟ ପଢୁଛନ୍ତି ।

ଆଈଶା ଦେଖିବାକୁ ଯେତିକି ସୁନ୍ଦର ସେତିକି ଦୁଷ୍ଟ ଓ ଚୂଳବୁଲି ମଧ୍ୟ । ତାଙ୍କର ଅଭିନୟ ମଧ୍ୟ ବେଶ ସୁନ୍ଦର ଲାଗେ ଯାହାକୁ ଦର୍ଶକ ମାନେ ଆଜି ବି ମନେ ରଖିଛନ୍ତି । ସେ ଶୁଟିଙ୍ଗ କରିବା ସହ ନିଜ ପରିବାର ପାଇଁ ସମୟ ବାହାର କରନ୍ତି । ଏହା ସହ ନିଜ ପାଠ ପଢାରେ ମଧ୍ୟ ମନ ଲଗାଇ ପାଠ ପଢନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ କୁନି ତାରିଣୀ ବା ଆଈଶା ସାମଲଙ୍କର ଅଭିନୟ କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଯଦି ଆପଣ ମାନଙ୍କୁ ଏହି ବିବରଣୀଟି ପସନ୍ଦ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏଲ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *